ଭୁବନେଶ୍ଵର,୦୨/୦୨: ଆଜି ସକାଳେ ଜାମ୍ମୁ-କାଶ୍ମୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। କାଶ୍ମୀର ଭାଲି ସହିତ ବାରମୁଲ୍ଲା ଅଞ୍ଚଳରେ ଝଟକା ଲାଗିବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ୨ ଫେବୃଆରୀ ୨୦୨୬ ସକାଳ ୫ଟା ୩୫ମିନିଟ୍ରେ ଏହି ଭୂକମ୍ପ ଘଟିଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି ଓ କେନ୍ଦ୍ର ବଡଗାଓଁ ଅଞ୍ଚଳରେ, ପୃଥିବୀ ପୃଷ୍ଠ ଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା।
ସୌଭାଗ୍ୟବଶତଃ, ଏପର୍ଯ୍ୟନ୍ତ କୌଣସି ଧନ-ଜୀବନ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଏହା ସହ ଆଣ୍ଡମାନ-ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି।
Comments are closed.