ବିରାଟଙ୍କୁ ଜାଭେଦଙ୍କ ବାର୍ତ୍ତା, ପୁଣିଥରେ ଫେରିଆସନ୍ତୁ

Share It

ଭୁବନେଶ୍ୱର : ନିକଟରେ କ୍ରିକେଟର ବିରାଟ କୋହଲି ନିଜ ପ୍ରଶଂସଙ୍କୁ ବଡ ଝଟକା ଦେଇ ଟେଷ୍ଟ କ୍ରିକେଟରରୁ ସନସ୍ୟା ନେବାର ଘୋଷଣା କରିଦେଇଥିଲେ । ସେ ୧୨ ମେରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିଟାୟରମେଣ୍ଟକୁ ନେଇ ଘୋଷଣା କରିଥିଲେ ।
ତେବେ ବିରାଟଙ୍କ ସନ୍ୟାସକୁ ନେଇ ବଲିଉଡର ଜଣାଶୁଣା ଗୀତକାର ତଥା ରାଇଟର ଜାଭେଦ ଅଖତର ଭାବପ୍ରବଣ ହୋଇଛନ୍ତି । ସେ ଏହି ରିଟାୟରମେଣ୍ଟ ସଂକ୍ରାନ୍ତରେ ଟ୍ୱିଟ କରିଛନ୍ତି । ଯାହାକି ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ବୋଧେ ହୁଏ ବିରାଟଙ୍କୁ ଏ ସଂପର୍କରେ ଅଧିକ ଜଣାଥିବ କିନ୍ତୁ ଏହି ମହାନ ଖେଳାଳୀଙ୍କ ପ୍ରଶଂସକଙ୍କ ଭାବେ ତାଙ୍କ ଏଇ ନିଷ୍ପତିକୁ ନେଇ ମୁଁ ନିରାଶ ଅଛି । ମୋତେ ଲାଗୁଛି ତାଙ୍କ ମଧ୍ୟରେ ଆହୁରୀ ଅନେକ କ୍ରିକେଟ ବାକି ଅଛି । ମୁଁ ତାଙ୍କୁ ଆନ୍ତରିକ ଅନୁରୋଧ କରୁଛି ଯେ, ସେ ତାଙ୍କ ନିଷ୍ପତି ଉପରେ ପୁନଃବିଚାର କରନ୍ତୁ । ”


ଜାଭେଦଙ୍କ ଏହି ଟ୍ୱିଟ ସମସ୍ତ ବିରାଟ ପ୍ରେମୀଙ୍କୁ ଭାବପ୍ରବଣ କରିଦେଇଛି । ବାରିଟପ୍ରେମୀ ମଧ୍ୟ ସେହି ସମାନ ଅନୁରୋଧ ବିରାଟଙ୍କୁ କରୁଛନ୍ତି । ପ୍ରକାଶ ଥାଉକି ବିରାଟ ୧୨୩ଟି ଟେଷ୍ଟ ମ୍ୟାଚ ଖେଳି ୯,୨୩୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ ରହିଛି ।


Share It

Comments are closed.