ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର, ପ୍ରଥମେ କରିବ ବ୍ୟାଟିଂ

Share It

ଇଣ୍ଡିଆନ ପ୍ରିମିୟର ଲିଗରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କ ଆରସିବି । ପ୍ରଥମେ ବ୍ୟାଟିଂକରିବ ପାଣ୍ଡ୍ୟାଙ୍କ ଟାଇଟନ୍ସ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୮ଟି ମ୍ୟାଚ୍‌ରୁ ୭ ବିଜୟ ଓ ୧ ପରାଜୟ ସହ ମୋଟ ୧୪ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ଦଳ ତା’ର ଶେଷ ୪ଟି ମ୍ୟାଚ୍‌ରେ ଅପରାଜେୟ ସାବ୍ୟସ୍ତ ହୋଇଛି । ଦଳଗତ ପ୍ରଦର୍ଶନ ବଳରେ ଟାଇଟନ୍ସ ଅନ୍ୟତମ ଟାଇଟଲ ଦାବିଦାର ଭାବେ ଉଭା ହୋଇଛି । ଦଳର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ବିଭାଗ ବେଶ୍‌ ଦୃଢ଼ । ଦଳକୁ ଜିତାଇବାରେ ପ୍ରତ୍ୟେକ ଖେଳାଳି ଯୋଗଦାନ ଦେଉଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ରସିଦ ଖାନ୍‌ ଓ ରାହୁଲ ତେୱାତିଆ ଅବିଶ୍ୱସନୀୟ ବ୍ୟାଟିଂ କରି ଦଳକୁ ଜିତାଇଥିଲେ ।


Share It

Comments are closed.