ଇନ୍ଫିନିକ୍ସ ପକ୍ଷରୁ ଜିଟି ୩୦ ପ୍ରୋ ଗେମିଂ ସ୍ମାର୍ଟଫୋନର ଶୁଭାରମ୍ଭ
ନୂଆଦିଲ୍ଲୀ, : ଏକ ନୂତନ ଯୁଗର ସ୍ମାର୍ଟଫୋନ ବ୍ରାଣ୍ଡ ଇନ୍ଫିନିକ୍ସ ପକ୍ଷରୁ ଆଜି ଭାରତରେ ଏହାର ନୂଆ ସ୍ମାର୍ଟଫୋନ ଇନ୍ଫିନିକ୍ସ ଜିଟି ୩୦ ପ୍ରୋର ଲଂଚ ଘୋଷଣା କରାଯାଇଛି । ପ୍ରକୃତ ଗେମିଂ ଦର୍ଶନ ସହ ନିର୍ମିତ ଇନଫିନିକ୍ସ ଜିଟି ୩୦ ପ୍ରୋ ଏକ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ ଫ୍ଲାଗସିପ-ଗ୍ରେଡ ପ୍ରୋସେସିଂ, ଆଡ୍ଭାନ୍ସଡ ଥର୍ମାଲ ଡିଜାଇନ ଓ ନିମଜ୍ଜିତ କଂଟ୍ରୋଲ ଫିଚରଗୁଡିକୁ ଏକତ୍ରିତ କରିଛି । ୨୨,୯୯୯ ଟଙ୍କା (ଅଫର୍ଗୁଡିକ ସମେତ)ର ଏକ ସ୍ୱତନ୍ତ୍ର ଲଂଚ୍ ଡେ’ ମୂଲ୍ୟରୁ ଆରମ୍ଭ ହେଉଥିବା ଜିଟି୩୦ ପ୍ରୋ କ୍ରୟ ପାଇଁ ଆସନ୍ତା ଜୁନ ୧୨ ତାରିଖ ୨୦୨୫ରୁ ଫ୍ଲିପକାର୍ଟରେ ଉପଲବ୍ଧ ହେବ । ଦୁଇଟି ଆକର୍ଷଣୀୟ ରଙ୍ଗ ଡାର୍କ ଫ୍ଲେୟାର (ଆରଜିବି ଏଲଇଡି ଲାଇଟିଂ) ଓ ବ୍ଲେଡ ହ୍ୱାଇଟ (ହ୍ୱାଇଟ ଏଲ୍ଇଡି ଲାଇଟିଙ୍ଗ)ରେ ଉପଲବ୍ଧ ଏହି ଡିଭାଇସ ଶିଳ୍ପ ପ୍ରଥମ ଉଦ୍ଭାବନ ଓ ଗେମରମାନଙ୍କୁ ଆକର୍ଷିତ କରୁଥିବା ଏକ ଫଙ୍କ୍ଶନାଲ ଗେମିଂ ଡିଜାଇନକୁ ଏକତ୍ରିତ କରି ମିଡ୍-ପ୍ରିମିୟମ ସେଗମେଂଟରେ ଗେମିଂକୁ ପୁନଃବ୍ୟାଖ୍ୟା କରିଛି ।
ଏହି ଲଂଚ୍ ଅବସରରେ ଇନ୍ଫିନିକ୍ସ ଇଣ୍ଡିଆର ସିଇଓ ଅନିଶ କପୁର କହିଛନ୍ତି, “ଜିଟି ୩୦ ପ୍ରୋ ଇନ୍ଫିନିକ୍ସ ଓ ଭାରତୀୟ ଗେମିଂ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତକୁ ଚିହ୍ନିତ କରିଛି । ମୋବାଇଲ ଗେମିଂ ମୁଖ୍ୟଧାରାରେ ପରିଣତ ହୋଇଥିବାରୁ ବର୍ତମାନ ଗେମରମାନେ କସ୍ମେଟିକ ଅପ୍ଗ୍ରେଡଠାରୁ ଅଧିକ କିଛି ଦାବି କରୁଛନ୍ତି- ସେମାନେ ଅତୁଳନୀୟ କାର୍ଯ୍ୟଦକ୍ଷତା, ଆଡ୍ଭାନ୍ସଡ ଥର୍ମାଲ ଡିଜାଇନ ଓ ନିମଜ୍ଜିତ ଗେମପ୍ଲେର ସନ୍ଧାନ କରୁଛନ୍ତି । ଫ୍ଲାଗସିପ-ଗ୍ରେଡ୍ ସଠିକତା ସହ ଡିଜାଇନ କରାଯାଇଥିବା ଜିଟି ୩୦ ପ୍ରୋ, ବିଶ୍ୱର ପ୍ରଥମ ମିଡିଆଟେକ ୮୩୫୦ ଅଲ୍ଟିମେଟ ପ୍ରୋସେସର, କ୍ରାଫ୍ଟନ-ପ୍ରମାଣିତ ୧୨୦ଏଫପିଏସ ବିଜିଏମଆଇ ସପୋର୍ଟ, ଜିଟି ସୋଲ୍ଡର ଟ୍ରିଗର ଏବଂ କଷ୍ଟମାଇଜେବୁଲ ଆରଜିବି ଲାଇଟିଂ ସହ ଏକ ବୋଲ୍ଡ ସାଇବର ମେକା ଡିଜାଇନ ସହିତ ଏଭଳି ଆବଶ୍ୟକତାଗୁଡିକୁ ପୂରଣ କରୁଛି । ଗେମିଂ ଅନୁଭୂତିକୁ ଉନ୍ନତ କରିବା ପାଇଁ ଇସ୍ପୋର୍ଟସ ମୋଡ, ଏକ୍ସବୁଷ୍ଟ, ଏଆଇ ଅଡିଓ ଏନ୍ହାନ୍ସମେଂଟ ଓ ହାପ୍ଟିକ୍ସ ଭଳି ଏଆଇ-ପରିଚାଳିତ ଫିଚରଗୁଡିକୁ ଏକୀକୃତ କରାଯାଇଛି, ଏହି ସମସ୍ତ ଫିଚରକୁ ଏକ ଅଧିକ ନିମଜ୍ଜିତ ଓ ପ୍ରତିକ୍ରିୟାଶୀଳ ଗେମପ୍ଲେ ପ୍ରଦାନ କରିବା ପାଇଁ ଅପ୍ଟିମାଇଜ କରାଯାଇଛି ।
ଜିଟି ସିରିଜ କେବଳ ଏକ ଆରମ୍ଭ ଅଟେ ଯାହାକି ପ୍ରକୃତ ଗେମରଙ୍କ ପାଇଁ ନିର୍ମାଣ କରାଯାଇଛି ଏବଂ ଏହା ତୃଣମୂଳ ସ୍ତରରେ ଗେମିଂ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ଏକ ବୃହତ ଲକ୍ଷ୍ୟ ଦ୍ୱାରା ପରିଚାଳିତ । ଟ୍ରୁ ରିପର୍ସ ଏବଂ ବଢୁଥିବା ଡିସ୍କର୍ଡ କମ୍ୟୁନିଟି ସହ ଆମର ସହଭାଗିତା ଭରତର ଗେମିଂ ସଂସ୍କୃତିକ ବିକଶିତ କରିବା ପ୍ରତି ଆମର ଉତ୍ସର୍ଗୀକୃତତାକୁ ଦର୍ଶାଉଛି । ଜିଟି ୩୦ ପ୍ରୋ ସହିତ ଇନ୍ଫିନିକ୍ସ ଭାରତରେ ମୋବାଇଲ ଗେମିଂ ବିପ୍ଳବର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହୋଇଛି ।”
ବିଶ୍ୱର ପ୍ରଥମ ଟେକ୍ନୋଲୋଜି ପରିଚାଳିତ ଗେମିଂ ଉତ୍କର୍ଷତା
