ମାରୁତି ସୁଜୁକି ଅଲ୍‌ଟୋ ଭାରତର ସର୍ବାଧିକ ବିକ୍ରି ହେଉଥିବା କାର୍


ଭୁବନେଶ୍ୱର: ମାରୁତି ସୁଜୁକି ଅଲ୍‌ଟୋ କ୍ରମାଗତ ଭାବେ ଦୀର୍ଘ ୧୬ ବର୍ଷ ହେବ ଭାରତର ସର୍ବାଧିକ ବିକ୍ରି ହୋଇଥିବା କାର୍‌ର ମାନ୍ୟତା ହାସଲ କରିଛି । ଅଲ୍‌ଟୋ ଗ୍ରାହକଙ୍କ ପାଇଁ ପ୍ରଥମ ପସନ୍ଦର କାର୍ ଭାବେ ନିଜର ସ୍ଥାନ ବଜାୟ ରଖିଛି । ଅପ୍‌ଡେଟେଡ୍ ସୁରକ୍ଷା ଫିଚର ସହିତ କମ୍ପାକ୍ଟ ଡିଜାଇନ୍‌, ସହଜ ପରିଚାଳନନା ଓ ଉଚ୍ଚ ଇନ୍ଧନ ଦକ୍ଷତା ଅଲ୍‌ଟୋକୁ କାର୍ କ୍ରେତାମାନଙ୍କ ପାଇଁ ସର୍ବାଧିକ ପସନ୍ଦଯୋଗ୍ୟ ବିକଳ୍ପରେ ପରିଣତ କରିଛି । ସେପ୍ଟେମ୍ବର ୨୦୦୦ରେ ବଜାରକୁ ଆସିଥିବା ଅଲ୍‌ଟୋ ଗତ କିଛି ବର୍ଷଧରି ଭାରତୀୟ କାର୍ କ୍ରେତାଙ୍କ ମଧ୍ୟରେ ଏହାର ଲୋକପ୍ରିୟତାରେ କ୍ରମାଗତ ବୃଦ୍ଧି ଦେଖିଆସୁଛି । ଅଲ୍‌ଟୋର ବିରାସତ ଦୁଇ ଦଶନ୍ଧି ମଧ୍ୟରେ ବିସ୍ତାର ହୋଇ ରହିଥିବା ବେଳେ ଅଲ୍‌ଟୋ ୨୦୦୪ରେ ଭାରତର ସର୍ବାଧିକ ବିକ୍ରି ହୋଇଥିବା କାର୍‌ରେ ପରିଣତ ହୋଇଥିଲା । ଅଲ୍‌ଟୋର ଅତୁଳନୀୟ ସର୍ବବୃହତ୍ ଗ୍ରହଣୀୟତା ଏହାକୁ ଗତ ୧୬ ବର୍ଷ ପାଇଁ ଲଗାତର ଭାବେ ଉଚ୍ଚ ପ୍ରତିଯୋଗିତାମୂଳକ ଯାତ୍ରୀବାହୀ କାର୍ ବର୍ଗରେ ସର୍ବବୃହତ୍ ସେଲିଙ୍ଗ ମଡେଲ୍ ଭାବେ ବିକଶିତ ହେବାରେ ସହଯୋଗ କରିଛି ।
ନୂତନ ଏରୋ ଏଜ୍ ଡିଜାଇନ୍ ଓ ଅତ୍ୟାଧୁନିକ ସୁରକ୍ଷା ଫିଚର ସହିତ ଅଲ୍‌ଟୋ ଗ୍ରାହକମାନଙ୍କୁ ଏକ ସ୍ମରଣୀୟ ମାଲିକାନା ଅଭିଜ୍ଞତା ପ୍ରଦାନ କରିଥାଏ । ଅଲ୍‌ଟୋ ହେଉଛି ଭାରତର ପ୍ରଥମ ପ୍ରବେଶ ସ୍ତରର କାର୍ ଯାହାକି ବିଏସ୍‌୬ ଅନୁକୂଳ ହୋଇପାରିଥିଲା ଏବଂ ଏହା ପେଟ୍ରୋଲ ପାଇଁ ୨୨.୦୫କିମି/ଲିଟର ଓ ସିଏନ୍‌ଜି ପାଇଁ ୩୧.୫୬କିମି/କେଜିର ଇନ୍ଧନ ଦକ୍ଷତା ପ୍ରଦାନ କରୁଛି । ନୂଆ ଅଲ୍‌ଟୋରେ ଥିବା ମାନକ ସୁରକ୍ଷା ଫିଚରଗୁଡିକରେ ଡ୍ରାଇଭର ସାଇଡ୍ ଏୟାରବ୍ୟାଗ୍‌, ଏବିଏସ୍ ଓ ଇବିଡି, ରିଭର୍ସ ପାର୍କିଙ୍ଗ୍ ସେନ୍ସର, ହାଇସ୍ପିଡ୍ ଆଲର୍ଟ ସିଷ୍ଟମ ଏବଂ ଚାଳକ ଓ ସହଚାଳକଙ୍କ ପାଇଁ ସିଟ୍ ବେଲ୍ଟ ରିମାଇଣ୍ଡର ଆଦି ସାମିଲ ରହିଛି । ଏଥିରେ ନୂତନ ଦୁର୍ଘଟଣା ଓ ପଥଚାରୀ ସୁରକ୍ଷା ନିୟମାବଳୀର ଅନୁପାଳନ କରୁଛି ।
ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ବିପଣନ ଓ ବିକ୍ରି) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, “କମ୍ପାକ୍ଟ ଡିଜାଇନ୍‌, ସହଜ ପରିଚାଳନା, ଉଚ୍ଚ ଇନ୍ଧନ ଦକ୍ଷତା, ସୁଲଭତା, ସମୟାନୁବର୍ତୀ ସୁବିଧା ଓ ସୁରକ୍ଷା ସମ୍ବନ୍ଧିତ ଅପ୍‌ଗ୍ରେଡ୍‌ଗୁଡିକ କାରଣରୁ ଏହାର ପ୍ରଦର୍ଶନ ଅତୁଳନୀୟ ରହିଛି । ଏକ ମଜଭୁତ ବିରାସତ ଦ୍ୱାରା ସମର୍ଥିତ ଅଲ୍‌ଟୋ ଦୀର୍ଘ ସମୟ ହେବ ଦେଶର ଗ୍ରାହକଙ୍କୁ ଆକୃଷ୍ଟ କରିବା ଜାରି ରଖିଥିବା ବେଳେ ୭୬% ଗ୍ରାହକ ଏହାକୁ ନିଜର ପ୍ରଥମ କାର୍ ଭାବେ ଚୟନ କରିଛନ୍ତି ।” ଲଗାତର ୧୬ ବର୍ଷ ହେବ ଅଲ୍‌ଟୋ ଭାରତର ସର୍ବାଧିକ ବିକ୍ରି ହୋଇଥିବା କାର୍‌ରେ ପରିଣତ ହେବା ସହିତ ଆମେ ଗ୍ରାହକମାନଙ୍କୁ ଏହି ବ୍ରାଣ୍ଡ ପ୍ରତି ନିଜର ବିଶ୍ୱାସ ଓ ଭରସା ପାଇଁ କୃତଜ୍ଞତା ଜଣାଉଛୁ,” ବୋଲି ସେ କହିଛନ୍ତି ।


Share It

Comments are closed.