୨୦୨୦ ଡିସେମ୍ବରରେ ଓଡ଼ିଶାରେ ନୂତନ ଗ୍ରାହକ ଯୋଗକରିବାରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ
ଭୁବନେଶ୍ୱର,: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥିତିକୁ ପୁନଃ ସୁଦୃଢ କରି ରିଲାଏନ୍ସ ଜିଓ ପୁନଶ୍ଚ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଛି । ଡିସେମ୍ବର ମାସରେ ଜିଓ ଓଡିଶାରେ ପାଖାପାଖି ୨ଲକ୍ଷ ଗ୍ରାହକ ଯୋଗକରିଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟରେ କୁହାଯାଇଛି ।
ଏଥିସହିତ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରାୟ ୪୧ ପ୍ରତିଶତ ଗ୍ରାହକ ବଜାର ଅଂଶ ଏବଂ ରାଜ୍ୟରେ ଏହି କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ମୋଟ ରାଜସ୍ୱ ବଜାର ଅଂଶ ଦଖଲ କରି ନିଜର ଦୃଢ ସ୍ଥିତିକୁ ଅଧିକ ମଜଭୁତ କରିପାରିଛି ।
ରିଲାଏନ୍ସ ଜିଓ ସମ୍ପ୍ରତି ଓଡ଼ିଶାରେ ସର୍ବାଧିକ ୧.୩୭ କୋଟି ମୋବାଇଲ ଗ୍ରାହକ ସହିତ ବଜାରରେ ଅଗ୍ରଣୀ ସ୍ଥାନରେ ଥିବାବେଳେ ଭାରତୀ ଏୟାରଟେଲର ୧.୦୮ କୋଟି ଗ୍ରାହକ, ବିଏସଏନଏଲ ୬୪.୧୪ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ ଆଇଡିଆର ରାଜ୍ୟରେ ୨୫.୩୬ ଲକ୍ଷ ଗ୍ରାହକ ରହିଛନ୍ତି । ଡିସେମ୍ବରରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧.୬ ଲକ୍ଷ ବୃଦ୍ଧିଘଟିବା ସହିତ ତାହା ୩.୩୫ କୋଟି ଅତିକ୍ରମ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛି ।
ଏଥିସହିତ ରିଲାଏନ୍ସ ଜିଓ ୨୦୨୦ ବର୍ଷରେ ଓଡ଼ିଶାରେ ତାହାର ଚମତ୍କାର ଜୟଯାତ୍ରା ଜାରି ରଖି ୧୨ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଗକରିଥିବା ବେଳେ ଏହି ସମୟରେ ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ପ୍ରତ୍ୟେକ ୯ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ତାହାର ସର୍ବବୃହତ ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଏପର୍ଯ୍ୟନ୍ତ ସଂଯୋଗ ନଥିବା ଅଂଚଳଗୁଡିକରେ ଦ୍ରୁତ ନେଟ୍ୱର୍କ ସମ୍ପ୍ରସାରଣ ଏବଂ ସୁଲଭ ଦର ସହିତ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ପ୍ରଦାନ ଆଧାରରେ ବିଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଗକରୁଛି ।
ଏଠାରେ ଆଉମଧ୍ୟ ଉଲ୍ଲେଖ କରାଯାଇପାରେ ଯେ ରିଲାଏନ୍ସ ଜିଓ ତାହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ର ଓଡ଼ିଶାର ବିଭିନ୍ନ ସହର ଓ ନଗରାଂଚଳରେ ଦ୍ରୁତ ସମ୍ପ୍ରସାରଣ ଜାରି ରଖଛି ଏବଂ ରାଜ୍ୟର ୨୫ଟି ପ୍ରମୁଖ ସହର ଓ ନଗରର ମୁଖ୍ୟ ମୁଖ୍ୟ ସ୍ଥାନରେ ଉପଲବ୍ଧ ହେଉଛି । ଦେଶରେ ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର ସମ୍ପ୍ରତି ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରର ପ୍ରମୁଖ ସ୍ଥାନରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରାଂଚଳକୁ ନିଜର ସେବା ଦ୍ରୁତ ସମ୍ପ୍ରସାରଣ କରୁଛି ।
Comments are closed.