ଜିଓ ପକ୍ଷରୁ ଏବେ ସମସ୍ତ ଅସୀମିତ ୫ଜି ଉପଭୋକ୍ତାଙ୍କୁ ମାଗଣାରେ ମିଳିବ ଜେମିନି୩ ଆକ୍ସେସ୍

Share It

ମୁମ୍ବାଇ, ୧୯ ନଭେମ୍ବର, ୨୦୨୫: ଜିଓ ଏହାର ଏଆଇ ଅଫରରେ ଏକ ପ୍ରମୁଖ ଅପଡେଟ୍ କରିଛି। ଅଫର ଅଧୀନରେ, ଜିଓ ଜେମିନି ପ୍ରୋ ପ୍ଲାନ୍ ଏବେ ସମସ୍ତ ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ। ଏହି ଯୋଜନାରେ ଗୁଗୁଲର ନୂତନ ଏବଂ ଉନ୍ନତ ଜେମିନି ୩ ମଡେଲ୍ ଅନ୍ତର୍ଭୁକ୍ତ, ଯାହା ବ୍ୟବହାରକାରୀଙ୍କୁ ଆହୁରି ଅଧିକ ଶକ୍ତିସମ୍ପନ୍ନ ଏଆଇ ଅନୁବୂତି ପ୍ରଦାନ କରିବ।

ପୂର୍ବରୁ, ଏହି ଅଫର କେବଳ ଯୁବ ଗ୍ରାହକଙ୍କ ପାଇଁ ସୀମିତ ଥିଲା, କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାକୁ ସମସ୍ତ ଅନଲିମିଟେଡ଼ ୫ଜି ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରିଛି। ଏହା ସହିତ, ଜିଓ ପ୍ରତ୍ୟେକ ଭାରତୀୟଙ୍କ ହାତ ପାଖରେ ଉନ୍ନତ ଏଆଇ ପ୍ରଯୁକ୍ତିବିଦ୍ୟା ଉପଲବ୍ଧ କରାଇବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛି।

କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ସମସ୍ତ ଜିଓ ଅନଲିମିଟେଡ଼ ୫ଜି ଗ୍ରାହକ ୩୫,୧୦୦ ଟଙ୍କା ମୂଲ୍ୟର ଜେମିନି ପ୍ରୋ ପ୍ଲାନ୍ ୧୮ ମାସ ପାଇଁ ମାଗଣାରେ ପାଇପାରିବେ। ଏହି ସୁବିଧା ନଭେମ୍ବର ୧୯, ୨୦୨୫ ଠାରୁ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ଏବଂ ମାଇଁ ଜିଓ ଆପରେ “କ୍ଲେମ ନାଓ” ବ୍ୟାନରରେ କ୍ଲିକ୍ କରି ତୁରନ୍ତ ସକ୍ରିୟ କରାଯାଇପାରିବ।


Share It

Comments are closed.