ହସ୍ପିଟାଲରେ ଭର୍ତ୍ତି ହେଲେ କମଲ ହାସନ


ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ କମଲ ହାଇଦ୍ରାବାଦରୁ ଚେନ୍ନାଇ ପହଞ୍ଚିଥିଲେ। ସେ ରାତିରେ ଜ୍ୱର ଅନୁଭବ କରିଥିଲେ।  ଏହା ପରେ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଖବର ଅନୁଯାୟୀ, ଏହା ଏକ ରେଗୁଲାର୍ ମେଡିକାଲ ଚେକଅପ୍ ଥିଲା। ଅଭିନେତାଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ଏବଂ ଗୁରୁବାର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, କମଲ ବର୍ତ୍ତମାନ ଶଙ୍କରଙ୍କ ‘ଇଣ୍ଡିଆନ୍ ୨’, ହିଟ୍ ରିଅଲିଟି ସୋ ‘ବିଗ୍ ବସ୍ ତାମିଲ୍’ ଏବଂ ତାଙ୍କର ରାଜନୈତିକ ଦଳର କାର୍ଯ୍ୟ ସହିତ ବ୍ୟସ୍ତ ଅଛନ୍ତି। ସେ ନିକଟରେ ହାଇଦ୍ରାବାଦରେ ତାଙ୍କ ସହକର୍ମୀ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ କେ ବିଶ୍ୱନାଥଙ୍କୁ ଭେଟିବା ପାଇଁ ଏକ ଚର୍ଚ୍ଚାରେ ମଧ୍ୟ ଥିଲେ।


Share It

Comments are closed.