ଆଇପିଏଲ ୨୦୨୦ ସ୍ପନସରସିପ୍ ଦୈଡରେ ସାମିଲ ହୋଇପାରେ ପତଞ୍ଜଳୀ
ଆଇପିଏଲର ୧୩ତମ ସିଜନରୁ ମୁଖ୍ୟ ପ୍ରଯୋଜକ ଭିଭୋ ହଟିଯିବା ପରେ ନୂଆ ସ୍ପନସର ଖୋଜୁଛି ବିସିସିଆଇ । ଖବର ଅନୁଯାୟୀ, ଯୋଗଗୁରୁ ରାମଦେବ ବାବାଙ୍କ କମ୍ପାନୀ ପତାଞ୍ଜଳୀ ଆଇପିଏଲ ୨୦୨୦ ସ୍ପନସରସିପ ପାଇଁ ବୋଲି ଲାଗିପାରେ । ଇକୋନୋମିକ୍ସ ଟାଇମ୍ସ ଅନୁଯାୟୀ, ପତାଞ୍ଜଳୀ ମୁଖପାତ୍ର ଏସ.କେ.ତିଜାରାବାଲା କହିଛନ୍ତି ଯେ, ପତାଞ୍ଜଳୀକୁ ଗ୍ଲୋବାଲ ବ୍ରାଣ୍ଡ କରିବାକୁ ଯୋଜନା ଚାଲିଛି ଏବଂ ସେଥିପାଇଁ ଆଇପିଏଲ ସ୍ପନସରସିପ କଥା ଚିନ୍ତା କରାଯାଉଛି । ତେବେ ବଜାର ସୂଚନା ଅନୁଯାୟୀ, ପତାଞ୍ଜଳୀ ଗ୍ଲୋବାଲ ବ୍ରାଣ୍ଡ ନୁହେଁ । ଯଦି ଆଇପିଏଲ ଟାଇଟଲ ସ୍ପନସର ହୁଏ ତାହେଲେ ପତାଞ୍ଜଳୀ ନିଶ୍ଚୟ ଫାଇଦା ହେବ କିନ୍ତୁ ଆଇପିଏଲକୁ କିଛି ଫାଇଦା ହେବନାହିଁ । ଭିଭୋ ହଟିଯିବା ପରେ ଆଇପିଏଲ ଟାଇଟଲ ସ୍ପନସରସିପରେ ଜିୟୋ, ଆମାଜନ, ଟାଟା ଗୃପ, ଡ୍ରିମ ୧୧ ଓ ବାୟଯୁ ଭଳି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ବିସିସିଆଇ ଆଇପିଏଲ ସିଜନ ୧୩ ର ନୂଆ ପ୍ରଯୋଜକ ପାଇଁ ପୁରା ପାରଦର୍ଶିତା ଓ ପ୍ରକ୍ରିୟା ପାଳନ କରିବ । ବିସିସିଆଇ ଖୁବ ଶୀଘ୍ର ଆଇଟିବିପି ପ୍ରକାଶ କରିବ । ସ୍ପନସର ଚୟନ ପାଇଁ ଟେଣ୍ଡର ପ୍ରକ୍ରିୟା ପାଳନ କରାଯିବ । କାରଣ ବୋର୍ଡ ପାରଦର୍ଶିତା ଉପରେ ବିଶେଷ ଦୃଷ୍ଟି ଦେଇଥାଏ । ଇନଭିଟେସନ ବିଦ ଅନୁଯାୟୀ ନିଲାମୀ ବିଜେତାଙ୍କୁ ୟୁଏଇରେ ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁ ହେବାକୁ ଥିବା ଆଇପିଏଲ ପ୍ରଯୋଜକ ନିଯୁକ୍ତ କରାଯିବ । ଭାରତ-ଚୀନ ସୀମା ବିବାଦକୁ ନେଇ ଚାଇନା ସାମଗ୍ରୀ ବହିଷ୍କାର ଦାବି ଜୋର ଧରିବା ପରେ ଭିଭୋ ଗତ ସପ୍ତାହରେ ବିସିସିଆଇ ସହ ଚୁକ୍ତିନାମା ଶେଷ କରିଥିଲା । ଭିଭୋ ଇଣ୍ଡିଆ ୨୦୧୭ ରେ ଆଇପିଏଲ ଟାଇଟଲ ପ୍ରଯୋଜନା ଅଧିକାର ୨୧୯୯ କୋଟି ଟଙ୍କାରେ ହାସଲ କରିଥିଲା । ଚୁକ୍ତି ଅନୁଯାୟୀ, କମ୍ପାନୀକୁ ପ୍ରତି ସିଜନରେ ବିସିସିଆଇକୁ ପାଖାପାଖି ୪୦୦ କୋଟି ଟଙ୍କା ଦେବାକୁ ଥିଲା । ତେବେ ନୂଆ ସ୍ପନସର ଏତେ ଟଙ୍କା ନ ଦେଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ଯେଉଁଥିପାଇଁ ବିସିସିଆଇକୁ ଫାଇଦା ହେବନାହିଁ ।
Comments are closed.