ଜିଟି ୩୦ ପ୍ରୋ ବିଶ୍ୱର ପ୍ରଥମ ମିଡିଆଟେକ ଡାଇମେନସିଟି ୮୩୫୦ ଅଲ୍ଟିମେଟ ପ୍ରୋସେସର ସହିତ ଏକ ବୈଷୟିକ ଅଗ୍ରଗତିର ପ୍ରତିନିଧିତ୍ୱ କରୁଛି, ଯାହା ଏକ ଆକର୍ଷଣୀୟ ୩.୩୫ଜିଏଚଜେଡ କ୍ଲକ ସ୍ପିଡ ଓ ୧.୫ ମିଲିୟନ+ ଆନଟୁଟୁ ସ୍କୋର ହାସଲ କରିଛି । ଏହି ପ୍ରୋସେସିଂ ପାୱାରହାଉସ ୨୪% ଦ୍ରୁତ ଗେମ ସିନ ଟ୍ରାଞ୍ଜିଶନ ଓ ସମର୍ଥିତ ମୋବାଇଲ ଗେମିଂ ଟାଇଟଲଗୁଡିକରେ ପ୍ରତିକ୍ରିୟାଶୀଳ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ ୟୁଏଫଏସ ୪.୦ ଷ୍ଟୋରେଜ ଓ ଏଲପିଡିଡିଆର୫ଏକ୍ସ ରାମ (୨୪ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବୁଲ) ସହ ମିଶି କାର୍ଯ୍ୟ କରୁଛି ।
ଟ୍ରାଞ୍ଜିଶନରେ ଥିବା ଗେମରଙ୍କ ପାଇଁ ପରିକଳ୍ପିତ
ଜିଟି ୩- ପ୍ରୋକୁ ଗମ୍ଭୀର ପ୍ରତିଦ୍ୱନ୍ଦୀରେ ପରିଣତ ହେଉଥିବା ସାଧାରଣ ଓ ମିଡ-କୋର ଗେମରଙ୍କ ଦ୍ରୁତ ବିକଶିତ ସେଗମେଂଟ ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନିର୍ମାଣ କରାଯାଇଛି । ଗେମିଂ ସମୟ ବୃଦ୍ଧି ପାଉଥିବାରୁ ପ୍ରଦର୍ଶନକୁ ନେଇ ଆକାଂକ୍ଷା ମଧ୍ୟ ବଢୁଛି ଏବଂ ଜିଟି ୩୦ ପ୍ରୋ ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ବିକଶିତ ହୋଇଛି । ୧୪୪ଏଚଜେଡ ରିଫ୍ରେଶ ରେଟ ଓ ୪୫୦୦ ନନିଟ୍ସ ପିକ୍ ବ୍ରାଇଟନେସ୍ ସହିତ ଏହାର ୧.୫କେ ଆମୋଲେଡ ଡିସ୍ପ୍ଲେ ଯେକୌଣସି ପରିବେଶରେ କ୍ରିସ୍ପ ଓ ଫ୍ଲୁଇଡ ଭିଜୁଆଲ ନିଶ୍ଚିତ କରିଥାଏ । କିନ୍ତୁ ଏହାର କଷ୍ଟମାଇଜେବୁଲ ଜିଟି ସୋଲ୍ଡର ଟ୍ରିଗରଗୁଡିକ ଅତୁଳନୀୟ ଟାକ୍ଟିକାଲ ଆଡ୍ଭାନ୍ଟେଜ ଆଣିଥାନ୍ତି, ଯାହାକି ଏମ୍, ସୁଟ କିମ୍ବା ରିଲୋଡ ଭଳି ଇନ୍-ଗେମ ଆକ୍ସନଗୁଡିକ ପାଇଁ ମ୍ୟାପ୍ କରାଯାଇଛି, ସେଗୁଡିକ ଅତ୍ୟଧିକ ଦ୍ରୁତ ବେଗରେ ପ୍ରତିକ୍ରିୟା ଦେଇଥାନ୍ତି ଯାହାର