ନିଜ ରୋଜା ଭାଙ୍ଗି ୮ ବର୍ଷିୟ ବାଳକର ଜୀବନ ବଞ୍ଚାଇଲେ ଜଣେ ମୁସଲିମ ଯୁବକ

Share It

ଝାଡଖଣ୍ଡରେ ମାନବିକତାର ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଧର୍ମର ଶିକୁଳିକୁ ଭାଙ୍ଗି ଅନ୍ୟ ଜଣକର ଜୀବନ ବଞ୍ଚାଇବାକୁ ନିଜର ଶ୍ରେଷ୍ଠ ଧର୍ମ ଭାବେ ବିବେଚନା କରିଛନ୍ତି । ଝାଡଖଣ୍ଟର ସଲିମ ଅନସାରୀ ନାମକ ଏହି ଯୁବକ ମାନବଜାତି ପାଇଁ ଶ୍ରେଷ୍ଠ ପ୍ରେରଣା ଭାବେ ଉଭା ହୋଇଛନ୍ତି । ନିଜ ଗ୍ରାମର ଜଣେ ୮ ବର୍ଷିୟ ଯୁବକ ନିଖିଲ କୁମାର ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ । ଏକ ଘରୋଇ ନର୍ସିହୋମରେ ଉକ୍ତ ବାଳକର ଚିକିତ୍ସା ଚାଲୁଥିଲା ।
ପିଲାଟିର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇପଡିଥିବା ହେତୁ ତାଙ୍କୁ ସମୟ ସମୟରେ ରକ୍ତ ଦେବାକୁ ପଡୁଥିଲା । ସଲିମଙ୍କୁ ଯେତେବେଳେ ଏହି ସଂପର୍କରେ ଜଣାପଡିଲା ସେତେବେଳେ ସେ ସଙ୍ଗେସଙ୍ଗେ ହସ୍ପିଟାଲରେ ପହଞ୍ଚି ସମୟ ପୂର୍ବରୁ ନିଜର ରୋଜା ଭାଙ୍ଗୀ ଉକ୍ତ ବାଳକଟିକୁ ରକ୍ତ ଦେଇ ତା’ର ଜୀବନ ବଞ୍ଚାଇଥିଲେ ।
ଏହି ସଂପର୍କରେ ସୂଚନା ଦେଇ ବାଳକଟିର ଭାଇ କହିଛନ୍ତି ଯେ, ବ୍ଲଡ ବ୍ୟାଙ୍କରେ ‘ଏ’ ପଜେଟିଭ ରକ୍ତ ଅଭାବ ହେତୁ ଏହି ଗ୍ରୁଫର ରକ୍ତ ମିଳିବା ବହୁ କଷ୍ଠ ହୋଇପଡିଥିଲା । ସେଥିପାଇଁ ଏ ସଂପର୍କରେ ଆମେ ନିଜ ଗାଁକୁ ଖବର ପଠାଇଥିଲୁ । ରକ୍ତ ପାଇଁ ସମସ୍ତ ସଂପର୍କୀୟ ତିନି ଦିନ ହେବ ଚିନ୍ତାରେ ଥିଲେ । ତେବେ ଏହି ସଂପର୍କରେ ଯେତେବେଳେ ସଲିମ ଅନସାରୀଙ୍କୁ ଜଣାପଡିଥିଲା ସେ ତାଙ୍କୁ ଆଡୁ ନିଜ ଫୋନ ଯୋଗେ ଆମକୁ ସଂପର୍କ କରି ରକ୍ତ ଦାନ କରିଥିଲେ । ତାଙ୍କର ଏହି ମହତ୍ତ କାର୍ଯ୍ୟ ପାଇଁ ଆମେ ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବୁ ।


Share It

Comments are closed.