ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ
ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ
By Prajukti Odisha Last updated Mar 12, 2026 0
Spread the love
ଭୁବନେଶ୍ଵର,୧୨/୦୩:ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି।ଖରା ଦିନରେ ଅଂଶୁଘାତ ଘଟଣାକୁ ରୋକିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ନେଇଛନ୍ତି । ବିଶେଷ କରି ଖରା ସମୟରେ ବିଦ୍ୟୁତ କାଟ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅଂଶୁଘାତ ସମସ୍ୟାକୁ ମୁକାବିଲା କରିବାକୁ ରାଜ୍ୟର ବିଭିନ୍ନ ସହର ଓ ଜିଲ୍ଲା ପାଇଁ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ।
ସୂଚନା ଅନୁସାରେ, ରାଜ୍ୟର ୩୧ଟି ପୌରାଞ୍ଚଳ ପାଇଁ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏଥିରୁ ୧୦ଟି ପୌରାଞ୍ଚଳରେ ଏହି ପ୍ଲାନ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି । ଏହାସହ ରାଜ୍ୟର ୩୦ଟି ଜିଲ୍ଲା ଓ ଟ୍ୱିନ ସିଟି (ଭୁବନେଶ୍ୱର–କଟକ) ପାଇଁ ମଧ୍ୟ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି ।
ଅଂଶୁଘାତ ଜନିତ ଅପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହି କଣ୍ଟ୍ରୋଲ ରୁମ ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖାଯାଇବା ସହ ଜରୁରୀ ସମୟରେ ସହାୟତା ଯୋଗାଇଦିଆଯିବ ।ଅନ୍ୟପଟେ ହିଟୱେଭକୁ ଜାତୀୟ ବିପର୍ଯୟ ତାଲିକାରେ ସାମିଲ କରିବାକୁ ୧୬ତମ ଅର୍ଥ କମିସନ ସୁପାରିଶ କରିଛି । ଏହା କାର୍ଯ୍ୟକରୀ ହେଲେ ଅଂଶୁଘାତରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅଧିକ ସରକାରୀ ସହାୟତା ମିଳିବା ସମ୍ଭାବନା ରହିଛି ।
ଏ ସମ୍ପର୍କରେ ବିଧାନସଭାରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଉତ୍ତର ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି

Comments are closed.