୮ରୁ ବାହାର ରତ୍ନଭଣ୍ଡାର ଗଣତିମଣତି:ଆଇନ ମନ୍ତ୍ରୀ

Share It

ଭୁବନେଶ୍ୱର,୨୮/୦୩:ଆସନ୍ତା ଏପ୍ରିଲ ୮,୯ ଏଵଂ ୧୦ ତାରିଖରେ ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି ହେବ। ଏହି ସମୟରେ ଯେପରି ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନିତିକାନ୍ତି ବାଧାପ୍ରାପ୍ତ ନହେବ ତାହା ଉପରେ ବି ଆଲୋଚନା ସରିଛି। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ତାପରେ ଭିତର ରତ୍ନ ଭଣ୍ଡାର ଗଣତି ମଣଟି ହେବ। ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିବ। ସେହିପରି ରଥଯାତ୍ରା ପାଇଁ ୬ ମାସ ଆଗରୁ ବୈଠକ ଚାଲିଛି। ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି। ରଥଦାଣ୍ଡ କୁ ଯେପରି ଅଧିକ ଗାଡ଼ି ପ୍ରବେଶ ନକରିବା ତା ଉପରେ ଗୁରୁତ୍ୱ ଦିଆଯାଉଛି। ରଥଦାଣ୍ଡକୁ ସଂଲଗ୍ନ ରାସ୍ତା ଗୁଡ଼ିକର ପ୍ରସସ୍ଥି କାରଣ କରାଯିବା ସହ ଡିକଂଜେକ୍ସନ ଉପରେ ଗୁରୁତ୍ୱ ଦିଆଯାଉଛି।


Share It

Comments are closed.