ଦିନକୁ ଦିନ ବଢିବାରେ ଲାଗିଛି କଙ୍ଗନାଙ୍କ ମୁସ୍କିଲ, ଏବେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ଦେଲେ କର୍ଣ୍ଣାଟକ କୋର୍ଟ
କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ ଅଦାଲତ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଟୁଇଟ୍ ଜରିଆରେ ସମାଲୋଚନା କରିଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ବିରୋଧରେ ଶୁକ୍ରବାର ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓକିଲ ଏଲ ରମେଶ ନାଇକଙ୍କ ତରଫରୁ ହୋଇଥିବା ଅଭିଯୋଗ ଆଧାରରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍(ଜେଏମଏଫସି) କ୍ୟାଥାସାନ୍ଦ୍ରା ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କହିଛନ୍ତି।କୋର୍ଟ କହିଛନ୍ତି ଅଭିଯୋଗକାରୀ ସିଆରପିସିର ଧାରା ୧୫୫(୩) ଆଧାରରେ ଆାବେଦନ କରି ତଦନ୍ତ ଦାବି କରିଛନ୍ତି। ଓକିଲ ଏଲ ରମେଶ ନାଇକ ମଧ୍ୟ କ୍ୟାଥାସାନ୍ଦ୍ରା ଅଞ୍ଚଳର ବାସିନ୍ଦା। ସେ କହିଛନ୍ତି ଯେ, କୋର୍ଟ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ଥାନୀୟ ଥାନାକୁ ଆଦେଶ ଦେଇଛନ୍ତି।
କଙ୍ଗନା ସେପ୍ଟେମ୍ବର ୨୧ରେ ନିଜର ଟ୍ଵିଟର ହ୍ୟାଣ୍ଡେଲରେ @KanganaTeamରୁ ଟ୍ଵିଟ୍ କରି ଲେଖିଥିଲେ, ଯେଉଁ ଲୋକ ସିଏଏ ଉପରେ ଭୁଲ ସୂଚନା ଦେବା ସହ ଗୁଜବ ସୃଷ୍ଟି କରିଥିଲେ, ଯେଉଁ କାରଣରୁ ହିଂସା ଘଟିଲା ଏବେ ସେହି ଲୋକ କୃଷକ ବିରୋଧୀ ଆଇନରେ ଭୁଲ ସୂଚନା ଦେଉଛନ୍ତି, ଯେଉଁଥିରେ ଦେଶରେ ଭୟର ମାହୋଲ ରହିଛି। ଏମାନେ ସବୁ ଆତଙ୍କୀ ବୋଲି କଙ୍ଗନା କହିଛନ୍ତି।
Comments are closed.