ତ୍ୱଚା ପାଇଁ ଅନେକ ମାତ୍ରାରେ ଲାଭଦାୟକ ହୋଇଥାଏ ରୋଟି, ଜାଣନ୍ତୁ ଏହାର ଉପକାରିତା

Share It

ରୁଟିରେ ଭିଟାମିନ୍ସ, ମିନେରାଲ୍ସ, କ୍ୟାଲସିୟମ, ଫସଫୋରସ, ମ୍ୟାଗ୍ନେଶିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ରୁଟି ସାମିଲ କଲେ ଶରୀରକୁ କି ଲାଭ ମିଳେ ।

ତ୍ବଚା ପାଇଁ ରୁଟି ଉତ୍ତମ । କାରଣ ଏଥିରେ ଥିବା ଜିଙ୍କ ଏବଂ ଅନ୍ୟ ମିନେରାଲ୍ସ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ।

ଏକ ମଧ୍ୟମ ଧରଣର ଗହମ ଅଟାରେ ପ୍ରସ୍ତୁତ ରୁଟିରେ ୭୧ କ୍ୟାଲୋରୀ ଥାଏ ।

ରୁଟି ଖାଇବା ଦ୍ୱାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ ।

ରୁଟିରେ ଥିବା କାର୍ବୋହାଇଡ୍ରେଡ୍ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଶୀଘ୍ର ଭୋକ କରାଇ ନ ଥାଏ ।
ରୁଟି ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ମୁଡ୍ ମଧ୍ୟ ଠିକ୍ ରହିଥାଏ ।
ରୁଟିରେ ଭରପୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ ଥାଏ । ଏହା ସହ ରୁଟିରେ ପ୍ରଚୁର ମାତ୍ରରେ ଭିଟାମିନ ବି ଏବଂ ଇ ରହିଥାଏ ।

କପର, ଜିଙ୍କ, ଆୟୋଡିନ୍, ପୋଟାସିୟମ ଏବଂ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରୁଟିରୁ ମିଳିଥାଏ ।

ରୁଟିରେ ଫାଇବର ରହିଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରେ ।

ଭାତ ତୁଳନାରେ ରୁଟିରେ କମ୍ ମାତ୍ରା କ୍ୟାଲୋରୀ ରହିଥାଏ ।


Share It

Comments are closed.