ବିରଳ ଅସ୍ତ୍ରୋପଚାର ଦ୍ୱାରା କଳିଙ୍ଗ ହସ୍ପିଟାଲରେ ଯୋଡା ହେଲା କଟା ହାତ
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲର ଡାକ୍ତରମାନେ ସଡକ ଦୁର୍ଘଟଣାରେ କଟିଯାଇଥିବା ଜଣେ ବ୍ୟକ୍ତିଙ୍କ ହାତକୁ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ସଫଳତାର ସହ ଯୋଡିବାକୁ ସକ୍ଷମ ହୋଇଛନ୍ତି । ଡାକ୍ତରମାନଙ୍କ ଏକ ଟିମ୍ ୨୪ ବର୍ଷୀୟ ଯୁବକକଙ୍କ କଟା ହାତକୁ ଯୋଡିବା ପାଇଁ ଏହି ଅସ୍ତ୍ରୋପଚାର କରିଥିଲେ । ତନ୍ମୟ ପଶ୍ଚିମବଙ୍ଗର ମେଦିନା ପୁର ଅଂଚଳର ଜଣେ ଲରି ଡ୍ରାଇଭର ଅଟନ୍ତି ଓ ସେ ଜାତୀୟ ରାଜପଥରେ ଓଡିଶା ଅତିକ୍ରମ କରୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । କୁହାଯାଉଛି ଯେ, ଡ୍ରାଇଭର ଜଣଙ୍କ ଗାଡି ଚଳାଇବା ସମୟରେ ନିଜ ହାତକୁ ଗାଡିର ଝରକାରୁ ବାହାରକୁ ବାହାର କରିଥିଲେ ଓ ଏହି ସମୟରେ ଅନ୍ୟ ପଟୁ ଦ୍ରୁତ ବେଗରେ ଆସୁଥିବା ଅନ୍ୟ ଏକ ଟ୍ରକ୍ ପିଟି ହେବା କାରଣରୁ ତାଙ୍କ ହାତ କଟିଯାଇଥିଲା ।
ଡାକ୍ତରଙ୍କ କହିବା ଅନୁସାରେ, ଆହତ ବ୍ୟକ୍ତି ପ୍ରାୟ ୬ରୁ ୮ ଘଂଟା ବିଳମ୍ବରେ ହସ୍ପିଟାଲରେ ପହଂଚିଥିଲେ । ତାଙ୍କ କଟା ହାତକୁ ମଧ୍ୟ ପୁନଃପ୍ରତିରୋପଣ ପାଇଁ ଭଲ ଭାବେ ସଂରକ୍ଷିତ ହୋଇନଥିଲା । ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ମୁତାବକ, ସମଗ୍ର ବିଶ୍ୱର ମେଡିକାଲ ରେକର୍ଡ ଅନୁଯାୟୀ ଏଭଳି ଏକ ସ୍ଥିତିରେ ରୋଗୀଙ୍କ ବଂଚିବା ହାର ଖୁବ୍ କମ୍ ଅଟେ ।
କଳିଙ୍ଗ ହସ୍ପିଟାଲର ବରିଷ୍ଠ ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜନ, ଡଃ ଅକ୍ଷୟ ରାଉତ କହିଛନ୍ତିଯେ, “ବିଶ୍ୱବ୍ୟାପୀ ଚିକିତ୍ସା ସାହିତ୍ୟ ସୂଚିତ କରେ ଯେ, ବିଳମ୍ବିତ ପୁନଃପ୍ରତିରୋପଣ କ୍ଷେତ୍ରରେ ଏବଂ ସଂରକ୍ଷିତ ଅଂଶ ବିନା ଅସ୍ତ୍ରୋପଚାରର ସଫଳତା ହାର ସର୍ବନିମ୍ନ ୨ରୁ ୩% ଅଟେ । ଏହା ଏକ ବିରଳ ଓ ଅଦ୍ଭୁତ ଅସ୍ତ୍ରୋପଚାର ଥିଲା କିନ୍ତୁ ଆମେ ଏହାକୁ କରିବାକୁ ସଫଳ ହୋଇଥିଲୁ । ରୋଗୀ ଏବେ ସୁସ୍ଥ ହେଉଛନ୍ତି ଏବଂ ଏହି ଅସ୍ତ୍ରୋପଚାର ପ୍ରାୟ ୩୬ ଦିନ ତଳେ ହୋଇଥିଲା । ତାଙ୍କର କଟା ହାତ ପୁନଃପ୍ରତିରୋପଣ ପରେ ଭଲ ଭାବରେ କାମ କରୁଛି ଏବଂ କ୍ଷତ ମଧ୍ୟ ଭଲ ହୋଇଛି ।”
