ମା ବିମଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
ଗଣିଆ: ଗଣିଆ ଜଗନ୍ନାଥ ମନ୍ଦିର ପରିସରରେ ମା ବିମଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଅଧିବାସ, ଅଙ୍କୁରାରୋପଣ ହୋଇଥିବା ବେଳେ ବୁଧବାର ତୀର୍ଥ ଆବାହନ,କଳସଯାତ୍ରା, ସୂର୍ଯ୍ୟପୂଜା, ଅଷ୍ଟପ୍ରହର ନାମଯଜ୍ଞ,ଦେବତା ଆବାହନ,ଅଗ୍ନିସ୍ଥାପନ,ବିଗ୍ରହସ୍ନାନ ଆଦି ସମ୍ପନ୍ନ ହୋଇଥିଲା । ମହାନଦୀ ଘାଟରୁ ଶତାଧିକ ପୁରୁଷ ଏବଂ ମହିଳା ଏକତ୍ରିତ ହୋଇ ନାମ ସଂକୀର୍ତ୍ତନ କରି ୧୦୮ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦିନ ତମାମ ଅଷ୍ଟପ୍ରହର ନାମଯଜ୍ଞ ଚାଲୁରହିଥିଲା । ଆସନ୍ତାକାଲି ନୂତନ ବିଗ୍ରହଙ୍କ ମନ୍ଦିର ପ୍ରବେଶ ଏବଂ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ମନ୍ଦିରର ଟ୍ରଷ୍ଟି ଅକ୍ଷୟ କୁମାର ସାହୁ,ବ୍ରଜ କିଶୋର ସାହୁ, ସୁନିଲ କୁମାର ସାହୁ, ସରୋଜ କୁମାର ସାହୁ,ଉଦ୍ୟନାଥ ସାହୁଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ,ବ୍ରାହ୍ମଣ ସମାଜର ସଦସ୍ୟ ତଥା ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ଗଣିଆ ରୁ ଅଜିତ କୁମାର ଦାଶ
Comments are closed.