କ୍ୟାନସର ଆଶଙ୍କା କମାଇବା ପାଇଁ ଖାଇବା ପରେ କରନ୍ତୁ ଏହି କାମ

Share It

ଭୋଜନ ପରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ସର୍ବଦା ଲାଭଦାୟକ ବୋଲି ଗବେଷକମାନେ କହିଛନ୍ତି । ଅଧ୍ୟୟନ ଅନୁସାରେ, ଶରୀରର କ୍ଷମତା ଅନୁସାରେ ଭୋଜନ କରିବା ପରେ ୧୦-୩୦ ମିନିଟ୍‌ ଚାଲିବା ଭଲ । ଏହା କ୍ୟାଲୋରି ଖର୍ଚ୍ଚ କରି ଓଜନ ବଢ଼ାଇବାରୁ ରକ୍ଷା କରେ । କର୍କଟ ଭଳି ରୋଗର ଆଶଙ୍କା ମଧ୍ୟ ହ୍ରାସ କରେ ବୋଲି ଗବେଷଣାରୁ ଜଣାପଡ଼ିଛି ।

ଖାଇବା ପରେ ଚାଲିବା ଦ୍ୱାରା ପାଚନ କ୍ରିୟା ଭଲ ହୁଏ । ଶାରୀରିକ ଗତିବିଧି ଦ୍ୱାରା ପେଟରେ ଖାଦ୍ୟର ଗିତିଧିବି ମଧ୍ୟ ଦ୍ରୁତ ହୁଏ । ଫଳରେ ଖାଦ୍ୟ ଶୀଘ୍ର ଓ ସହଜରେ ହଜମ ହୁଏ । ଏଥିସହ ପେପ୍ଟିକ୍‌ ଅଲସର, ଛାତି ଜଳାପୋଡ଼ା, ପେଟ ବିନ୍ଧା ଓ କୋଲୋରକ୍ଟଲ କର୍କଟ ଆଶଙ୍କା ମଧ୍ୟ ହ୍ରାସପାଏ । ଖାଇବା ପରେ ଚାଲିବା ଦ୍ୱାରା କିମ୍ବା ଲଗାତାର ଶାରୀରିକ ଗତିବିଧି ଦ୍ୱାରା ରକ୍ତ ଶର୍କରା ବୃଦ୍ଧି ଆଶଙ୍କା କମିଥାଏ ।

୨୦୧୬ରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଭୋଜନ ପରେ ୧୦ ମିନିଟ୍‌ ଚାଲିବା ଦ୍ୱାରା ଭୋଜନ ପରବର୍ତ୍ତୀ ରକ୍ତ ଶର୍କରା ବୃଦ୍ଧି କମେ । ଶାରୀରିକ ଗତିବିଧି ହୃତ୍‌ପିଣ୍ଡ ପାଇଁ ହିତକର ବୋଲି ଦୀର୍ଘ ଦଶନ୍ଧି ଧରି ଗବେଷଣାରୁ ସ୍ପଷ୍ଟ ହୋଇଛି । ଆମେରିକୀୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଖାଇବା ପରେ ୧୦ ମିନିଟ୍‌ ଚାଲିବା ଦ୍ୱାରା ହୃଦ୍‌ରୋଗ ଆଶଙ୍କା ହ୍ରାସ ହୁଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଇବା ପରେ ଚଲାବୁଲା କରିବା ଦ୍ୱାରା କ୍ୟାଲୋରି ଖର୍ଚ୍ଚ ହୁଏ । ନିୟମିତ ଭାବେ ଏହା କରିବା ଦ୍ୱାରା ଓଜନ ବୃଦ୍ଧି ଆଶଙ୍କା ଅନେକାଂଶରେ ହ୍ରାସ ପାଇଥାଏ । କିନ୍ତୁ ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟଠୁ ଦୂରରେ ରହିବା ଉଚିତ । ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଅନୁସାରେ, ୧୦ ମିନିଟ୍‌ର ଚାଲି ବର୍ଦ୍ଧିତ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।


Share It

Comments are closed.