ବେଙ୍ଗାଲୁରୁରେ ହେବ ଆଇପିଏଲ୍‌ ମେଗା ନିଲାମ, ୧୦ ଦଳ କିଣିବେ ଖେଳାଳି

Share It

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୦୨୨ ସଂସ୍କରଣ ପାଇଁ ବେଙ୍ଗାଲୁରୁରେ ମେଗା ଖେଳାଳି ନିଲାମ ହେବ । ଯଦିଓ ଏ ବିଷୟରେ ବିସିସିଆଇ ଅଫିସିଆଲ ଭାବେ ଘୋଷଣା କରି ନାହିଁ । କିନ୍ତୁ ଆସନ୍ତା ଫେବ୍ରୁଆରୀ ୭ ଓ ୮ ଦୁଇ ଦିନ ଧରି ନିଲାମ ଆୟୋଜନ କରିବା ନେଇ ବୋର୍ଡ ଯୋଜନା କରି ସାରିଛି ।

ବିସିସିଆଇର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, ଯଦି ଦେଶରେ କରୋନା ସଂକ୍ରମଣର ସ୍ଥିତି ଖରାପ ନ ହୁଏ ତେବେ ମେଗା ନିଲାମୀ ଆମ ଦେଶରେ ଆୟୋଜିତ ହେବ । ଫେବ୍ରୁଆରୀ ୭ ଓ ୮ ଦୁଇ ଦିନ ଧରି ଏହା ବେଙ୍ଗାଲୁରୁରେ ଆୟୋଜନ କରାଯିବା ନେଇ ଯୋଜନା ହୋଇଛି । ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି ।

’ବିସିସିଆଇ ପ୍ଲାନ୍‌ ବି’ ମଧ୍ୟ ପ୍ରସ୍ତୁତ କରିଥିବା ଜଣା ପଡ଼ିଛି । ଯଦି ଦେଶରେ ସଂକ୍ରମଣ ସ୍ଥିତି ଅଣାୟତ୍ତ ହୁଏ, ତାହାହେଲେ ନିଲାମ ୟୁଏଇରେ ଆୟୋଜନ କରାଯିବ । କିନ୍ତୁ ବୋର୍ଡ ଅଧିକାରୀ ଜଣଙ୍କ ଏମିତି କିଛି ଯୋଜନା ଏବେ ହୋଇ ନଥିବା ପ୍ରକାଶ କରିଛନ୍ତି ।

ଗତ ଅକ୍ଟୋବର ମାସରେ ବିସିସିଆଇ ୧୨,୭୧୫ କୋଟି ଟଙ୍କାରେ ଦୁଇଟି ଫ୍ରାଞ୍ଚାଇଜ ବିକ୍ରି କରିଥିଲା । ତେଣୁ ୨୦୨୨ ସଂସ୍କରଣରେ ୧୦ଟି ଦଳ ଖେଳିବେ । ଏହି ୧୦ଟି ଦଳ ମେଗା ନିଲାମରେ ଖେଳାଳି କ୍ରୟ କରିବେ । ପୂର୍ବର ୮ଟି ଯାକ ଫ୍ରାଞ୍ଚାଇଜ ଦଳରେ ଆବଶ୍ୟକ ଖେଳାଳି ରଖି ଅନ୍ୟ ସବୁ ଖେଳାଳିଙ୍କୁ ଛାଡ଼ି ଦେଇଛନ୍ତି । ବିସିସିଆଇ ଏବେ ନିଲାମ ପାଇଁ ଘରୋଇ ଏବଂ ବିଦେଶୀ ଖେଳାଳିଙ୍କ ତାଲିକା ପ୍ରସ୍ତୁତିରେ ଲାଗିଛି । ଏ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ହୋଇନି । ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ପରେ ନିଲାମ ପୂର୍ବରୁ ଫାଇନାଲ ତାଲିକା ଚୂଡ଼ାନ୍ତ ହେବ ।

ଦେଶରେ ଧୀରେ ଧୀରେ ଓମାଇକ୍ରନ ଭାରିଏଣ୍ଟ ବୃଦ୍ଧି ପାଇବାରେ ଲାଗିଛି । ଯାହା ଆଶା କରାଯାଉଛି, ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଦେଶରେ ସଂକ୍ରମଣ ସ୍ଥିତି ଶିଖର ଛୁଇଁ ପାରେ । ସଂକ୍ରମଣ ବଢ଼ିଲେ ଯାତାୟତ ଉପରେ କଟକଣା ବଢ଼ିବ । କଟକଣା ବଢ଼ିଲେ ୟୁଏଇରେ ମଧ୍ୟ ନିଲାମ ଆୟୋଜନ କରିବା କଷ୍ଟକର ହୋଇ ପଡ଼ିବ ।