ଏହି ବିରଳ ଅସ୍ତ୍ରୋପଚାରରେ ଦେଖାଦେଇଥିବା ଆହ୍ୱାନଗୁଡିକ ସମ୍ପର୍କରେ ଡଃ ରାଉତ ଆହୁରି ମଧ୍ୟ କହିଛନ୍ତିଯେ, “କ୍ଷତିଗ୍ରସ୍ତ ମାଂସପେଶୀ ଓ କଟିଯାଇଥିବା ଅଂଶର ବିଭାଜନ କାରଣରୁ ଏଭଳି ଏକ ପରିସ୍ଥିତିରେ ପୁନଃପ୍ରତିରୋପଣ କରିବା ଖୁବ୍ ଜଟିଳ ହୋଇଥାଏ । ମାଂସପେଶୀ ଟକ୍ସିନ୍ ନିସୃତ କରିବାର ସମ୍ଭାବନା ଥାଏ, ଯାହାକି ରୋଗୀଙ୍କ ପାଇଁ ଘାତକ ପ୍ରମାଣିତ ହୋଇପାରେ । ଯେହେତୁ ରୋଗୀ ଗୁରୁତ୍ୱପୂର୍ଣ୍ଣ ସମୟ (୬ରୁ ୮ ଘଂଟା) ହରାଇଥିଲେ ଓ ବହୁ ବିଳମ୍ବରେ ହସ୍ପିଟାଲରେ ପହଂଚିଥିଲେ ତେଣୁ ଏହା ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା । ଡଃ ରାଉତ, ଅର୍ଥୋପେଡିକ୍ ସର୍ଜନ ଡଃ ଗୟାଧର ବେହେରା ଓ ଅନ୍ୟ ଡାକ୍ତରମାନˆ ଏକ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ । ଏହି ଦୁର୍ଘଟଣା ଗତ ଜୁନ୍ ୧ ତାରିଖ ସନ୍ଧ୍ୟା ୭ଟା ବେଳେ ଜାତୀୟ ରାଜପଥରେ ଘଟିଥିଲା । ଆହତ ଚାଳକଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଅଧିକ ଚିକିତ୍ସା ପାଇଁ କଳିଙ୍ଗ ହସ୍ପିଟାଲକୁ ପଠାଯାଇଥିଲା ।”
ଡ଼ାକ୍ତର ମାନଙ୍କର ଏକ ଦଳ ଯେଉଁଥିରେ ଡ଼ା. ରାଉତ, ଡ଼ା ଗୟାଧର ବେହେରା, ଅର୍ଥୋପେଡ଼ିକ୍ ସର୍ଜନ ଏବଂ ଅନ୍ୟ ମାନଙ୍କର ମିଳିତ ଉଦ୍ୟମରେ ଏହି ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଘଟଣାଟି ଜୁନ୍ ୧ ତାରିଖ ସଂଧ୍ୟା ୭ରେ ଜାତୀୟ ରାଜପଥରେ ଘଟିଥିଲା । ନିକଟସ୍ଥ ଡ଼ାକ୍ତରଖାନାରେ ତାଙ୍କର ପ୍ରାଥମିକ ଚୀକିତ୍ସା ପରେ ପରବର୍ତି ଚିକିତ୍ସା ପାଇଁ ତାଙ୍କୁ କଳିଙ୍ଗ ହସପିଟାଲକୁ ଅଣାଯାଇଥିଲା ।
