ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇର ବୋଲିଂ ଶକ୍ତି ବୃଦ୍ଧି କରିବ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭେଟିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରୁ ୧୮ତମ ସିଜନର ୨୦ତମ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଚଳିତ ସିଜନର ପ୍ରଥମ ୪ଟି ମ୍ୟାଚ୍ ରୁ ୩ଟିରେ ପରାଜୟର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ ବାଙ୍ଗାଲୋର ୩ଟି ମ୍ୟାଚ୍ ରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜୟ ବରଣ କରିଛି। ଗତ ୧୦ ବର୍ଷ ଧରି ୱାଙ୍ଖଡେରେ ମୁମ୍ବାଇ ବିପକ୍ଷରେ ବାଙ୍ଗାଲୋର ବିଜୟୀ ହୋଇନଥିବା ବେଳେ ୨୦୧୫ରେ ଶେଷ ବିଜୟ ହାସଲ କରିଥିଲା। head-to-headରେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ମ୍ୟାଚ୍ ଜିତିଛି । ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ଉଭୟ ଦଳ ମଧ୍ୟରେ ମୋଟ ୩୫ଟି ମ୍ୟାଚ୍ ଖେଳାଯାଇଛି। ମୁମ୍ବାଇ ୨୧ଟି ଜିତିଥିବା ବେଳେ ବାଙ୍ଗାଲୋର ୧୪ଟିରେ ବିଜୟୀ ହୋଇଛି। ୱାଙ୍ଖଡେ ଷ୍ଟାଡିୟମରେ ଉଭୟ ଦଳ ୧୦ ଥର ମୁହାଁମୁହିଁ ହୋଇଥିବା ବେଳେ ଏମଆଇ ୭ ଥର ଏବଂ ଆରସିବି ୩ ଥର ବିଜୟୀ ହୋଇଛି।
Comments are closed.