ଜିଓମାର୍ଟ ପକ୍ଷରୁ ‘ଗ୍ରାଣ୍ଡ ରିପବ୍ଲିକ୍ ସେଲ୍’ ଆରମ୍ଭ
ମୁମ୍ବାଇ, ଜାନୁୟାରୀ ୧୯, ୨୦୨୬: ଜିଓମାର୍ଟ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ‘ଗ୍ରାଣ୍ଡ ରିପବ୍ଲିକ୍ ସେଲ୍’ ଆରମ୍ଭ କରାଯାଇଛି, ଯାହା ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍ ଅଧୀନରେ ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍, ଗ୍ରସେରୀ ଏବଂ ଘରକରଣା ସାମଗ୍ରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।
ଏହି ସେଲ ଅଧୀନରେ ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟ ଟିଭି ଏବଂ ପିନ୍ଧିବା ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ଉପଲବ୍ଧ ରହିଛି। ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ଫ୍ୟାଶନ୍ ଉତ୍ପାଦ ୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହା ସହିତ ଡାଲି, ତେଲ, ମସଲା, ସ୍ନାକ୍ସ, ସୌନ୍ଦର୍ଯ୍ୟ ବା ପ୍ରସାଧନ ସାମଗ୍ରୀ, ଶିଶୁ ଯତ୍ନ ଏବଂ ହୋମ କେୟାର ଉତ୍ପାଦ ଉପରେ ମଧ୍ୟ ବିଶେଷ ରିହାତି ପ୍ରଦାନ କରାଯାଉଛି।
ଗ୍ରାହକମାନେ ବ୍ୟାଙ୍କ ଅଫ୍ ବରୋଦା କାର୍ଡରେ ୭.୫ ପ୍ରତିଶତ ପର୍ଯ୍ୟନ୍ତ ତୁରନ୍ତ ରିହାତି ମଧ୍ୟ ପାଇପାରିବେ, ଯାହା ଜାନୁୟାରୀ ୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ଏହି ସ୍ୱତନ୍ତ୍ର ସେଲ ଜିଓମାର୍ଟର ଶୀଘ୍ର (କ୍ୱିକ) ଏବଂ ସୂଚୀବଦ୍ଧ (ସ୍ୱେଡ୍ୟୁଲଡ଼) ଡେଲିଭରି ନେଟୱାର୍କ ମାଧ୍ୟମରେ ସାରା ଦେଶରେ ଉପଲବ୍ଧ ରହିଛି, ଯାହାଦ୍ୱାରା ଗ୍ରାହକମାନଙ୍କୁ ଦ୍ରୁତ ଏବଂ ନିର୍ଭରଯୋଗ୍ୟ ଡେଲିଭରି ମିଳୁଛି।
ଗ୍ରାହକମାନେ www.jiomart.com କିମ୍ବା ଜିଓମାର୍ଟ ଆପ୍ ପରିଦର୍ଶନ କରି ଏହି ଅଫରର ଲାଭ ଉଠାଇପାରିବେ।
Comments are closed.