ଡାକ୍ତରରୁ ଆତଙ୍କବାଦୀ ହୋଇଥିବା ‘ରିୟାଜ ନାଇକୋ’ ନିହତ

Share It

ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ବେଗପୁରରେ ହିଜବୁଲ ମୁଜାହିଦିନ କମାଣ୍ଡର ରିୟାଜ ନାଇକୋକୁ ଆଜି ସୁରକ୍ଷାବଳ ଗୁଳି କରି ହତ୍ୟା କରିଛନ୍ତି । ସୁରକ୍ଷାବଳ ଅଞ୍ଚଳଟିକୁ ଚାରିପଟୁ ସିଲ କରିଥିବାବେଳେ ଘଣ୍ଟାଘଣ୍ଟା ଧରି ଚାଲିଥିବା ଏହି ଗୁଳି ଚାଳନାରେ କୁଖ୍ୟାତ ଆତଙ୍କବାଦୀ ତଥା ହିଜବୁଲ ମୁଜାହିଦିନ କମାଣ୍ଡର ରିୟାଜ ନାଇକୋ ଶେଷରେ ନିହିତ ହୋଇଛି । ରିୟାଜ ଉପରେ ୧୨ ଲକ୍ଷ ଟଙ୍କାର ପୁରଷ୍କାର ରାଶି ରଖାଯାଇଥିଲା । ରିୟାଜ ପୂର୍ବରୁ ଡାକ୍ତରଥିବାବେଳେ ପରବର୍ତ୍ତୀ ସୟରେ ସେ ବନ୍ଧୁକ ଧରିଥିଲେ ।
ରିୟାଜ ଘାଟିରେ ସବୁଠାରୁ ଦୁର୍ଦାନ୍ତ ଆତଙ୍କବାଦୀ ଥିଲେ । ସେ ୟାସିନ ଇଟୁଙ୍କ ମୃତ୍ୟୁ ପରେ ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ ରଖିବା ପାଇଁ ହିଜବୁଲ ମୁଜାହିଦିନର କମାଣ୍ଡ ଋପେ ନେତୃତ୍ୱ ନେଇଥିଲେ । ସେ ୨୦୧୨ରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନରେ ଯୋଗ ଦେଇଥିଲେ ଏବଂ ୫ ବର୍ଷ ମଧ୍ୟରେ ସଂଗଠନ ପ୍ରମୁଖ ହୋଇଯାଇଥିଲେ । ସେ ଜ୍ଞାନକୌଶଳରେ ମହାରଥୀ ଥିଲେ ।

ରିୟାଜ ଜଣେ ଆତଙ୍କବାଦୀର ଅନ୍ତିମ ସଂସ୍କାରରେ ଯୋଗଦେବା ପରେ ସେ ପାକିସ୍ତାନକୁ ସମର୍ଥନ କରୁଥିବାର କଥା ସର୍ବସାଧାରଣରେ କହିଥିଲେ । ରିୟାଜ ମୃତ୍ୟୁ ପରେ ବର୍ତ୍ତମାନ ବେଗପୁରକୁ ଆତଙ୍କବାଦୀମୁକ୍ତ ଅଞ୍ଚଳ ଭାବେ ଘୋଷିତ କରାଯାଇଛି ।
ପ୍ରକାଶ ଥାଉକି, ଗତ ଏକ ମାସ ମଧ୍ୟରେ ୭ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ଏଥିରେ ୧୮ ଜଣ ଯବାନ ସହିଦ ହୋଇଥିବାବେଳେ ଆଠ ଜଣ ଆତଙ୍କବାଦୀ ନିହିତ ମଧ୍ୟ ହୋଇଛନ୍ତି ।


Share It

Comments are closed.