ଅର୍ଥ ଏକ ବିଜୟ କିମ୍ବା ପରାଜୟ ମଧ୍ୟରେ ଥିବା ପାର୍ଥକ୍ୟ ହୋଇପାରେ । ଗେମିଂ ବାହାରେ ଉପଭୋକ୍ତାମାନେ କ୍ୟାମେରା ଲଂଚ କରିବା, ଡିଏନଡି ମୋଡ ଟଗ୍ଲିଂ କରିବା କିମ୍ବା ଗୁଗଲ ଆସିଷ୍ଟାଂଟକୁ ଟ୍ରିଗର କରିବା ଭଳି ଦୈନନ୍ଦିନ ସଟ୍କର୍ଟଗୁଡିକ ପାଇଁ ସେଗୁଡିକୁ ବ୍ୟବହାର କରିପାରିବେ, ଯାହା ଜିଟି ୩୦ ପ୍ରୋକୁ ଖେଳ ଭଳି ଜୀବନରେ ମଧ୍ୟ ଶକ୍ତିଶାଳୀ କରିଥାଏ ।
ଆମ୍ବିଏଂଟ ଇଂଟେଲିଜେଂଟ: ଦୃଶ୍ୟ-ଆଧାରିତ ଲାଇଟିଂ ସହିତ ସାଇବର ମେକା ଡିଜାଇନ ୨.୦
ଏହି ଡିଭାଇସ ସାଇବର ମେକା ଡିଜାଇନ ୨.୦ ଲାଙ୍ଗୁଏଜକୁ ଅନୁସରଣ କରୁଛି ଯାହାକି ଇନ୍ଫିନିକ୍ସର ଗେମିଂ ଆଏସ୍ଥେଟିକର ଏକ ପରିଭାଷିତ ବିବର୍ତନ ଅଟେ । ଦୁଇଟି ପ୍ରିମିୟମ ଫିନିଶ: କଷ୍ଟମାଇଜେବୁଲ ଆରଜିବି ଲାଇଟିଂ ଇଫେକ୍ଟ ସହିତ ଡାର୍କ ଫ୍ଲେୟାର ଓ ହ୍ୱାଇଟ ଇଲୁମିନେଶନ ସହ ବ୍ଲେଡ ହ୍ୱାଇଟରେ ନିର୍ମିତ ଏହି ଫୋନର ରିୟର ପ୍ୟାଲେରେ ପ୍ରୋଗ୍ରାମେବୁଲ ଏଲଇଡି ଲାଇଟ ରହିଛି ଯାହା ଚାର୍ଜିଂ ଷ୍ଟାଟସ, ଇନ୍କମିଂ କଲ କିମ୍ବା ଇନ-ଗେମ ଇଭେଂଟ ଭଳି ରିଅଲ-ଟାଇମ ଟ୍ରିଗରଗୁଡିକୁ ପ୍ରତିକ୍ରିୟା ଦେଇଥାଏ । ସାଜସଜ୍ଜା ବ୍ୟତୀତ ଏହି ଇଫେକ୍ଟଗୁଡିକ ଗେମପ୍ଲେ କିମ୍ବା ମଲ୍ଟିଟାସ୍କିଙ୍ଗ ସମୟରେ ପରିସ୍ଥିତି ଅନୁଯାୟୀ ସଚେତନ କରିଥାନ୍ତି । ମଡ୍ୟୁଲାର ମେଶିନେରୀ ଓ ରୋବୋଟିକ ଡିଟେଲ ଦ୍ୱାରା ଅନୁପ୍ରାଣିତ ଏହି ଭିଜୁଆଲ ଇଂଟରଫେଓ ଉଭୟ ପରିଚୟ ଓ ଯୋଗାଯୋଗକୁ ଉନ୍ନତ କରିଥାନ୍ତି ।
ଥର୍ମାଲ ଇଞ୍ଜିନିୟରିଂ: ହାର୍ଡୱେୟାର-ଲେଭେଲ ହିଟ ମ୍ୟାନେଜମେଂଟ ସହ ଭିସି କୁଲିଙ୍ଗ
