ଦି କପିଲ ଶର୍ମା ଶୋ’ର ଗୋଟିଏ ଏପିସୋଡ୍ ପାଇଁ ୫୦ ଲକ୍ଷ ଟଙ୍କା ନିଅନ୍ତି କପିଲ
‘ଦି କପିଲ ଶର୍ମା ଶୋ’ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହି ଶୋ’ ରେ କେବଳ ଏକରୁ ଏକାଧିକ କମେଡିଆନ୍ସ ଦେଖାଯାଆନ୍ତି ନାହିଁ । ବରଂ ଶୋ’ର କନସେପ୍ଟ ଏମିତି ଯେ ଦର୍ଶକଙ୍କୁ ଷ୍ଟାରଙ୍କ ସହ ଜଡିତ ଅନେକ ମଜାଦାର କଥା ଜଣା ପଡିଥାଏ। ତେବେ ଚାଲନ୍ତୁ ଆଜି ଜାଣିବା କପିଲ ଶର୍ମାଙ୍କ ଶୋ’ରେ ହାସ୍ୟ ଅଭିନେତାମାନଙ୍କ ଫି ବିଷୟରେ।
ସୂଚନା ଅନୁଯାୟୀ, ଏହି ଶୋ’ରେ କପିଲ ଶର୍ମା ପ୍ରତି ଏପିସୋଡ ପାଇଁ ୫୦ ଲକ୍ଷ ଟଙ୍କା ନିଅନ୍ତି। ଏହି ତାଲିକାର ପରବର୍ତ୍ତୀ ସଂଖ୍ୟା ହେଉଛି ଅର୍ଚ୍ଚନା ପୁରାଣ ସିଂହ। ଯିଏ କି କପିଲ ଶର୍ମା ଶୋ’ରେ ଜଜ୍ ଭୂମିକାରେ ନଜର ଆସନ୍ତି। ଅର୍ଚ୍ଚନା ପ୍ରତି ଏପିସୋଡ୍ ପାଇଁ ୧୦ ଲକ୍ଷ ଟଙ୍କା ଫି ନେଇଥାନ୍ତି। ସେହିପରି କୃଷ୍ଣା ଅଭିଷେକ, ଯିଏକି ‘ଦି କପିଲ ଶର୍ମା ଶୋ’ରେ ଦର୍ଶକଙ୍କୁ କେବେ ସପନା, ଜଗଗୁ ଦାଦା ତ ଆଉ କେବେ ଧରମ ପାଜି ଭାବରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖାଯାଏ। ଖବର ଅନୁଯାୟୀ, କୃଷ୍ଣା ଅଭିଷେକ ପ୍ରତି ଏପିସୋଡରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି।
କପିଲ ଶର୍ମା ଶୋ’ର ଅନ୍ୟ ପ୍ରସିଦ୍ଧ ଷ୍ଟାର ଭାରତୀ ସିଂହ। ଏହି କମେଡି ଶୋ’ର ପ୍ରତ୍ୟେକ ଏପିସୋଡ୍ ପାଇଁ ଭାରତୀ ୧୦-୧୨ ଲକ୍ଷ ଟଙ୍କା ଚାର୍ଜ କରନ୍ତି। ଏଥି ସହିତ, ଚନ୍ଦନ ପ୍ରଭାକର ଏବଂ ସନ୍ନି ଦେଓଲ ହୋଇ ଦର୍ଶକଙ୍କୁ ମନୋରଞ୍ଜନ କରିଥିବା କିକୁ ଶାରଦା ମଧ୍ୟ ପ୍ରତ୍ୟେକ ଏପିସୋଡ ପାଇଁ ପ୍ରଚୁର ପରିମାଣର ଚାର୍ଜ କରନ୍ତି । ଉଭୟ ପ୍ରତି ଏପିସୋଡ୍ ପାଇଁ ୭-୮ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।
Comments are closed.