ଟାର୍ଗେଟ କିଲିଂ ଭିତରେ ୧୭୭ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କ ଟ୍ରାନ୍ସଫର, ଜିଲ୍ଲା ମୁଖ୍ୟାଳୟକୁ ଆସିଲେ
ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଭିତରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ମୁତୟନ କାଶ୍ମୀର ପଣ୍ଡିତଙ୍କ ଜିଲ୍ଲା ମୁଖ୍ୟାଳୟକୁ ଟ୍ରାନ୍ସଫର କିମ୍ବା ଆଡଜଷ୍ଟମେଣ୍ଟ କରିଦିଆଯାଇଛି। ଶ୍ରୀନଗର ସ୍ଥିତ ଚିଫ୍ ଏଜୁକେସନ୍ ଅଫିସରଙ୍କ ପକ୍ଷରୁ ଜାରି ଏକ ପତ୍ରରେ ଏନେଇ ସୂଚନା ଦିଆଯାଇଛି।
ଉଲ୍ଲେଖନୀୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏକ ହାଇ ଲେବଲ ମିଟିଂ କରିଥିଲେ। ମିଟିଂରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବ୍ୟତୀତ ଏନ୍ଏସଏ ଅଜିତ ଡୋଭାଲ,ଜମ୍ମୁ-କଶ୍ମୀରର ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ ଦିଲବାଗ୍ ସିଂହ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, କେନ୍ଦ୍ର ରିଜର୍ଭ ପୋଲିସ ବଳ ମହାନିର୍ଦେଶକ କୁଲଦୀପ ସିଂହ ଓ ସୀମା ସୁରକ୍ଷାବଳର ମୁଖ୍ୟ ପଙ୍କଜ ସିଂହ ମଧ୍ୟ ଉପସ୍ଥିତ ଥିଲେ।
କୁହାଯାଉଛି ଯେ, ଘାଟିରୁ କାଶ୍ମୀର ପଣ୍ଡିତଙ୍କ ପଳାୟନ ଭିତରେ ତାଙ୍କୁ ସୁରକ୍ଷା ଅନୁଭବ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଛି। ଉଲ୍ଲେଖନୀୟ ଯେ, କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ଲୋକଙ୍କ ଭିତରେ ଖୁବ୍ ଆକ୍ରୋଶ ରହିଛି। ନିକଟରେ ଆତଙ୍କବାଦୀମାନେ ବ୍ୟାଙ୍କରେ ପଶି ରାଜସ୍ଥାନରେ ରହୁଥିବା ଜଣେ ଯୁବକକୁ ଗୁଳି କରି ହତ୍ୟା କରିଥିଲେ। ସେଭଳି ତା ପୂର୍ବରୁ କୁଲଗାମ୍ ଜିଲ୍ଲାର ଏକ ସ୍କୁଲରେ ଆତଙ୍କବାଦୀମାନେ ଶିକ୍ଷକ ରଜନୀ ବାଳାଙ୍କୁ ହତ୍ୟା କରିଥିଲେ। କାଶ୍ମୀର ପଣ୍ଡିତଙ୍କୁ ହତ୍ୟାକୁ ନେଇ ଗୁରୁବାର ଜମ୍ମୁ ସହରରେ ଇମିଡିଏଟ୍ ଟ୍ରାନ୍ସଫରର ଦାବିକୁ ନେଇ ଶତାଧିକ ସରକାରୀ କର୍ମଚାରୀଙ୍କ ଶୋଭାଯାତ୍ରା ବାହାରିଥିଲା। ସେ ସରକାରଙ୍କୁ ସୁରକ୍ଷିତ ସ୍ଥିତି ପ୍ରଦାନ କରିବା ପାଇଁ ଅପିଲ କରିଥିଲେ। ଏହି ସହିତ ସେ କହିଥିଲେ, ଯେଉଁ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି କଡା ପଦକ୍ଷେପ ନିଆଯାଇ ନାହିଁ, ସେ କାମ କରିବେ ନାହିଁ।
Comments are closed.