ଗର୍ଭବତୀ ହାତୀକୁ ନ୍ୟାୟ ଦେବା ପାଇଁ କପିଲ ଶର୍ମା ଏବଂ ଶ୍ରଦ୍ଧା କପୁର ପାଂଚ ଲକ୍ଷ ଲୋକଙ୍କୁ କଲେ ସାହାଯ୍ୟର ଅନୁରୋଧ

Share It

କେରଳରେ ଗର୍ଭବତୀ ହାତୀର ବିସ୍ଫୋଟକରେ ଭରା ସପୁରୀପଣସ ଖାଇ ମୃତ୍ୟୁ ହେବା ପରେ ଲୋକଙ୍କ ରାଗ ଫୁଟି ଫୁଟି ବାହାରୁଛି । ଏବେ ସୋସିଆଲ ମିଡିଆରେ ଚାରିଆଡ଼େ ହାତୀକୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଯାଇଛି । ଏହା ମଧ୍ୟରେ ଅନେକ ବଡ଼ ଷ୍ଟାର ମଧ୍ୟ ଆଗକୁ ଆସି ନିଜ ସ୍ୱର ଉଠାଉଛନ୍ତି ।
ପଶୁପକ୍ଷୀଙ୍କୁ ଭଲପାଉଥିବା କମେଡିଆନ କପିଲ ଶର୍ମା ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଘଟଣାରେ ବହୁତ ମର୍ମାାହତ ହୋଇଛନ୍ତି । ସେମାନେ ଗର୍ଭବତୀ ହାତୀକୁ ନ୍ୟାୟ ଦେବା ପାଇଁ ଦାବି ଉଠାଇଛନ୍ତି । କପିଲ ଏବଂ ଶ୍ରଦ୍ଧା ଟ୍ୱିଟରରେ ପାଂଚ ଲକ୍ଷ ଲୋକଙ୍କ ଠାରୁ ଏକ ପିଟିସନରେ ହସ୍ତାକ୍ଷର କରିବାକୁ ଅନୁରୋଧ କରିଛନ୍ତି । ଉଭୟ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଏହା ସଠିକ ସମୟ ଯେତେବେଳେ ଏହି ନିରୀହ ପଶୁମାନଙ୍କୁ ନ୍ୟାୟ ମିଳିବ । ଏହି ପିଟିସନରେ ଲୋକମାନେ ଲଗାତର ସାଇନ କରୁଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ୪.୮୪ ଲକ୍ଷ ଲୋକ ଏହାକୁ ନିଜର ସମର୍ଥନ ଦେଇସାରିଛନ୍ତି ।


ଅନ୍ୟପଟେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ ଆଉ ଏକ ପିଟିସନରେ ସାଇନ କରବାର ଅନୁରୋଧ କରିଛନ୍ତି । ଏଥିରେ ସେ ଏହି ଘଟଣାରେ ସଂପୃକ୍‌ତ ଲୋକଙ୍କୁ ଅପରାଧିକ ଶ୍ରେଣୀରେ ମାମଲା କରିବାର ଅପିଲ କରିଛନ୍ତି । ଏଥିରେ ସେ ତିନି ଲକ୍ଷ ଲୋକଙ୍କ ସମର୍ଥନ ମାଗିଛନ୍ତି ।
ଭାଜପା ସଂସଦ ମେନକା ଗାନ୍ଧୀ ଏହାକୁ ହତ୍ୟାର ଆଖ୍ୟା ଦେଇଛନ୍ତି । ହାତୀଟିର ମୃତ୍ୟୁକୁ ନେଇ ସେ କହିଛନ୍ତି ଯେ, ଏହା ହତ୍ୟା ଅଟେ, ମଲ୍ଲାପୁରମ ଏଭଳି ଘଟଣା ପାଇଁ କୁଖ୍ୟାତ ଅଟେ, ଏହା ଦେଶର ସବୁଠାରୁ ହିଂସକ ରାଜ୍ୟ ଅଟେ । ଉଦାହରଣ ସ୍ୱୂରୂପ ଏଠାରେ ଲୋକ ସଡ଼କ ଉପରେ ବିଷ ପକାଇଦେଇଥାନ୍ତି ଯେଉଁଥିରୁ ୩୦୦ରୁ ୪୦୦ ପକ୍ଷୀ ଏବଂ କୁକୁର ଏକା ସାଥିରେ ମରିଯାଇଥାନ୍ତି ।’


Share It

Comments are closed.