ରାଜସ୍ଥାନ ବିପକ୍ଷ ମ୍ୟାଚ୍ ରେ ସୁନୀଲ ନାରାୟଣ କାହିଁକି ଖେଳୁ ନଥିଲେ ? ଜାଣନ୍ତୁ କାରଣ

Share It

ରାଜସ୍ଥାନ କେକେଆର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆଇପିଏଲରେ ରାଜସ୍ଥାନ କେକେଆର ମଧ୍ୟରେ ମୋଟ ୨୯ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଉଭୟ ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା
ଆଇପିଏଲ୍ ୨୦୨୫ର ଷଷ୍ଠ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଷ୍ଟାର ଅଲରାଉଣ୍ଡର ସୁନୀଲ ନାରାୟଣଙ୍କ ବିନା ଡିଫେଣ୍ଡିଂ ଚାମ୍ପିୟନ କେକେଆର ପଡ଼ିଆକୁ ଓହ୍ଲାଇଛି। ଟସ୍ ପରେ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୱେଷ୍ଟଇଣ୍ଡିଜ୍ ମହାନ ଖେଳାଳି ଅସୁସ୍ଥ ଅଛନ୍ତି, ତେଣୁ ତାଙ୍କୁ ଏହି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଛି।


Share It

Comments are closed.