ଭାରତୀୟ ବୋଲର ଅର୍ଶଦୀପଙ୍କ ୱିକିପିଡିଆରେ ଏଡିଟ୍‌ କରି ଯୋଡାଗଲା ଖଲିସ୍ତାନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସମନ୍‌


ଭାରତୀୟ କ୍ରିକେଟ୍ ଦଳର ବୋଲର ଅର୍ଶଦୀପ ସିଂଙ୍କ ୱିକିପିଡିଆ ପେଜ୍‌କୁ ଏଡିଟ୍ କରି ‘ଖାଲିସ୍ତାନ’ ସହିତ ଯୋଡିବାକୁ ନେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଗମ୍ଭୀରତାର ସହ ନେଇଛି। ମନ୍ତ୍ରଣାଳୟ ଅର୍ଶଦୀପଙ୍କ ପେଜ୍‌କୁ ଖଲିସ୍ତାନ ସହିତ ଲିଙ୍କ୍ କରିବା ଉପରେ ଓ ସେହି କଣ୍ଟେଣ୍ଟକୁ ପବ୍ଲିକାଲି ରିଫ୍ଲେକ୍ଟ ହେବାକୁ ନେଇ ସ୍ପଷ୍ଟୀକରଣ ପାଇଁ ଭାରତରେ ଓ୍ବିକିପିଡିଆର ଅଧିକାରୀଙ୍କୁ ସମନ୍ ଜାରି କରିଛି। ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି, ସେ ଏହି ମାମଲାରେ ସ୍ପଷ୍ଟିକରଣ ସହିତ ତାଙ୍କୁ ଆସି ଭେଟନ୍ତୁ ଓ ଏହାର କାରଣ କୁହନ୍ତୁ।

ଉଲ୍ଲେଖନୀୟ ଯେ, ଏସିଆ କପ୍‌ରେ ଭାରତୀୟ ଟିମ୍‌ର ୨୩ ବର୍ଷୀୟ ବୋଲର ଅର୍ଶଦ୍ବୀପ ସିଂହଙ୍କ ହାତରୁ ରବିବାର ପାକିସ୍ତାନର ଖେଳାଳି ଆସିଫ୍ ଅଲ୍ଲୀଙ୍କ କ୍ୟାଚ୍‌ ଖସି ଯାଇଥିଲା। ଏହାପରେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଇଥିଲେ। ଏପରିକି ତାଙ୍କର ୱିକିପିଡିଆ ପେଜ୍‌ରେ ତାଙ୍କୁ ଖଲିସ୍ତାନୀ ସହିତ ଜଡିତ ଥିବା ନେଇ କହିଥିଲେ, ଯାହାକି ସାର୍ବଜନୀନ ଭାବରେ ଦେଖିବାକୁ ମିଳିଥିଲା। ତାଙ୍କ ପେଜ୍‌ରେ ଦେଖାଯାଉଥିଲା ଯେ, ‘ଅର୍ଶଦୀପ ୨୦୧୮ ଅଣ୍ଡର ୧୯ କ୍ରିକେଟ ଓ୍ବାର୍ଲ୍ଡକପ୍‌ରେ ଖଲିସ୍ତାନ ସ୍କ୍ବାର୍ଡରୁ ଡେବ୍ୟୁ କରିଥିଲେ। ଜୁଲାଇ ୨୦୨୨ ରେ ସେ ଖଲିସ୍ତାନ ପକ୍ଷରୁ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଆସିଥିଲେ। ଅଗଷ୍ଟ ୨୦୨୨ ରେ ତାଙ୍କର ନାଁ ଖଲିସ୍ତାନ ଏସିଆ କପ୍‌ ସ୍କ୍ବାର୍ଡ ପକ୍ଷରୁ ବୋଲି ସାମନାକୁ ଆସିଥିଲା।’


Share It

Comments are closed.