ଗର୍ବର ମୁହୂର୍ତ୍ତ: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି
ଭୁବନେଶ୍ଵର,୦୨/୦୨: ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି ପୁଣିଥରେ ଭାରତକୁ ଗୌରବାନ୍ୱିତ କରିଛନ୍ତି। ତାଙ୍କର ଅସାଧାରଣ ଦୃଢତା, ସାହସ ଓ ଅଦମ୍ୟ ମନୋବଳର ପରିଣାମ ସ୍ୱରୂପ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ଲେଖାଇବାରେ ସଫଳ ହୋଇଛନ୍ତି।
ସୁଫିୟା ମନାଲିରୁ ଲେହ ପର୍ଯ୍ୟନ୍ତ ପ୍ରାୟ ୪୮୦ କିଲୋମିଟର ଦୁର୍ଗମ, ଉଚ୍ଚପାହାଡ଼ିଆ ଓ ଅକ୍ସିଜେନ୍-ଅଭାବ ଥିବା ରାସ୍ତାକୁ ମାତ୍ର ୯୮ ଘଣ୍ଟା ୨୯ ମିନିଟ୍ ମଧ୍ୟରେ ଦୌଡ଼ି ପୂରଣ କରିଥିଲେ। ୧୦୦ ଘଣ୍ଟାରୁ କମ୍ ସମୟରେ ଏହି ଦୌଡ଼ ସମାପ୍ତ କରି ସେ ଏହି ସଫଳତା ହାସଲ କରିଥିବା ବିଶ୍ୱର ଏକମାତ୍ର ମହିଳା ଭାବେ ପରିଚିତ ହୋଇଛନ୍ତି।
ଏହି ଦୌଡ଼ ପଥ ଅତ୍ୟନ୍ତ କଠିନ ଓ ଜୋଖିମପୂର୍ଣ୍ଣ ହୋଇଥିବାବେଳେ, କଠୋର ପାଣିପାଗ, ଉଚ୍ଚ ଉଚ୍ଚ ପାହାଡ଼, ଶୀତଳ ତାପମାନ ଓ ଶାରୀରିକ-ମାନସିକ ପରୀକ୍ଷା ସତ୍ତ୍ୱେ ସୁଫିୟା ନିଜ ଲକ୍ଷ୍ୟରେ ଅଟୁଟ ରହି ଏହି ଐତିହାସିକ ସଫଳତା ଅর্জନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୁଫିୟା ସୁଫି ପୂର୍ବରୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ି ଦେଶ ଓ ବିଶ୍ୱ ମଞ୍ଚରେ ଅନେକ ରେକର୍ଡ ନିଜ ନାମରେ କରିସାରିଛନ୍ତି। ତାଙ୍କର ଏହି ଅଦମ୍ୟ ସାହସ, ଅଟୁଟ ସଂକଳ୍ପ ଓ ନିଷ୍ଠା ଆଜି କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଉଠିଛି।
Comments are closed.