ଏହି ଅସ୍ତ୍ରୋପଚାରରେ ସାମିଲ ଥିବା ଅର୍ଥୋପେଡିକ୍ ସର୍ଜନ ଡଃ ଗୟାଧର ବେହେରା କହିଛନ୍ତିଯେ, “ଅର୍ଥୋପେଡିକ୍ ବା ଅସ୍ଥି ବିଜ୍ଞାନ ଦୃଷ୍ଟିରୁ ଏହି ଅସ୍ତ୍ରୋପଚାରରେ ଆମେ ଅଲଗା ହୋଇଥିବା ହାତକୁ ଯୋଡି ରଖିବା ନିଶ୍ଚିତ କରିବା ଲାଗି ଭିତରେ ଏକ ଇଲେକ୍ଟ୍ରିକ୍ ନେଲ୍ ଭର୍ତି କରିଥିଲୁ ଏବଂ ବାହାର ପଟରୁ ଏହାକୁ ଏକ ରଡ୍ ମାଧ୍ୟମରେ ସପୋର୍ଟ ଦେଇଥିଲୁ । ଏକ୍ସ-ରେ ଦ୍ୱାରା ସେଥିରେ ପ୍ରଗତି ହେଉଥିବା ଆମେ ଦେଖିବାକୁ ପାଇଥିଲୁ । ପ୍ରାୟ ୬ରୁ ୮ ସପ୍ତାହ ମଧ୍ୟରେ ଆମେ ଯୋଡି ହୋଇଥିବା ହାଡର ଏକ ଉନ୍ନତ ଚିତ୍ର ଦେଖିବାକୁ ପାଇଥିଲୁ । ଏଭଳି ମାମଲାରେ ଯଦି ଆବଶ୍ୟକ ହୁଏ ତେବେ ପ୍ରାୟ ୪ ମାସ ପରେ ଆମେ ଭାଙ୍ଗିଥିବା ହାଡକୁ ଭଲ ଭାବେ ଯୋଡିବା ପାଇଁ ଆଉ ଏକ ଅସ୍ତ୍ରୋପଚାର କରିବୁ ।”
ଆହତ ଚାଳକଙ୍କୁ ହସ୍ପିଟାଲକୁ ଜୁନ୍ ୨ ତାରିଖ ଭୋର୍ ୧ଟା ୩୦ ମିନିଟ୍ରେ ଅଣାଯାଇଥିଲା । ପ୍ରଥମେ ଡାକ୍ତରମାନେ ତାଙ୍କୁ ସ୍ଥିର କରିଥିଲେ ଓ ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର ରକ୍ତ ନମୂନା ପରୀକ୍ଷା କରିବାକୁ ପଠାଇଥିଲେ ।
ଡାକ୍ତର ଟିମ୍ର କହିବା ଅନୁସାରେ, ମେଦିନାପୁର କୋଭିଡ୍-୧୯ ପାଇଁ ଏକ ଚିହ୍ନିତ ହଟ୍ସ୍ପଟ୍ ଅଂଚଳ ହୋଇଥିବା ସତ୍ୱେ, ଡାକ୍ତରମାନେ ରୋଗୀଙ୍କ ଅଙ୍ଗ ଓ ଜୀବନ ବଂଚାଇବା ପାଇଁ ଅସ୍ତ୍ରୋପଚାର କରିଥିଲେ । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍-୧୯ର ବିପଦ ସତ୍ୱେ ଡାକ୍ତରମାନେ ରୋଗୀଙ୍କୁ ବଂଚାଇବାକୁ ନିଷ୍ପତି ନେଇଥିଲେ ଏବଂ କାରଣ ବିଳମ୍ବ ହୋଇଥିଲେ ତାଙ୍କର କଟା ହାତ ରୋଗୀଙ୍କ ପାଇଁ ଗଭୀର ଜଟିଳତା ସୃଷ୍ଟି କରିପାରିଥାନ୍ତା ।
ଏହି ଅସ୍ତ୍ରୋପଚାରରେ ଡା. ରାଉତଙ୍କ କାର୍ଯ୍ୟ ଥିଲା ରକ୍ତ ବାହିକା ଓ ହାତର ଅନ୍ୟ ଅଂଶଗୁଡିକୁ ଚିହ୍ନଟ କରିବା ଏବଂ ସେଗୁଡିକୁ ପୁନଃସଂଯୋଗ କରିବା, ଯାହାକି କଟା ହାତକୁ ପୁନର୍ଜୀବିତ କରିବା ପାଇଁ ଆବଶ୍ୟକ ଥିଲା, ସେହିପରି ଡଃ ବେହେରା ଭଙ୍ଗା ହାଡକୁ ଯୋଡିବା କାର୍ଯ୍ୟ ତୁଲାଇଥିଲେ ।
Comments are closed.