ନିବେଶକ ସଚେତନତା ପାଇଁ ସେବି ଓ ଏନଏସଇ ର ଅଭିଯାନ ଆରମ୍ଭ

Share It

ଭୁବନେଶ୍ୱର: ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ଅଧ୍ୟକ୍ଷ ଶ୍ରୀ ତୁହିନ କାନ୍ତ ପାଣ୍ଡେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଠାରେ ବିଶ୍ୱ ନିବେଶକ ସପ୍ତାହ (ଡବ୍ଲ୍ୟୁଆଇଡବ୍ଲ୍ୟୁ) ୨୦୨୫ର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୬ ରୁ ୧୨ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି ସପ୍ତାହ ନିବେଶକ ଶିକ୍ଷା ଓ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ। ଏହି କାର୍ଯ୍ୟକ୍ରମରେ ସେବି ଏନଏସଇର ମିଳିତ ନିବେଶକ ସଚେତନତା ଅଭିଯାନ ଉନ୍ମୋଚନ କରାଯାଇଛି। ଏହି ଅଭିଯାନ ଟେଲିଭିଜନ, ପ୍ରିଂଟ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ନିବେଶକମାନଙ୍କୁ ନିରାପଦ ନିବେଶ ବିଷୟରେ ଶିକ୍ଷା ଦେବ ଏବଂ ଛଦ୍ମବେଶ, ନକଲି ଆପ ଓ ନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ଭଳି ବିପଦ ସଙ୍କେତଗୁଡ଼ିକ ଉପରେ ଆଲୋକପାତ କରିବ।

ଏହି ଅବସରରେ ସେବି ଅଧ୍ୟକ୍ଷ ଶ୍ରୀ ପାଣ୍ଡେ ନିବେଶକଙ୍କ ଜ୍ଞାନର ମହତ୍ୱ ଉପରେ ଜୋର ଦେଇ କହିଛନ୍ତି ଯେ, “ଆମର ଦାୟିତ୍ୱ ହେଉଛି ନିବେଶକମାନଙ୍କୁ ମୌଳିକ ଜ୍ଞାନ ସହିତ ସଶକ୍ତ କରିବା ଯାହା ପ୍ରତାରଣା ଓ ଠକେଇ ବିରୁଦ୍ଧରେ ସେମାନଙ୍କର ପ୍ରଥମ ସୁରକ୍ଷା ରେଖା ହେବ।” ଏନଏସଇ ମଧ୍ୟ ଅନେକ ନୂଆ ପଦକ୍ଷେପ ଘୋଷଣା କରିଛି, ଯେଉଁଥିରେ ଏକ ଆର୍ôଥକ ଶିକ୍ଷା ଖେଳ, ‘ସ୍କାମବୁଶ’ ନାମକ ଏକ ଭାବ ବିନିମୟ ଭିତିକ ପ୍ରତାରଣା ଚିହ୍ନଟ ଖେଳ, ଏବଂ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏକ ରାପ ଗୀତ ଅନ୍ତର୍ଭୁକ୍ତ ରହିଛି।

ଏମ୍ପର୍କରେ ଏନଏସଇ ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ଇଞ୍ଜେଟି କହିଛନ୍ତି, “ବିଶ୍ୱ ନିବେଶକ ସପ୍ତାହ ହେଉଛି ଡିଜିଟାଲ ପରିବର୍ତନର ଯୁଗରେ ନିବେଶକମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ବିଶ୍ୱବ୍ୟାପୀ ଆହ୍ୱାନ। ଏନଏସଇରେ, ଆମେ କେବଳ ସେବିର ଅଭିଯାନ ଏବଂ ପଦକ୍ଷେପଗୁଡ଼ିକୁ ସମର୍ଥନ କରୁନାହୁଁ ବରଂ ସଚେତନତା ଏବଂ ଶିକ୍ଷାଗତ ବିଷୟବସ୍ତୁକୁ ପାରସ୍ପରିକ, ଆକର୍ଷଣୀୟ ଅଭିଜ୍ଞତାରେ ପରିଣତ କରି ଶିକ୍ଷା ପାଇଁ ସ୍ୱତନ୍ତ୍ର ପଦ୍ଧତି ସହିତ ନବସୃଜନ କରିବାକୁ ଗର୍ବିତ।”

ଏନଏସଇ ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ଇଞ୍ଜେଟି ଏବଂ ଏମଡି ତଥା ସିଇଓ ଶ୍ରୀ ଆଶିଷ କୁମାର ଚୌହାନ ଉଦଘାଟନରେ ଉପସ୍ଥିତ ଥିଲେ ଏବଂ ନିରନ୍ତର ଆର୍ôଥକ ସାକ୍ଷରତା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ଚୌହାନ ଉଲ୍ଲେଖ କରିଛନ୍ତି ଯେ, “ଏନଏସଇରେ ପ୍ରତି ସପ୍ତାହ ହେଉଛି ବିଶ୍ୱ ନିବେଶକ ସପ୍ତାହ ଯାହା ସେମାନଙ୍କର ଚାଲୁଥିବା ପ୍ରୟାସକୁ ଦର୍ଶାଉଛି। ଗତ ଆର୍ôଥକ ବର୍ଷରେ ଏନଏସଇ ଭାରତରେ ୧୪,୬୦୦ରୁ ଅଧିକ ନିବେଶକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ଆର୍ôଥକ ସଚେତନତା ଓ ଆତ୍ମବିଶ୍ୱାସ ସହିତ ଏକ ନିବେଶକ ସମୁଦାୟ ଗଢ଼ିବା।


Share It

Comments are closed.