ଲକଡାଉନରେ ବିଦ୍ୟାର୍ଥୀଙ୍କ ମାନସିକ ଚାପ ହ୍ରାସ କରିବା ପାଇଁ ‘ଏନସିଇଆରଟି’ ପକ୍ଷରୁ ଅଭିନବ କାଉନସେଲିଂ ପ୍ରୋଗ୍ରାମ
କରୋନା ଭୂତାଣୁ ସଂକ୍ରମଣ କୁ ରୋକିବା ଲାଗି କେନ୍ଦ୍ର ସରକାର ସାମାଜିକ ଦୁରତ୍ଵ ରକ୍ଷା କରିବା ପରିପ୍ରେକ୍ଷୀରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ର ଘୋଷଣା କରିଛନ୍ତି। ତେବେ ଦୀର୍ଘଦିନ ଘରେ ରହିବା ଯୋଗୁ ଲୋକ ମାନଙ୍କ ମଧ୍ୟରେ ( ବିଶେଷ କରି ଛାତ୍ର ଛାତ୍ରୀ) ମାନସିକ ଚାପ ବୃଦ୍ଧି ପାଇବାର ପରିଲକ୍ଷିତ ହୋଇଛି। ଏ ସନ୍ଧର୍ଭ ରେ NCERT କାଉନସେଲର ମାନଙ୍କୁ ନିଯୁକ୍ତି କରିଛନ୍ତି। ସାରା ଦେଶ କୁ ୫ ଟି ଜୋନ୍ ରେ ବିଭକ୍ତ କରାଯାଇଛି। ଇଷ୍ଟ ଜୋନ୍ ପାଇଁ ୪୮ ଜଣ କାଉନସେଲର ନିଯୁକ୍ତି କରାଯାଇଛି। ଭୁବନେଶ୍ୱରପାଇଁ ନିଯୁକ୍ତି କରାଯାଇଥିବା କାଉନସେଲର ମାନଙ୍କ ମଧ୍ୟରେ ରିତୁପର୍ଣ୍ଣା ନାୟକ ଅଛନ୍ତି। ଆପଣ ମାନେ ତାଙ୍କୁ ୮୯୦୮୭୦୭୦୬୬ ନମ୍ବର ରେ ସମ୍ପର୍କ କରି ପାରିବେ କିମ୍ବା careodisha.counsellingwing@gmail.com ରେ ସମ୍ପର୍କ କରିପାରିବେ। ଏହିଠାରେ ଆମେ କହି ରଖୁଛୁ ଯେ ରିତୁପର୍ଣ୍ଣା ନାୟକ ଏବଂ ତାଙ୍କର ବନ୍ଧୁ ମାନେ ମିଶି CareOdisha ସଂସ୍ଥା ମାଧ୍ୟମରେ ଆଗରୁ ମଧ୍ୟ ଫୋନ୍ ମାଧ୍ୟମ ରେ କାଉନସେଲିଂ ସେବା ଯୋଗାଇ ଦେଇ ଆସୁଛନ୍ତି।
ରିତୁପର୍ଣ୍ଣା ନାୟକ – ‘ଏନସିଇଆରଟି’ କାଉନସେଲିଂ ସଦସ୍ୟା
Comments are closed.