ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ନିଖୋଜ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା କାରଣରୁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ରହିଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜମ୍ମୁ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଜିଲା ରହିଥିବା ବେଳେ ଏହା ହେଉଛି ଏକ ପାହାଡିଆ ଅଞ୍ଚଳ ।
ଭୋର ୪ଟା ସମୟରେ ଜିଲାର ଡଚ୍ଚନ ଅଞ୍ଚଳରେ ଥିବା ହଞ୍ଜର ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା । ୨୮ ଜଣ ହଠାତ ନିଖୋଜ ହୋଇଯାଇଥିଲେ । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ କାର୍ଯ୍ୟ କରୁ ନାହିଁ । ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ରହିଛି । ଏହି ଘଟଣାରେ ୬ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି । ତୁରନ୍ତ ଉଦ୍ଧାରକାରୀ ଦଳ ଓ ସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ୫ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪୦ ରୁ ଅଧିକ ନିଖୋଜ ରହିଛନ୍ତି । ଗତ କିଛି ଦିନ ହେବ ଜମ୍ମୁରେ ପ୍ରବଳ ବର୍ଷା ହୋଇଥିଲା । ଜୁଲାଇ ଶେଷ ସୁଦ୍ଧା କିଶତ୍ୱର ଜିଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ରାତିରେ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ନଦୀ ଓ ଝରଣାରେ ଜଳସ୍ତର ବୃଦ୍ଧି ନେଇ କୁହାଯାଇଥିଲା ।
Comments are closed.