ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ‘ହେମନ୍ତ ସୋରେନ’ଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଇଛି। ମେଲ ପଠାଇ ତାଙ୍କୁ ଏହି ଧମକ ଦିଆଯାଇଥିବା ଜଣାପଡିଛି। ମେଲରେ ସୋରେନଙ୍କୁ ଧମକ ଦେଇ କୁହାଯାଇଛି ଯେ, ଯଦି ସେ ନ ସୁଧୁରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ଧମକ ପ୍ରକାଶ ପାଇବା ପରେ ରାଜ୍ୟର ପ୍ରଶାସନିକ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ସମଗ୍ର ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ସିଆଇଟିକୁ ଇ-ମେଲ ପଠାଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ସିଆଇଡି ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ରାଞ୍ଚିର ସାଇବର ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
Comments are closed.