ବାଲ୍ୟକାଳରୁ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା ବିକାଶ ଦୁବେ, ସ୍କୁଲରେ ପଢୁଥିବାବେଳେ ନିଜ ପ୍ରିନ୍ସପାଲଙ୍କୁ ଅତି ନିର୍ମମ ଭାବେ କରିଥିଲା ହତ୍ୟା
ଖୋଲୁଛି କାନପୁର ସୁଟଆଉଟର ମୁଖ୍ୟ ଅପରାଧୀ ବିକାଶ ଦୁବେର କଳା ଚିଠା । ପୋଲିସ ହାତରେ ଧରାପଡିବା ପରେ ସାମ୍ନାକୁ ଆସିଲା ଗୋଟିଏ ପରେ ଗୋଟିଏ ଅପରାଧର ତାଲିକା । ଗତ ୨୮ ବର୍ଷରେ ଅନେକ ଅପରାଧ ସହ ଜଡିତ ଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ସ୍କୁଲ ସମୟରେ ସ୍କୁଲର ପ୍ରିନ୍ସପାଲକୁ ହତ୍ୟା କରି, ରକ୍ତରେ ହାତକୁ ରଙ୍ଗୀନ କରିଥିଲା ଗ୍ୟାଙ୍ଗଷ୍ଟର ବିକାଶ ।
ପିଲାଟି ଦିନରୁ ଅପରାଧ ଦୁନିଆରେ ପାଦ ଦେଇଥିଲା ବିକାଶ ଦୁବେ । ଯେଉଁ ସ୍କୁଲରେ ପାଠ ପଢୁଥିଲା ସେହି ସ୍କୁଲର ବୃଦ୍ଧ ପ୍ରନ୍ସିପାଲ ସିଦ୍ଧେଶ୍ୱର ପାଣ୍ଡେୟଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା । ପ୍ରିନ୍ସପାଲ ପୁଅ ରାଜେନ୍ଦ୍ରଙ୍କ କହିବା ଅନୁସାରେ, ହତ୍ୟା ସମୟରେ ତାଙ୍କ ବାପା ତାଙ୍କୁ ନମାରିବା ପାଇଁ ଅନେକ କାକୁତି ମିନତି ହୋଇଥିଲେ । କିନ୍ତୁ ଏହି କୁଖ୍ୟାତ ଅପରାଧୀ ପ୍ରିନ୍ସପାଲଙ୍କ କୌଣସି ବି କଥା ଶୁଣିନଥିଲା । ପ୍ରିନ୍ସପାଲଙ୍କୁ ମାରିବା ପରେ ରକ୍ତରେ ତା ନିଜ ହାତକୁ ରଙ୍ଗୀନ କରିଥିଲା । ସେବେଠାରୁ ଏବେ ଯାଏଁ ଅନେକ ଅପରାଧ କରିଆସିଛି । ତେବେ କାନପୁର ସୁଟଆଉଟ୍ ପରେ ଫେରାର ଥିଲା ବିକାଶ ଦୁବେ । ଆଉ ଏବେ ପୋଲିସ ହାତରେ ଲାଗିଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଅନ୍ୟପଟେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ, ବିକାଶ ଦୁବେ ବାଲ୍ୟକାଳରୁ ଅପରାଧି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ।
Comments are closed.