ଲକ୍ଷେ୍ନø ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ ସାମିଲ ହୋଇଛନ୍ତି । ଲକ୍ଷେ୍ନø ଫ୍ରାଞ୍ଚାଇଜକୁ ଆର୍‌ପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ କିଣିଛି । ଏହି ଗ୍ରୁପର ମାଲିକ ସଞ୍ଜୀବ ଗୋଏଙ୍କା ପୂର୍ବରୁ ଆଇପିଏଲ୍‌ ଦଳ କିଣିବା ନେଇ ବହୁ ଆଗ୍ରହୀ ରହିଥିଲେ । କାରଣ ସେ ପୂର୍ବରୁ ରାଇଜିଂ ପୁନେ ସୁପରଜାଏଣ୍ଟର (୨୦୧୬, ୨୦୧୭) ମାଲିକ ଥିଲେ । ଦୁଇ ବର୍ଷ ସେ ଏହି ଦଳକୁ ଚଳାଇଥିଲେ । ଶେଷରେ ସଞ୍ଜୀବ ଆଇପିଏଲକୁ ଫେରିବାର ସୁଯୋଗ ପାଇଛନ୍ତି । ସେ ୭୦୯୦ କୋଟି ଟଙ୍କାରେ ଏହି ଦଳ କ୍ରୟ କରିଛନ୍ତି ।

ଦୁଇଟି ଫ୍ରାଞ୍ଚାଇଜରୁ ଉଭୟ ବିସିସିଆଇ ଓ ବିଶେଷଜ୍ଞମାନେ ୭୦୯୦ କୋଟି ଟଙ୍କା ମିଳିବ ବୋଲିବ ଆଶା ରଖି ନଥିଲେ । କିନ୍ତୁ କେବଳ ଲକ୍ଷେ୍ନø ଫ୍ରାଞ୍ଚାଇଜ ଆଶା ଠାରୁ ବହୁ ଗୁଣା ଦାମରେ ବିକ୍ରି ହୋଇଥିଲା । ଯାହା ଆଇପିଏଲରେ ଇତିହାସ ରଚିଥିଲା । ଆଇପିଏଲରେ ବିଦେଶୀ କମ୍ପାନୀର ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ସାରା ବିଶ୍ୱରେ ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା କେତେ ତାହା ସୂଚାଉଛି । ଦୀର୍ଘ ୪୦ ବର୍ଷର ପୁରୁଣା ଅନ୍ତର୍ଜାତୀୟ କମ୍ପାନୀ ସିଭିସି କ୍ୟାପିଟାଲ୍ସ ପାର୍ଟନର୍ସ ସିଧାସଳଖ

ଆଇପିଏଲରେ ଦଳ କିଣି ଆଇପିଏଲର ବ୍ରାଣ୍ଡ୍‌ ଭେଲ୍ୟୁକୁ ବହୁ ଗୁଣା କରିଦେଇଛି । ଅହମ୍ମଦାବାଦକୁ ଏହି କମ୍ପାନୀ ୫୬୨୫ କୋଟି ଟଙ୍କାରେ କ୍ରୟ କରିଛି । ବିସିସିଆଇ ପ୍ରତ୍ୟେକ ଫ୍ରାଞ୍ଚାଇଜର ମୂଳ ଦର (ବେସ୍‌ ପ୍ରାଇସ) ୨୦୦୦ କୋଟି ଟଙ୍କା ରଖିଥିଲା । ପୂର୍ବାନୁମାନ କରି ପଞ୍ଜାବ କିଙ୍ଗ୍‌ସର ସହ-ମାଲିକ ନେସ ୱାଡିଆଙ୍କ କହିଥିଲେ, ଏହି ଦୁଇ ନୂଆ ଦଳ ମୂଳ ଦର ଠାରୁ ୫୦ କିମ୍ବା ୭୦ ପ୍ରତିଶତ ଅଧିକ ଦରରେ ବିକ୍ରି ହେବେ । ଯାହାର ମୂଲ୍ୟ ୩୦୦୦ରୁ ୩୫୦୦ କୋଟି ଛୁଇଁବ ବୋଲି ମୋର ଆଶା ।’ କିନ୍ତୁ ଏହି ଅନୁମାନର ବହୁ ଊଦ୍ଧ୍ୱର୍ରେ ଦୁଇଟି ଫ୍ରାଞ୍ଚାଇଜ ବିକ୍ରି ହୋଇଥିଲେ ।

ମେଗା ନିଲାମ ପାଇଁ ପ୍ରତ୍ୟେକ ଦଳର ମୂଳ ପୁଞ୍ଜି ୯୦ କୋଟି ଟଙ୍କାକୁ ବୃଦ୍ଧି କରିଛି ବିସିସିଆଇ । ପ୍ରତ୍ୟେକ ଦଳ ୯୦ କୋଟି ଟଙ୍କା ମଧ୍ୟରେ ଖେଳାଳି କିଣି ପାରିବେ । ୮ଟି ଯାକ ଦଳ କିଛି କିଛି ଖେଳାଳିଙ୍କୁ ଦଳରେ ରଖି ଅବଶିଷ୍ଟ ଖେଳାଳିଙ୍କୁ ମୁକ୍ତ କରି ଦେଇଛନ୍ତି । ତେଣୁ ସେମାନଙ୍କ ମୂଳ ପୁଞ୍ଜିରୁ କିଛି ଅର୍ଥ କଟିଛି । ହେଲେ ଦୁଇ ନୂଆ ଦଳଙ୍କ ପାଖରେ ପୂରା ୯୦ କୋଟି ଟଙ୍କା ରହିଛି । ସେମାନେ ଏହି ଅର୍ଥରେ ଖେଳାଳି କିଣିବେ । ତେଣୁ ଏଥର ଖେଳାଳିଙ୍କ ଦର ଆକାଶ ଛୁଆଁ ହେବ ବୋଲି ଆଶା କରାଯାଉଛି ।


Share It

Comments are closed.