କରୋନା ପ୍ରଭାବ, ଆସନ୍ତା ରବିବାର ସମସ୍ତ ଟ୍ରେନ ଚଳାଚଳ ରହିବ ବନ୍ଦ


  • ୨୨ ମାର୍ଚ୍ଚ ଅର୍ଥାତ୍‌ ରବିବାର ଦିନ  ଗଡ଼ିବନି ଟ୍ରେନ୍ । ‘ଜନତା କର୍ଫ୍ୟୁ ’କୁ ନଜରରେ ରଖି କରୋନା ଭାଇରସ ସହ ଲଢ଼ିବା ପାଇଁ ଭାରତୀୟ ରେଲୱେ  ୨୪୦୦ ପାସେଞ୍ଜର ଟ୍ରେନ ଓ ୧୩୦୦ ମେଲ ବା ଏକ୍ସପ୍ରେସ ଟ୍ରେନ୍‌କୁ ରଦ୍ଦ  କରିଛି । ଶନିବାର  ୨୧ ମାର୍ଚ୍ଚ ମଧ୍ୟରାତ୍ରୀରୁ ରବିବାର ରାତି ୧୦ଟା ଯାଏ  କୌଣସି ବି ଷ୍ଚେସନରୁ କୌଣସି ଯାତ୍ରୀ  ଟ୍ରେନରେ ଯାତ୍ରା କରିପାରିବେ ନାହିଁ।  ମେଲ୍ ଓ ଏକ୍ସପ୍ରେସି ଟ୍ରେନ୍‌ ମଧ୍ୟ ରବିବାର ଦିନ ବନ୍ଦ ହୋଇଯିବ ।  ସବୁ ଉପନଗରୀୟ ଟ୍ରେନ୍ ସେବାଗୁଡ଼ିକୁ ମଧ୍ୟ ବହୁତ କମ୍ କରିଦିଆଯିବ ।

ଦେଶରେ କରୋନା ଭାଇରସର ପ୍ରଭାବକୁ ନଜରରେ ରଖି  ରବିବାର ୨୨ ମାର୍ଚ୍ଚକୁ ଘୋଷିତ ‘ଜନତା କର୍ଫ୍ୟୁ’ଟ୍ରେନ୍‌ ଯାତ୍ରା ଉପରେ ପ୍ରଭାବ ପକାଇବ ।

ସୂତ୍ର ମୁତାବିକ୍‌,  ଶନିବାର ରାତି ୧୨ଟା ରେ ରବିବାର ରାତି ୧୦ଟା ଯାଏ  କୌଣସି ବି ଟ୍ରେନ୍‌ ଯାତ୍ରା  ଆରମ୍ଭ କରିବ ନାହିଁ । ମେଲ୍‌ ଓ ଏକ୍ସପ୍ରେସ ଟ୍ରେନ ସବୁ ରବିବାର ୪ଟାରେ ବନ୍ଦ ହୋଇଯିବ ।

ଉଲ୍ଲେଖନୀୟ ଯେ ,  ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଙ୍କଟକୁ ନେଇ  ଆଗାମୀ ୨୨ ମାର୍ଚ୍ଚରେ ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁର ଆହ୍ୱାନ ଦେଇଛନ୍ତି ଏବଂ  କହିଛନ୍ତି  ଆବଶ୍ୟକ ସେବାଗୁଡିକ ସହ ଜଡ଼ିତ ଲୋକଙ୍କ ବ୍ୟତୀତ ଆଉ କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ଉଚିତ୍‌ ନୁହେଁ । ସେ  ଗୁରୁବାର ୧୯ ମାର୍ଚ୍ଚ ପାଖାପାଖି ୩୦ ମିନିଟ୍‌ ଯାଏ ରାଷ୍ଟ୍ରୀୟ  ସମ୍ୱାଧନରେ ସବୁ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି କି କରୋନା ଭାଇରସର ସଂକ୍ରମଣରୁ  ରକ୍ଷା ପାଇବା ପାଇଁ  ଯଥାସମ୍ଭବ  ଘର ଭିତରେ  ରୁହନ୍ତୁ ଏବଂ କହିଛନ୍ତି ଆଗରୁ ବିଶ୍ୱରେ ଏମିତି ବିପଦ ଆସିନଥିଲା ।

୯୦ଟି ଟ୍ରେନ୍‌ ରଦ୍ଦ –

ରେଲୱେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ଓ କରୋନା ଭାଇରସ୍ ମହାମାରୀକୁ ନଜରରେ ରଖି ୨୦ ରୁ ୩୧ ମାର୍ଚ୍ଚ ମଧ୍ୟରେ ଚାଲିବାକୁ ଥିବା ୯୦ଟି ଟ୍ରେନ୍ ଶୁକ୍ରବାର ୨୦ ମାର୍ଚ୍ଚ ଦିନ ରଦ୍ଦ କରିଦିଆଯାଇଛି। ଏହାସହ ରଦ୍ଦ କରିଦିଆଯାଇଥିବା ଟ୍ରେନ୍‌ଗୁଡ଼ିକର ସଂଖ୍ୟା ବଢ଼ି  ୨୪୫ ହୋଇଯାଇଛି ।  ଏହା ପୂର୍ବରୁ  ଗୁରୁବାର  ୧୯ ମାର୍ଚ୍ଚ ରିଲୱେ ୮୪ଟି ଟ୍ରେନକୁ ରଦ୍ଦ କରି କହିଥିଲା କି କରୋନା ଭାଇରସ ଯୋଗୁଁ ୧୫୫ଟି ଟ୍ରେନ୍ ରଦ୍ଦ କରାଯାଇସାରିଛି ।

ସୂତ୍ରରୁ ପ୍ରକାଶ ଯେ,  ଯେଉଁ ଲୋକମାନେ ଏହି ଟ୍ରେନରେ ଟିକେଟ ବୁକ୍‌ କରିଥିଲେ , ତାଙ୍କୁ ବ୍ୟକ୍ତିଗତ ଭାବେ  ଏହାର ସୂଚନା ଦିଆଯାଉଛି । ଏହି ଟ୍ରେନ ଗୁଡ଼ିକର ଟିକେଟ ରଦ୍ଦ ନେଇ କୌଣସି ଶୁଳ୍କ ନିଆଯିବନାହିଁ ।


Share It

Comments are closed.