ପୁରୀ ରଥଯାତ୍ରାରେ ଶ୍ରୀ ଗୌତମ ଆଦାନୀଙ୍କ ସେବା ଭାବକୁ ଇସ୍କନ ପକ୍ଷରୁ ପ୍ରଶଂସା
ପୁରୀ, ୧.୦୭.୨୦୨୫: ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ‘ପ୍ରସାଦ ସେବା’ ବଣ୍ଟନ କରାଯାଉଥିବା ବେଳେ ଅଧ୍ୟକ୍ଷ ଗୌତମ ଆଦାନୀ ଇସ୍କନର ରୋଷଶାଳା ପରିଦର୍ଶନ କରିଛନ୍ତି । ରୋଷଶାଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ରନ୍ଧାଯାଉଛି, ଯେଉଁଥିରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ସହ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏହାକୁ ଶ୍ରୀ ଆଦାନୀ ସପରିବାର ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ଅବସରରେ ଇସ୍କନ ରୋଷଶାଳା ପରିଦର୍ଶନ କରି ଉଦାରତାର ସହ ଖାଦ୍ୟ ରାନ୍ଧିବାରେ ସହଯୋଗ କରିଥିଲେ ।
ପରିଦର୍ଶନ ସମୟରେ ସ୍ୱେଚ୍ଛାସେବୀମାନେ ଶ୍ରୀ ଆଦାନୀଙ୍କୁ ରୋଷେଇରେ ଯୋଗ ଦେବାକୁ ଅନୁରୋଧ କରିଥିଲା ବେଳେ ତାଙ୍କର ସେବା ମନୋବୃତ୍ତିି ଯୋଗୁ ସେ ରୋଷେଇ କରିବାକୁ ଆଗଭର ହୋଇଥିଲେ ।

କେବଳ ଶ୍ରୀ ଆଦାନୀ ନୁହେଁ, ତାଙ୍କ ପନôୀ ପ୍ରୀତି ଆଦାନୀ ଏବଂ ପୁତ୍ର କରଣ ଆଦାନୀ ମଧ୍ୟ ରୋଷଶାଳାରେ ରାନ୍ଧିବାରେ ସହଯୋଗ କରିଥିଲେ । ‘ଶ୍ରୀ ଆଦାନୀ ରୋଷଶାଳା ସେବାରେ ଯୋଗ ଦେବାର ଇଚ୍ଛା ପ୍ରମାଣିତ କରୁଛି ଯେ, ପ୍ରକୃତ ମହାନତା କେବଳ ଉଚ୍ଚ ପଦବୀରେ ରହିବା ଦ୍ୱାରା ନୁହେଁ ବରଂ ଅନ୍ୟମାନଙ୍କ ସେବା କରିବା ଦ୍ୱାରା ଆସିଥାଏ ।
ଇସ୍କନ ବିଶ୍ୱସ କରେ ଯେ, ଏପରି ଆଧ୍ୟାତ୍ମିକ ସେବାରେ ଆଦାନୀ ପରିବାରର ବ୍ୟକ୍ତିଗତ ସମ୍ପୃକ୍ତି ପ୍ରେରଣାଦାୟକ । ସେମାନଙ୍କର ନମ୍ର ଓ ମୂଲ୍ୟବୋଧ ଆଧାରିତ ନେତୃତ୍ୱ ଅନ୍ୟ ଶିଳ୍ପପତିମାନଙ୍କୁ ଭାରତୀୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ଅଧିକ ହୃଦୟଙ୍ଗମ ଭାବରେ ସମର୍ଥନ ଏବଂ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ ।
Comments are closed.