ଗେମିଂ ପ୍ରଦର୍ଶନ ଏହାର ସ୍ଥାୟୀ ଫଳାଫଳ ପରି ଉନ୍ନତ ଅଟେ । ଜିଟି ୩୦ ପ୍ରୋ ଏକ ୫୪୦୦ ଏମଏମ.ଏସ୍କ୍ୟୁର ଭିସି କୁଲିଂ ଏରିଆ ସହ ସୁସଜ୍ଜିତ ଅଟେ, ଯାହା ମୋଟ ୨ଟି କପର ଫଏଲ, ୩ଟି ଗ୍ରାଫାଇଟ ହିଟ ଡିସିପେଶନ ଫିଲ୍ମ, ଗୋଟିଏ ୩ଡି ଭିସି ଦ୍ୱାରା ସମର୍ଥିତ ଅଟେ, ଏହା ପ୍ରଭାବୀ ରୂପେ ସିପିୟୁ, ଜିପିୟୁ ଓ ବ୍ୟାଟେରୀରୁ ଉତାପକୁ ବିତରଣ କରିଥାଏ । ଏହି ସିଷ୍ଟମ ପୂର୍ବ ପିଢି ତୁଳନାରେ ୧୩% ବଡ ହୋଇଥିବା ବେଳେ ଏହାକୁ ଇନ୍ଫିନିକ୍ସ ଦ୍ୱାରା ବିକଶିତ କରାଯାଇଚି, ଯାହା ଗେମିଂ ମାରାଥନ ସମୟରେ ନିମ୍ନ ତ୍ୱଚା ତାପମାତ୍ରା ନିଶ୍ଚିତ କରିଥାଏ । ମିଡ୍କୋର ଓ ପ୍ରୋଗ୍ରେସିଂ ଗେମରଙ୍କ ପାଇଁ ଏହା ଥର୍ମାଲ ଥ୍ରଟ୍ଲିଂ ବିନା ଦୀର୍ଘ ଓ ଅଧିକ ସ୍ଥିର ସେଶନକୁ ରୂପାନ୍ତରିତ ହୋଇଥାଏ ।
ଏକ୍ସବୁଷ୍ଟ ଏଆଇ: ମୋବାଇଲ ଗେମିଂ ଅନୁଭୂତିକୁ ରୂପାନ୍ତର କରୁଛି
ଜିଟି୩୦ ପ୍ରୋରେ ଥିବା ଏକ୍ସବୁଷ୍ଟ ଏଆଇ ରିଅଲ-ଟାଇମ ଅପ୍ଟିମାଇଜେଶନ ମାଧ୍ୟମରେ ଏକ ସ୍ମାର୍ଟ ଓ ଅଧିକ କେନ୍ଦ୍ରିତ ଗେମିଂ ଅନୁଭୂତି ପ୍ରଦାନ କରିଥାଏ । ଇସ୍ପୋର୍ଟସ ମୋଡ ବ୍ୟାଘାତ ଦୂର କରିଥାଏ ଏବଂ ପ୍ରଦର୍ଶନକୁ ଉନ୍ନତ କରିଥାଏ, ସେହିପରି ଅଡିଓ ଏନ୍ହାନ୍ସମେଂଟ ପୂର୍ବ ପିଢି ତୁଳନାରେ ୫୦% ବୃଦ୍ଧି ହୋଇଛି, ଯେଉଁଠାରେ ଉପଭୋକ୍ତାମାନେ ନିଜ ମନୋଭାବ ଅନୁଯାୟୀ ଅଡିଓ ଇମର୍ସନକୁ ଚୟନ କରିପାରିବେ ଏବଂ ଫୁଟ୍ଷ୍ଟେପ୍ସ ଓ ଗନଫାୟାର ଭଳି ଇନ୍-ଗେମ ସାଉଣ୍ଡଗୁଡିକୁ ସାର୍ପ କରିପାରିବେ । ଏଆଇ ଇମେଜ ଷ୍ଟାବିଲାଇଜେଶନ ଦ୍ରୁତ ଗତିବିଧି ସମୟରେ ଫ୍ଲୁଇଡ ଭିଜୁଆଲ ନିଶ୍ଚିତ କରିଥାଏ ଏବଂ ଜୋନଟଚ୍ ମାଷ୍ଟର ଲ୍ୟାଗ୍ ହ୍ରାସ କରିବା ଓ ନିୟନ୍ତ୍ରଣ ବୃଦ୍ଧି କରିବା ପାଇଁ ଉପଭୋକ୍ତାଙ୍କ ଆଚରଣ ଆଧାରରେ ଟଚ୍ ସେନ୍ସିଟିଭିଟିକୁ ଗ୍ରହଣ କରିଥାଏ ।
