ଲାଞ୍ଜିପଲ୍ଲୀ ଇସ୍କନ୍ ମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ
ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଠାରେ ଥିବା ଇସ୍କନ୍ ବ୍ରହ୍ମପୁର – ହରେକୃଷ୍ଣ ମନ୍ଦିରରେ ଶ୍ରୀ ଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ୫ ଦିନ ବ୍ୟାପୀ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଅଛି । ଏହା ଆସନ୍ତା ଶନିବାର ଅର୍ଥାତ୍ ବଳରାମ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟା ୩୦ ଠାରୁ ରାତି ୮ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ପ୍ରଭୁଜୀ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଦିନ ଶତାଧିକ ଭକ୍ତ ଯୋଗଦେଇ ଝୁଲଣ ଗୀତର ତାଳେତାଳେ ମହାପ୍ରଭୁଙ୍କୁ ଝୁଲାଇବା ସହ କୀର୍ତ୍ତନରେ ଭାଗ ନେଉଛନ୍ତି ।
Comments are closed.