ଓଡିଶାର ବିକାଶ ଅଗ୍ରାଧିକାର ସହିତ ସିଏସଆରକୁ ଏକତ୍ରିତ କରିବାକୁ କର୍ପୋରେଟ୍ ସଂସ୍ଥାମାନଙ୍କୁ ଶିଳ୍ପମନ୍ତ୍ରୀଙ୍କ ଆହ୍ୱାନ

Share It

ଭୁବନେଶ୍ୱର: କନଫେଡେରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଭୁବନେଶ୍ୱରର ଲାଇଫ୍ ହୋଟେଲରେ ଓଡିଶା ସିଏସଆର କନକ୍ଲେଭ ୨୦୨୫କୁ ସଫଳତାର ସହିତ ଆୟୋଜନ କରିଛି ଯେଉଁଥିରେ ଓଡିଶାର ସାମାଜିକ-ଅର୍ଥନୈତିକ ପରିବର୍ତନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ର ଭୂମିକାକୁ ସଶକ୍ତ କରିବା ଉପରେ ଆଲୋଚନା କରିବା ପାଇଁ ବ୍ୟବସାୟୀ, ନୀତି ନିର୍ମାତା, ବିକାଶ ସହଯୋଗୀ ଏବଂ ସାମାଜିକ ସଂଗଠନଗୁଡିକ ଏକତ୍ରିତ ହୋଇଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମାନନୀୟ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କର୍ପୋରେଟ୍ କ୍ଷେତ୍ରକୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ନିଜର ସିଏସଆର ମଡେଲଗଡିକୁ ଶିଶୁ ଏବଂ ମହିଳା କଲ୍ୟାଣ, ଦକ୍ଷତା ବିକାଶ ଏବଂ ଡିଜିଟାଲ୍ ସମାବେଶ, ଆଦିବାସୀ ବିକାଶ, ସ୍ମାର୍ଟ୍ କୃଷି, ସ୍ୱାସ୍ଥ୍ୟସେବା ଏବଂ ପୁଷ୍ଟିକର ଖାଦ୍ୟ ଆଦି ଉପରେ ଧ୍ୟାନ ଦେଉଥିବା ରାଜ୍ୟ ସରକାରୀ ପ୍ରକଳ୍ପଗୁଡିକ ସହିତ ସଂଯୋଗ କରନ୍ତୁ। କଳିଙ୍ଗ ନଗର, ଝାରସୁଗୁଡା ଏବଂ କେନ୍ଦୁଝର ଭଳି ଶିଳ୍ପ ହବଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମୌଳିକ ସୁବିଧା ଉନ୍ନୟନ ଉଦ୍ୟମଗୁଡିକୁ ସଶକ୍ତ କରିବା ପାଇଁ ତାଙ୍କୁ ଏକ କ୍ଲଷ୍ଟର-ଆଧାରିତ ସିଏସଆର ପଦ୍ଧତି ଆପଣାଇବାକୁ ସେ କହିଥିଲେ।

ସେ କର୍ପୋରେଟ୍ ସଂସ୍ଥାମାନଙ୍କୁ ଆହ୍ୱାନ ଦେଇଥିଲେ ଯେ ସେମାନେ ନିଜର ସିଏସଆର କାର୍ଯ୍ୟକଳାପକୁ ଅଧିକ ଅପହଂଚ ଜିଲ୍ଲାଗୁଡିକରେ ବିସ୍ତାରିତ କରନ୍ତୁ ଏବଂ ପଂଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ଯୁବ କ୍ଲବ୍ଗୁଡିକୁ ଅନ୍ତର୍ଭୁକ୍ତ କରୁଥିବା ସହଭାଗିତାମୂଳକ ମଡେଲଗୁଡିକୁ ଗ୍ରହଣ କରନ୍ତୁ। ଓଡିଶା ସରକାର ଏକ ସମର୍ପିତ ସିଏସଆର ସେଲ୍ ଏବଂ ସ୍ୱେଚ୍ଛାକୃତ ମୂଲ୍ୟାଙ୍କନ ପଦ୍ଧତି ସହିତ କର୍ପୋରେଟ୍ ସଂସ୍ଥାମାନଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ବୋଲି ସେ ଆଶ୍ୱାସନ ଦେଇଥିଲେ।

