ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗଦେଲେ ସୂର୍ଯ୍ୟକୁମାର

Share It

ଷ୍ଟାର୍‌ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ ଶେଷ କରି ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଯୋଗ ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଜି ଏବିଷୟରେ ସୂଚନା ଦିଆଯାଇଛି । ଗତମାସ ଭାରତର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ସିରିଜ ବେଳେ ସୂର୍ଯ୍ୟକୁମାରଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା । ଏହାପରେ ସେ ଏନ୍‌ସିଏରେ ଚିକିତ୍ସତ ହୋଇଥିଲେ । ସେଠାରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ମୁମ୍ବାଇ ପହଞ୍ଚି କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଫଳରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ । ଏହି ମ୍ୟାଚ୍‌ରେ ମୁମ୍ବାଇ ୪ ୱିକେଟ୍‌ରେ ପରାସ୍ତ ହୋଇଥିଲା ।

ଆସନ୍ତା ୨ ତାରିଖ ମୁମ୍ବାଇ ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ସୂର୍ଯ୍ୟକୁମାର ଏହି ମ୍ୟାଚ୍‌ ଖେଳିବେ । ଆଜି ସେ ଦଳୀୟ ଖେଳାଳି ସହ ପ୍ରଥମେ ଜିମ୍‌ରେ ସମୟ କଟାଇଥିଲେ । ଏହାପରେ ବ୍ୟାଟିଂ ଏବଂ ଫିଲ୍ଡିଂ ଅଭ୍ୟାସ କରିଥିଲେ ।


Share It

Comments are closed.