ଏହି ଫିଚରଗୁଡିକୁ ପରିପୂର୍ଣ୍ଣ କରି ବାଏପାସ ଚାର୍ଜିଙ୍ଗ ଚାର୍ଜର୍ରୁ ବ୍ୟାଟେରୀ ପରିବର୍ତେ ଫୋନର ମଦରବୋର୍ଡକୁ ସିଧାସଳଖ ବିଦ୍ୟୁତ ଶକ୍ତି ପ୍ରବାହିତ ହେବାକୁ ଅନୁମତି ଦେଇଥାଏ, ଯାହା ଉତାପ ସୃଷ୍ଟିକୁ କମ୍ କରିଥାଏ ଓ ୪ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ହ୍ରାସ କରିଥାଏ, ଏହା ହେଉଛି ତୀବ୍ର ଗେମିଂ ସେଶନ କିମ୍ବା ପ୍ଲଗ୍ ଇନ ରହି ଫୋନକୁ ଦୀର୍ଘ ସମୟ ବ୍ୟବହାର କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ।
ମିଳିତ ଭାବେ ଏହି ଫିଚରଗୁଡିକ ଉଭୟ ଗେମ ଓ ଖେଳାଳିଙ୍କୁ ଚତୁରତାର ସହ ପ୍ରତିକ୍ରିୟା ଦେଇଥାନ୍ତି, ଉଚ୍ଚ ପ୍ରଦର୍ଶନ, ସଠିକତା ଓ ନିମଜ୍ଜନ ସୁନିଶ୍ଚିତ କରିଥାନ୍ତି, ଯାହାକୁ ନିଜ ହାର୍ଡୱେୟାରରୁ ଅଧିକ କିଛି ଦାବି କରୁଥିବା ଦକ୍ଷ ମୋବାଇଲ ଗେମରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
ଇନ୍ଫିନିକ୍ସ ଡିସ୍କର୍ଡ କମ୍ୟୁନିଟି : https://infinixindia.co/gtverse3
ଜିଟି ଗେମିଂ କିଟ୍
ଜିଟି ଗେମିଂ କିଟ୍ରେ ଏକ ମ୍ୟାଗ୍କେସ ଓ ଏକ କୁଲିଂ ଫ୍ୟାନ ରହିଛି ଯାହା ହେଭି ଗେମିଂ ଭଳି ତୀବ୍ର କାର୍ଯ୍ୟଗୁଡିକ ସମୟରେ ସ୍ମାର୍ଟଫୋନଗୁଡିକର ଥର୍ମାଲ ମ୍ୟାନେଜମେଂଟ କ୍ଷେତ୍ରରେ ଏକ ନୂଆ ଫ୍ରଂଟିୟର ପ୍ରଦାନ କରୁଛି । ମ୍ୟାଗ୍କେସକୁ ଫ୍ୟାନ ସହିତ ଲଗାନ୍ତୁ, ଏହାକୁ କେବୁଲ ମାଧ୍ୟମରେ ଫୋନ ସହ କନେକ୍ଟ କରନ୍ତୁ ଏବଂ ଫୋନ ଗରମ ହୋଇଯିବାର ଚିନ୍ତା ବିନା ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ପସନ୍ଦର ଗେମ୍ ଖେଳନ୍ତୁ । ଜିଟି ମ୍ୟାଗ୍କେସ୍ କେବଳ କାର୍ଯ୍ୟକ୍ଷମ ନୁହେଁ (ଫ୍ୟାନ ଆଟାଚମେଂଟ ପାଇଁ ଆବଶ୍ୟକ), ବରଂ ଏହାକୁ ସାଇବର ମେକା ୨.