ଭାରତୀୟ ନୌବାହିନୀରେ ସାମିଲ ହେଲା ବୁଡାଜାହାଜ ଆଇଏନଏସ ଭେଲା


ଭାରତୀୟ ନୌବାହିନୀରେ ଗୁରୁବାର ଦିନ ସାମିଲ ହୋଇଛି ଚତୁର୍ଥ ସ୍କର୍ପିଅନ ଶ୍ରେଣୀର ବୁଡାଜାହାଜ ଆଇଏନଏସ ବେଲା । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କ ଉପସ୍ଥିତିରେ ମୁମ୍ବଇସ୍ଥିତ ନୌବାହିନୀ ଡକୟାର୍ଡରେ ଏହି ବୁଡାଜାହାଜକୁ ଆନୁଷ୍ଠାନିକ ଭାବରେ ନୌସେନାରେ ସାମିଲ କରାଯାଇଥିଲା । ଆଇଏନଏସ୍‍ ବେଲା ବୁଡାଜାହାଜର ସମସ୍ତ ଦାୟିତ୍ୱ ନିର୍ବାହ କରିବାକୁ ସମର୍ଥ । ସାଂପ୍ରତିକ ଜଟିଳ ନିରାପତ୍ତା ଦୃଶ୍ୟପଟ୍ଟରେ ଏହାର ସାମର୍ଥ୍ୟ ଏବଂ ଆକ୍ରମଣକାରୀ କ୍ଷମତା ଦେଶର ଉପକୂଳ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଦିଗରେ ବର୍ଦ୍ଧିତ ଭୂମିକା ନିର୍ବାହ କରିବ ବୋଲି ଆଡମିରାଲ କରମବୀର ସିଂହ କହିଥିଲେ ।


Share It

Comments are closed.