ବିଶିଷ୍ଟ ବ୍ୟକ୍ତି ଓ କର୍ପୋରେଟ୍ ସଂସ୍ଥାଙ୍କୁ ଥିଙ୍କ୍ ସିଏସ୍ଆର୍ ଓ ଥିଙ୍କ୍ ଓଡ଼ିଶା ଲିଡର୍ସିପ୍ ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ଏବଂ ସିଏସ୍ଆର୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସଂସ୍ଥାଗୁଡ଼ିକୁ ଆଜି ଡିଏନ୍ ଭିଭାନ୍ତାରେ ଆୟୋଜନ କରାଯାଇଥିବା ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଥିଙ୍କ୍ ସିଏସ୍ଆର୍ ଓ ଥିଙ୍କ୍ ଓଡ଼ିଶା ଲିଡରସିପ ଆୱାର୍ଡ ପ୍ରଦାନ କରାଯାଇଛି । ବଲିଉଡ୍ ସୁନ୍ଦରୀ ସଙ୍ଗୀତା ବିଜଲାନି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ମଂଚରେ କଳା ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାୟକ ଋତୁରାଜ ମହାନ୍ତି ଓ ସଙ୍ଗୀତା ଦାସ ମଧ୍ୟ ଯାଦୁକରୀ ସଙ୍ଗୀତ ପରିବେଷଣ କରିଥିଲେ । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।
ଆଜି ଜେ କେ ପେପର ଲିମିଟେଡ୍, ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକଚର୍ ଲିମିଟେଡ୍, ପାରାଦୀପ ଫସଫେଟ ଲିମିଟେଡ୍, ବେଦାନ୍ତ ଲିମିଟେଡ୍, ଇଫ୍କୋ, ଟାଟା ଷ୍ଟିଲ୍ ଓ ସିରାଜୁଦିନ୍ ଆଣ୍ଡ୍ କୋକୁ ଥିଙ୍କ୍ ସିଏସ୍ଆର୍ ଇନୋଭେସନ୍ ଆୱାର୍ଡ ପ୍ରଦାନ କରାଯାଇଛି ।
ସେହିପରି, ବ୍ୟବସାୟ ନବସୃଜନରେ ଲାଲଚାନ୍ଦ, ମନୋରଂଜନ ପାଇଁ ଋତୁରାଜ ମହାନ୍ତି ଓ ସୁସ୍ମିତା ଦାସ, ଗଣମାଧ୍ୟମ କ୍ଷେତ୍ରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍, ଶିକ୍ଷା କ୍ଷେତ୍ରରେ ପ୍ରଫେସର ଚିନ୍ତାମଣି ମହାପାତ୍ର, ଆର୍ଥିକ ପରିଚାଳନା ପାଇଁ ସରତ ଚନ୍ଦ୍ର ଭଦ୍ର, ସ୍ୱାସ୍ଥ୍ୟ ସେବା ନବସୃଜନରେ ଦୂରଦୃଷ୍ଟି ନେତୃତ୍ୱ ପାଇଁ ଡକ୍ଟର ଶ୍ରୀଜୟ ପଟ୍ଟନାୟକ ଓ ସ୍ତ୍ରୀ ଓ ପ୍ରସୂତୀ କ୍ଷେତ୍ର ପାଇଁ ଡକ୍ଟର ସୌଦାମିନି ମହାପାତ୍ରଙ୍କୁ ଥିଙ୍କ୍ ଓଡ଼ିଶା ଲିଡର୍ସିପ୍ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ଅବସରରେ ଆଇପିଇଇଏମ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ କୈଳାସ ସିଂହ କହିଛନ୍ତି ଯେ ଥିଙ୍କ୍ ସିଏସଆର୍ ଓ ଥିଙ୍କ୍ ଓଡ଼ିଶା ଡିଲରସିପ୍ ଆୱାର୍ଡର ଏହା ହେଉଛି ୧୧ତମ ସଂସ୍କରଣ । କିଛି ବର୍ଷର ବ୍ୟବଧାନ ପରେ ପୁଣି ଥରେ ଓଡ଼ିଶାକୁ ଆମେ ଏହି ପୁରସ୍କାର ନେଇଆସିଛୁ ଏବଂ ଏହି ମେଗା କାର୍ଯ୍ୟକ୍ରମକୁ ନେଇ ଦେଖାଦେଇଥିବା ଉତ୍ସାହ ଦେଖି ଆମେ ରୋମାଂଚିତ ହୋଇପଡ଼ିଛୁ । ଆଗାମୀ ବର୍ଷଗୁଡ଼ିକରେ ଆମେ ଏହାକୁ ଆହୁରି ବଡ଼ ଓ ଉତମ କରିବାକୁ ଚାହୁଛୁ ।’’
ଏହି ଅବସରରେ ଏକ ସିଏସ୍ଆର୍ ରାଉଣ୍ଡଟେବୁଲ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଭାଗ ନେଇଥିବା ବକ୍ତାମାନେ ରାଜନୀତି, ପ୍ରଶାସନ ଓ ନିରନ୍ତର ବ୍ୟବସାୟ ଉପରେ ଆଲୋଚନା କରିଥିଲେ । ବକ୍ତା ଭାବେ ବ୍ରାଣ୍ଡ୍ ଗୁରୁ ହରିଷ ବିଜୁର, ବେଦାନ୍ତର ଡେପୁଟି ସିଇଓ ଜି ଜି ପାଲ୍, ଟାଟା ଷ୍ଟିଲ୍ର ସିଏସ୍ଆର ମୁଖ୍ୟ-ଓଡ଼ିଶା ଅମ୍ବିକା ପ୍ରସାଦ ନନ୍ଦ, ପିପିଏଲ୍ର ଜିଏମ୍ ଜଗନ୍ନାଥ ଖୁଂଟିଆ, ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର ଓ ଜେ କେ ପେପର ମିଲ୍ସ ଲିମିଟେଡ୍ର ସିଏସ୍ଆର୍ ଓ ସଷ୍ଟେନେବିଲିଟି ମୁଖ୍ୟ ପ୍ରଫୁଲ୍ଲ ଧଳ ଉପସ୍ଥିତ ଥିଲେ ।
Comments are closed.