ଓଡ଼ିଶାରେ ଜିଓଏୟାରଫାଇବରର ଧୁମ, ୨ ଲକ୍ଷରୁ ଅଧିକ ଗ୍ରାହକ ମାଇଲଖୁଣ୍ଟ ହାସଲ: ଟ୍ରାଇ ତଥ୍ୟ

Share It

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ରାଜ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଜିଓର ଅତ୍ୟନ୍ତ ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୨ ଲକ୍ଷ ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି। ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ଓଡ଼ିଶାରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଦବଦବା ବଜାୟ ରଖି ଜିଓଏୟାରଫାଇବର ୮୩ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ଜୁଲାଇ ଶେଷ ସୁଦ୍ଧା ୨.୧୧ ଲକ୍ଷରୁ ଅଧିକ ଗ୍ରାହକ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଜୁଲାଇ ମାସରେ, ଜିଓ ଓଡ଼ିଶାରେ ସର୍ବାଧିକ ୧୬୭୭୫ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡ଼ିଛି। ଉଲ୍ଲେଖନୀୟ ଯେ ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ବାସ୍ତବରେ ସମାବେଶୀ ହୋଇଛି, କାରଣ ବିଶେଷକରି ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ରହିଥିବା ଶେଷ-ମାଇଲ୍ ଫାଇବର ସଂଯୋଗ ଜନିତ ସମସ୍ୟାକୁ ଏହା ଦୂର କରିଛି। ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରି ଜିଓଏୟାରଫାଇବର ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ଅସୀମିତ ୱାଇଫାଇ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍ ଏବଂ ଆହୁରି ଅନେକ ସୁବିଧା ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରକୁ ସଶକ୍ତ କରିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡ଼ିଶାରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ିଛି। ଜିଓ ସାରା ଓଡିଶାରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେଇ ଜିଓ ଫାଇବର ଓ ଜିଓଏୟାରଫାଇବର ସଂଯୋଗ ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇ-ଫାଇ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ୫.୫୮ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ସଶକ୍ତ କରୁଛି।

ୱାୟାରଲାଇନ୍ କ୍ଷେତ୍ରରେ ଜିଓ ୫୦ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ପ୍ରାୟ ୩.୪୭ ଲକ୍ଷ ଜିଓଫାଇବର ଗ୍ରାହକଙ୍କ ସହିତ ଓଡ଼ିଶାରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ଏହାର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ଦୁଇଗୁଣରୁ ଅଧିକ ରହିଛି। ଜୁଲାଇ ମାସରେ ଜିଓ ଓଡ଼ିଶାରେ ୧୨୮୯୮ ନୂତନ ୱାୟାରଲାଇନ୍ ବା ଜିଓଫାଇବର ଉପଭୋକ୍ତା ଯୋଡିଛି, ଯାହା ଏହି ମାସରେ ୱାୟାରଲାଇନ୍ କ୍ଷେତ୍ରରେ ଯୋଡି ହୋଇଥିବା ମୋଟ ନୂତନ ଗ୍ରାହକଙ୍କ ୭୩ ପ୍ରତିଶତରୁ ଅଧିକ।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜିଓ ଜୁଲାଇ ମାସରେ ଓଡ଼ିଶାରେ ସର୍ବାଧିକ ୫୯ ହଜାରରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡି ଓଡ଼ିଶାର ସର୍ବବୃହତ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ ​​କରିଥିବାବେଳେ ସମାନ ସମୟରେ ଏୟାରଟେଲ୍ ଏବଂ ବିଏସଏନଏଲ ଉଭୟ ହଜାର ହଜାର ମୋବାଇଲ୍ ଉପଭୋକ୍ତା ହରାଇଛନ୍ତି। ଜୁଲାଇ ଶେଷ ସୁଦ୍ଧା ଜିଓର ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୧.୬୪ କୋଟିରୁ ଅଧିକ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ଜିଓ ଦେଶରେ ୫୦ କୋଟି ଗ୍ରାହକ ହାସଲର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି ଏବଂ ବିଶ୍ୱ ସ୍ତରରେ ଏହା ସର୍ବବୃହତ ଏଫଡବ୍ଲୁଏ ସେବା ପ୍ରଦାନକାରୀ ସ୍ଥାନ ମଧ୍ୟ ହାସଲ କରିଛି।


Share It

Comments are closed.