ଉନ୍ନୟନ କମିସନର ଏବଂ ଓଡିଶା ସରକାରଙ୍କ ଯୋଜନା ଏବଂ ସମନ୍ୱୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତି ଅନୁ ଗର୍ଗ ଉଲ୍ଲେଖ କରିଥିଲେ ଯେ ବଡ଼ ଏବଂ ଛୋଟ ଉଭୟ ଶିଳ୍ପ ରାଜ୍ୟରେ କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି। ସେ ଶିଳ୍ପଗୁଡିକୁ ଶାନ୍ତିପୂର୍ଣ୍ଣ ସହବାସ ନିଶ୍ଚିତ କରିବା ପାଇଁ ସ୍ଥାନୀୟ ସମ୍ପ୍ରଦାୟଗୁଡିକ ସହିତ ପାରସ୍ପରିକ ଲାଭପ୍ରଦ ଉଦ୍ୟମ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। ଓଡିଶାର ଅର୍ଥନୈତିକ ଦର୍ଶନ ଉପରେ ଆଲୋକପାତ କରି ସେ କହିଥିଲେ ବର୍ତମାନ ଓଡିଶା ଜାତୀୟ ଜିଡିପିରେ ପ୍ରାୟ ୨.୮-୨.୯% ଅବଦାନ ଦେଉଛି। ୨୦୩୬ ସୁଦ୍ଧା ଆମେ ଏହାକୁ ୪% ଏବଂ ୨୦୪୭ ସୁଦ୍ଧା ୫% କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ପାଇଁ ତ୍ୱରାନ୍ୱିତ ଅଭିବୃଦ୍ଧି ଆବଶ୍ୟକ। ସେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରି ଶିଳ୍ପଗୁଡିକୁ ଆଇଟିଆଇଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଏବଂ ପ୍ରଶିକ୍ଷିତ ଯୁବକଯୁବତୀଙ୍କୁ ନିଜ କର୍ମକ୍ଷେତ୍ରରେ ସାମିଲ କରିବାକୁ ଅନୁରୋଧ କରିଥିଲେ।
ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏବଂ ବେଦାନ୍ତ ଲିମିଟେଡର ସଭାପତି – ଆଡଭୋକେସି ଏବଂ ବ୍ୟବସାୟ ବିକାଶ ଶ୍ରୀ ସୁନୀଲ ଗୁପ୍ତା ଆଦିବାସୀ ଅଂଚଳର ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସରକାରୀ ଅଗ୍ରାଧିକାର ସହ ସମନ୍ୱୟ ରଖି ଜୀବିକା ଉନ୍ନୟନ ପାଇଁ ସିଆଇଆଇ ଫାଉଣ୍ଡେସନର ଉଦ୍ୟମଗୁଡିକର ବିବରଣୀ ପ୍ରଦାନ କରିଥିଲେ।

ଜିନ୍ଦଲ ଷ୍ଟିଲ୍ ଲିମିଟେଡର ସଭାପତି, ଗ୍ରୁପ୍ ହେଡ୍ ସିଏସଆର୍ ଏବଂ ଏଜୁକେସନ୍ ଏବଂ ହେଡ୍‌–ଓଡିଶା କର୍ପୋରେଟ୍ କମ୍ୟୁନିକେସନ୍ସ ଶ୍ରୀ ପ୍ରଶାନ୍ତ ହୋତା ଉଲ୍ଲେଖ କରିଥିଲେ ଯେ ଭାରତରେ ବାର୍ଷିକ ପ୍ରାୟ ୩୫,୦୦୦ କୋଟି ଟଙ୍କା ସିଏସଆର ଉଦ୍ୟମଗୁଡିକ ପାଇଁ ଖର୍ଚ୍ଚ କରାଯାଏ, ଯେଉଁଥିରେ ଓଡିଶା ପାଇଁ ୫,୦୦୦ କୋଟିରୁ ଅଧିକ ଅଟେ। ସେ ମନେ ପକାଇଦେଇଥିଲେ ଯେ ପରି ମହାମାରୀ ସମୟରେ ଅକ୍ସିଜେନ ସିଲିଣ୍ଡର ଯୋଗାଣ ଭଳି ସିଏସଆର ହସ୍ତକ୍ଷେପଗୁଡିକ ଜୀବନରକ୍ଷାକାରୀ ଥିଲା ଏବଂ କହିଥିଲେ ଯେ ଓଡିଶାର ଅନେକ ଉଦ୍ୟମ ଜାତୀୟ ମଡେଲ୍ ଭାବରେ ପରିଣତ ହୋଇଛି।

