ଜ୍ୟାକଲିନ୍‌ଙ୍କ ୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

Share It

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଅଭିନେତ୍ରୀଙ୍କ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇଡି ଜବତ କରିଛି। ନିକଟରେ ଇଡି ଚନ୍ଦ୍ରଶେଖରଙ୍କୁ ୫ ବର୍ଷର ପୁଣା ଠକେଇ ମାମଲାରେ ଗିରଫ କରିଥିଲା।

ସୂଚନା ଅନୁଯାୟୀ, ଅଭିନେତ୍ରୀଙ୍କ ୭.୨୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଇଡି ଜବତ କରିଛି। ଏଥିମଧ୍ୟରେ ୭.୧୨ କୋଟି ଟଙ୍କା ଏଫଡିଆଇ ଅନ୍ତର୍ଭୁକ୍ତ। ଇଡି ଆକଳନ କରିଛି ଯେ ସୁକେଶ ଜ୍ୟାକଲିନଙ୍କୁ ୫.୭୧ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲେ। ଅଭିନେତ୍ରୀଙ୍କ ନିକଟତର ଲୋକଙ୍କୁ ପ୍ରାୟ ୧ ଲକ୍ଷ ୭୩ ହଜାର ଆମେରିକୀୟ ଡଲାର ଏବଂ ୨୭ ହଜାର ଅଷ୍ଟ୍ରେଲିୟ ଡଲାର ଦେଇଥିଲେ।

ଏହାପୂର୍ବରୁ ଇଡି ଜ୍ୟାକଲିନଙ୍କୁ ପଚରା ଉଚରା କରିଥିଲା। ରିପୋର୍ଟ ଅନୁଯାୟୀ, ସୁକେଶଙ୍କ ସହ କନେକ୍ସନକୁ ନେଇ ଅଭିନେତ୍ରୀ ଇଡିକୁ ଅନେକ ସୂଚନା ଦେଇଥିଲେ। ଅଭିନେତ୍ରୀ କହିଥିଲେ, ୨୦୧୭ ଠାରୁ ସେ ସୁକେଶଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଅଗଷ୍ଟ ୨୦୨୦ ରେ ସେ ମୋତେ କହିଥିଲେ ଯେ ସେ ସନ୍ ଟିଭିର ମାଲିକ ଏବଂ ଜୟଲଳିତାଙ୍କ ରାଜନୈତିକ ପରିବାରରୁ ଆସିଛନ୍ତି।


Share It

Comments are closed.