ଦଶରେ କରୋନା ଟୀକା ତାଲିକାରେ ଯୋଡି ହେଲା ଜନସନ ଟୀକା

Share It

କରୋନାକୁ ମହାମାରୀ ବିରୋଧରେ ଭାରତକୁ ମିଳିଛି ବଡ ଅସ୍ତ୍ର । ଆମେରିକା ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ବିଶିଷ୍ଟ ଟିକାକୁ ମିଳିଛି ଅନୁମତି । ଏହାର ଜରୁରୀକାଳିନ ବ୍ୟବହାରକୁ ମିଳିଛି ଅନୁମତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନଶୁଖ ମାଣ୍ଡଭିୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଗତକାଲି ଏହାର ବ୍ୟବହାର ନେଇ ଅନୁମତି ମଗାଯାଇଥିଲା । ଫଳରେ ଭାରତରେ ଏହା ଚତୁର୍ଥ ଭାକସିନ ହେବ । ଯାହାକି କରୋନା ବିରୋଧରେ ଭାରତର ସଂଗ୍ରାମକୁ ମଜବୁତ କରିବ ।

ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ଋଷ ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିଶାଳ ଟୀକାକରଣ ଅଭିଯାନ ଚାଲିଛି। ଏହାର ଅନୁମୋଦନ କ୍ରମେ ବର୍ତ୍ତମାନ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନରେ ଆଉ ଏକ ଟିକା ଯୋଡି ହୋଇଛି । କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟ୍ନିକ୍-ଭି ସମସ୍ତ ତିନୋଟି ଡବଲ୍-ଡୋଜ୍ ଟିକା । ତେବେ ଜନସନ ଆଣ୍ଡ ଜନସନ ଟିକା ହେଉଛି ଏକକ ଡୋଜ୍ ଟିକା । ସେମାନଙ୍କ ସାହାଯ୍ୟରେ ପ୍ରାୟ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୫୦ କୋଟିରୁ ଅଧିକ ଡୋଜ ଦିଆଯାଇଛି ।


Share It

Comments are closed.