ସିଆଇଆଇ ପୂର୍ବାଚଂଳ କମିଟିର ସିଏସଆର ସବ୍‌-କମିଟିର ସହ-ଅଧ୍ୟକ୍ଷ ଏବଂ ଗେଇନ୍ୱେଲ୍ କମୋସେଲ୍ସ ପ୍ରାଇଭେଟ୍ ଲିମିଟେଡର ହେଡ୍‌–କର୍ପୋରେଟ୍ ଷ୍ଟ୍ରାଟେଜି, ଶ୍ରୀମତି ଆକାଂକ୍ଷା ଚତୁୁର୍ବେଦୀ ସ୍ଥାୟୀ ବିକାଶ, ଉଦ୍ୟୋଗିତା ଏବଂ ସମ୍ପ୍ରଦାୟ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଳ୍ପଗୁଡିକୁ ଅନୁରୋଧ କରିଥିଲେ ଯେ ସେମାନେ ଅଧିକ ଅପହଂଚ ଆଦିବାସୀ ଅଂଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଉପରେ ଧ୍ୟାନ ଦେବା ଉଚିତ୍‌।ସିଆଇଆଇ ଓଡିଶା ରାଜ୍ୟ ପରିଷଦ୍ର ଉପାଧ୍ୟକ୍ଷ ଏବଂ ଏଏମ/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ଜି ସୁରେଶ ଧନ୍ୟବାଦ ଅର୍ପଣ କରି ଉଲ୍ଲେଖ କରିଥିଲେ ଯେ ସିଏସଆର କେବଳ ଏକ ଆଇନଗତ କର୍ତବ୍ୟ ନୁହେଁ, ବରଂ ଏହା ସ୍ଥାୟୀ ବିକାଶ, ସମାଜ ଏବଂ ପରିବେଶ ପ୍ରତି ଏକ ପ୍ରକୃତ ପ୍ରତିବଦ୍ଧତା। ସେ ଜୋର ଦେଇ କହିଥିଲେ ଯେ ଓଡିଶାର ବିବିଧ ସାମାଜିକ-ଅର୍ଥନୈତିକ ବସ୍ତୁ ଏବଂ ଉଦୟମାନ ଚାଲେଞ୍ଜଗୁଡିକ ଏକ ସହଯୋଗିତାମୂଳକ ସିଏସଆର ପଦ୍ଧତି ଆବଶ୍ୟକ କରେ ଯେଉଁଠାରେ ସରକାର, ସାମାଜିକ ସଂଗଠନ ଏବଂ ଶିଳ୍ପ ମିଳିତ ଭାବେ କାମ କରନ୍ତି।

ଏହି କନକ୍ଲେଭରେ ରଣନୈତିକ ସିଏସଆର, ଜଳବାୟୁ ପରିବର୍ତନ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଶିଳ୍ପ-ସରକାରୀ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ମହିଳା-କେନ୍ଦ୍ରିକ ସିଏସଆର – ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସିଆଇଆଇ ଓଡିଶା ରାଜ୍ୟ ପରିଷଦ୍ର ଉପାଧ୍ୟକ୍ଷ ଏବଂ ଏଏମ/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ଜି ସୁରେଶ ଧନ୍ୟବାଦ ଅର୍ପଣ କରି ଉଲ୍ଲେଖ କରିଥିଲେ ଯେ ସିଏସଆର କେବଳ ଏକ ଆଇନଗତ କର୍ତବ୍ୟ ନୁହେଁ, ବରଂ ଏହା ସ୍ଥାୟୀ ବିକାଶ, ସମାଜ ଏବଂ ପରିବେଶ ପ୍ରତି ଏକ ପ୍ରକୃତ ପ୍ରତିବଦ୍ଧତା। ସେ ଜୋର ଦେଇ କହିଥିଲେ ଯେ ଓଡିଶାର ବିବିଧ ସାମାଜିକ-ଅର୍ଥନୈତିକ ବସ୍ତୁ ଏବଂ ଉଦୟମାନ ଚାଲେଞ୍ଜଗୁଡିକ ଏକ ସହଯୋଗିତାମୂଳକ ସିଏସଆର ପଦ୍ଧତି ଆବଶ୍ୟକ କରେ ଯେଉଁଠାରେ ସରକାର, ସାମାଜିକ ସଂଗଠନ ଏବଂ ଶିଳ୍ପ ମିଳିତ ଭାବେ କାମ କରନ୍ତି।

ଏହି କନକ୍ଲେଭରେ ରଣନୈତିକ ସିଏସଆର, ଜଳବାୟୁ ପରିବର୍ତନ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଶିଳ୍ପ-ସରକାରୀ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ମହିଳା-କେନ୍ଦ୍ରିକ ସିଏସଆର – ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା।


Share It

Comments are closed.