ହସନ ଅଲ୍ଲୀଙ୍କ ପ୍ରତି ପାକିସ୍ତାନରେ ବଢୁଛି ଘୃଣା ମନୋଭାବ, ପତ୍ନୀଙ୍କୁ ମଧ୍ୟ ହେବାକୁ ପଡୁଛି ସମାଲୋଚନାର ଶୀକାର


ଗୋଟିଏ କ୍ରିକେଟ ଦଳରେ ୧୧ଜଣ ଖେଳାଳୀ ଥାନ୍ତି । ହାରିବା ଲାଗି କୌଣସି ଜଣେ ଖେଳାଳୀଙ୍କୁ ଦାୟୀ କରିବା ଠିକ ନୁହେଁ । ଏବେ ପାକିସ୍ତାନ ଖୋଳାଳୀ ହସନ ଅଲୀଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି । ଅଷ୍ଟେ୍ରଲିଆ ବିପକ୍ଷରେ ଚାଲିଥିବା ସେମିଫାଇନାଲ ମ୍ୟାଚରେ ସେ ମେଥ୍ୟୁ ୱେଡଙ୍କ କ୍ୟାଚ ଛାଡ଼ିଥିଲେ। ପରେ ୱେଡ ଆଗାମୀ ୩ଟି ବଲରେ ତିନିଟି ଛକା ମାରି ଅଷ୍ଟେ୍ରଲିଆକୁ ଫାଇନାଲରେ ପହଞ୍ଚାଇ ଦେଇଥିଲେ । ଏବେ ପାକିସ୍ତାନୀ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ହସନ ଅଲୀ ବିରୁଦ୍ଧରେ ବହୁତ ଲଜ୍ୟା ଜନକ ଟିପ୍ପଣୀ ଦେଉଛନ୍ତି । ଟ୍ରୋଲ କରୁଥିବା ଲୋକେ ହସନ ଅଲୀ ଏବଂ ତାଙ୍କ ଭାରତୀୟ ପତ୍ନୀ ସାମିୟାଙ୍କୁ ବି ଛାଡ଼ି ନାହାନ୍ତି ।

ସାମିୟାଙ୍କୁ ନେଇ ଭିନ୍ନ ଭିନ୍ନ ଟିପ୍ପଣୀ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ହସନ ଅଲୀକୁ ପାକିସ୍ତାନରେ ଗଦ୍ଦାର ବୋଲି କହୁଛନ୍ତି । ଠିକ୍ ସେହିପରି ପାକିସ୍ତାନ ବିରୁଦ୍ଧରେ ମ୍ୟାଚରେ ଖରାପ ବୋଲିଂ କରିବାରୁ ମହମ୍ମଦ ଶାମିଙ୍କୁ କୁହାଯାଇଥିଲା। ପରେ ଏହା ଜଣାପଡ଼ିଥିଲା କି ଶାମୀଙ୍କ ଉପରେ ବହୁତ ଟିପ୍ପଣୀ ପାକିସ୍ତାନୀ ୟୁଜର୍ସଙ୍କ ତରଫରୁ ହୋଇଥିଲା । ଇଷ୍ଟାଗ୍ରାମରେ ହସନ ଅଲୀ ଏବଂ ତାଙ୍କର ପତ୍ନୀ ସାମିୟା ଆରଜୁ୍‌ଙ୍କ ଆକାଉଣ୍ଟରେ ପାକିସ୍ତାନୀ ୟୁଜର୍ସଙ୍କ ବହୁ କମେଣ୍ଟ ଦେଖିବାକୁ ମିଳିଛି । କେତେକ ୟୁଜର୍ସ ଲେଖୁଛନ୍ତି କି ସେମିଫାଇନାଲରେ ସେ ରନ ଦେବାକୁ କେତେ ପଇସା ନେଇଥିଲେ । ଏପରି ତାଙ୍କ ଭାରତୀୟ ପତ୍ନୀଙ୍କ ଲାଗି ମଧ୍ୟ ବହୁତ ଅଶାଳୀନ କମେଣ୍ଟ କରୁଛନ୍ତି ଲୋକେ । ଏପରିକି କିଛି ଲୋକ ତାଙ୍କୁ ଗୁଳି କରିଦେବା ଦରକାର ବୋଲି କହିଛନ୍ତି ।

ସେହିପରି ପାକିସ୍ତାନ ଠାରୁ ଭାରତ ମ୍ୟାଚ ହାରିବା ପରେ ଶାମିଙ୍କୁ ନେଇ ଗଦ୍ଦାର ଭଳି ବି ଟିପ୍ପଣୀ ବହୁତ ହୋଇଥିଲା । ମାତ୍ର ସେହି ପରିସ୍ଥିତିରେ କେତେକ ପୂର୍ବତନ କ୍ରିକେଟରଙ୍କ ସମେତ ଟିମ୍ ଇଣ୍ଡିଆର ଖେଳାଳୀ ତାଙ୍କ ସହ ଛିଡ଼ା ହୋଇଥିଲେ । କେତେକ ରିପୋର୍ଟରୁ ଜଣାପଡ଼ିଛି କି ଯେଉଁମାନେ ଶାମିଙ୍କୁ ଗାଳି କରୁଥିଲେ ସେହି ୟୁଜରମାନେ ଏବେ ହସନ ଅଲୀଙ୍କ ଧର୍ମ ଉପରେ ଅଙ୍ଗୁଳି ଉଠାଇଛନ୍ତି ଏବଂ ତାଙ୍କ ଭାରତୀୟ ପତ୍ନୀଙ୍କୁ ଅଶାଳୀନ କମେଣ୍ଟ କରୁଛନ୍ତି । ମାତ୍ର କେତେକ ଭାରତୀୟ ୟୁଜର୍ସ ହସନ ଅଲୀଙ୍କୁ ନିଜର ଭଲପାଇବା ଦେଇଛନ୍ତି ।


Share It

Comments are closed.