୦ ଆଏସ୍ଥେଟିକ୍ସ ସହ ନିର୍ମାଣ କରାଯାଇଛି । ଏହାର କୁଲିଂ ଫ୍ୟାନକୁ ପ୍ରିମିୟମ ଆଲୁମିନିୟମ ଆଲୟରେ ନିର୍ମାଣ କରାଯାଇଛି ଏବଂ ଏହା ୧୦ୱାଟ ପାୱାରରେ ପରିଚାଳିତ ହୋଇଥାଏ । ଏହାର ଓଜନ ୫୦ଗ୍ରାମରୁ ସାମାନ୍ୟ ଅଧିକ ରହିଥିବା ବେଳେ ଏଥିରେ ୪୫୦୦ ଆରପିଏମର ଫ୍ୟାନ ସ୍ପିଡ ରହିଛି । କମ୍ ଶବ୍ଦ ଏକ ବ୍ୟାଘାତ ମୁକ୍ତ ଗେମିଂ ଅନୁଭୂତି ନିଶ୍ଚିତ କରୁଥିବା ବେଳେ କୁଲିଂ ଫ୍ୟାନରେ ଥିବା ଆରଜିବି ଏଲ୍ଇଡି ଲାଇଟ୍ ଏକାଧିକ ରଙ୍ଗରେ ଉଜ୍ଜ୍ୱଳିତ ହୋଇଥାଏ, ଯାହା ଏକ ଶୀତଳ ଗେମିଂ ଭାଇବ ସ୍ଥିର କରିଥାଏ ।
ମୂଲ୍ୟ ଓ ଉପଲବ୍ଧତା
ଦୁଇଟି ଆକର୍ଷଣୀୟ ରଙ୍ଗ ଡାର୍କ ପ୍ଲେୟାର ଓ ବ୍ଲେଡ ହ୍ୱାଇଟରେ ଉପଲବ୍ଧ ଜିଟି୩୦ ପ୍ରୋର ମୂଲ୍ୟ ୮/୨୫୬ଜିବି ପାଇଁ ୨୪,୯୯୯ ଟଙ୍କା ଓ ୧୨/୨୫୬ଜିବି ପାଇଁ ୨୫,୯୯୯ ଟଙ୍କା ରହିଛି ଏବଂ ଏହା ସ୍ୱତନ୍ତ୍ର ଭାବେ ଫ୍ଲିପକାର୍ଟ ଓ ଆପଣଙ୍କ ନିକଟସ୍ଥ ଷ୍ଟୋରରେ ଉପଲବ୍ଧ ହେବ । ଫ୍ଲିପ୍କାର୍ଟରେ ଜୁନ ୧୨ ତାରିଖ ୨୦୨୫ରେ ଏହି ଡିଭାଇସକୁ କ୍ରୟ କରୁଥିବା ଗ୍ରାହକମାନେ ସ୍ୱତନ୍ତ୍ର ଭାବେ ସମସ୍ତ ଅଫର ସମେତ ୨୨,୯୯୯ ଟଙ୍କାର ଏକ ସ୍ପେଶିଆଲ ଡେ’୧ ମୂଲ୍ୟରେ ପାଇପାରିବେ ।
ନିଜର ଗେମ୍ପ୍ଲେକୁ ପରବର୍ତୀ ସ୍ତରକୁ ନେବାକୁ ଚାହୁଁଥିବା ଉପଭୋକ୍ତାଙ୍କ ପାଇଁ ଏକ୍ସକ୍ଲୁସିଭ ଜିଟି ଗେମିଂ କିଟ୍ ୧୯୯୯ ଟଙ୍କାର ଏକ ଉତ୍ସାହଜନକ ମୂଲ୍ୟରେ ଉପଲବ୍ଧ ହେବ ଯେଉଁଥିରେ ଏକ ମ୍ୟାଗ୍ନେଟିକ କୁଲିଂ ଫ୍ୟାନ ଓ ଜିଟି କେସ୍ ଅନ୍ତର୍ଭୁକ୍ତ ରହିଛି । ସ୍ମାର୍ଟଫୋନ ସହିତ ଏହି କିଟ୍କୁ ୧୧୯୯ ଟଙ୍କା ମୂଲ୍ୟରେ କ୍ରୟ କରାଯାଇପାରିବ । ଅଧିକ ସୂଚନା ପାଇଁ ଭିଜିଟ କରନ୍ତୁ: http://www.infinixmobility.com
Comments are closed.