ଖୁବ ଶୀଘ୍ର ବନ୍ଦ ହୋଇଯିବ ଲୋକପ୍ରିୟ ରିୟାଲିଟି ସୋ ‘ଇଣ୍ଡିଆନ ଆଇଡଲ’, କିଛି ଏପରି କହି ସୂଚନା ଦେଲେ ହିମେଶ ରେଶମିଆ
ସିଙ୍ଗିଙ୍ଗ୍ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ ଲୋକଙ୍କୁ ଖୁବ୍ ମନୋରଞ୍ଜନ ଦେଉଛି । ଟିଆରପି ମାମଲାରେ ବି ଏହା ହିଟ୍ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଏବେ ସିଜିନ୍-୧୨ରେ ଶୋ’ର ଟିଆରପିରେ ପରିବର୍ତ୍ତନ ଦେଖାଦେଇଛି । ଚଳିତ ଥର ଭଲ ଭଲ ପ୍ରତିଯୋଗୀ ଥିବା ସତ୍ତ୍ୱେ ଶୋ’କୁ ଭଲ ଟିଆରପି ମିଳିନାହିଁ। ଯେଉଁଥି ପାଇଁ କି ଅନେକ ଦିନରୁ ଶୁଣିବାକୁ ମିଳୁଛି ଇଣ୍ଡିଆନ୍ ଆଇଡଲ୍ ବନ୍ଦ ହେବାକୁ ଯାଉଛି। ଏବେ ପ୍ରଥମ ଥର ପାଇଁ ଏହି ଆକଳନ ଉପରେ ବିଚାରପତି ହିମେଶ ରେଶମିଆ ପ୍ରତିକ୍ରିୟା ଦେଇଛନ୍ତି । ସେ ସତ କଣ ଖୋଲି କହିଛନ୍ତି ଏବଂ ପ୍ରଶଂସକଙ୍କ ଖୁସି ହେବାର ଏକ ସୁଯୋଗ ମଧ୍ୟ ଦେଇଛନ୍ତି। ଏହି ସିଙ୍ଗର କହିଛନ୍ତି , ଇଣ୍ଡିଆନ ଆଇଡଲ ବନ୍ଦ ହେବନାହିଁ । ଶୋ’କୁ ରିପ୍ଲେସ୍ ମଧ୍ୟ କରାଯିବ ନାହିଁ। କେବଳ ଏହି ଶୋ’ର ସମୟରେ ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି । ଏହି ବିଷୟକୁ ନେଇ ହିମେଶ କହିଛନ୍ତି , ଇଣ୍ଡିଆନ୍ ଆଇଡଲ , ସୁପର ଡ୍ୟାନ୍ସରକୁ ସ୍ଥାନ ନିଶ୍ଚୟ ଦେବ, ହେଲେ ଆମେ ମଧ୍ୟ ନୂଆ ସମୟରେ ଆସିବୁ । ପ୍ରତିଯୋଗୀମାନେ ବି ରହିବେ , ଜଜ୍ ବି ରହିବେ । ହେଲେ ଆପଣ ସମସ୍ତଙ୍କୁ ଆମେ ରାତି ୯ଟା୩୦ରେ ମନୋରଞ୍ଜନ କରିବୁ। ଆଉ ଏହି ପରିବର୍ତ୍ତନ ୨୭ ମାର୍ଚ୍ଚରୁ ହେବ । ଏବେ କଥାଟି ପୂରା ସ୍ପଷ୍ଟ ହୋଇଯାଇଛି । ଏହାର ଅର୍ଥ ଇଣ୍ଡିଆନ୍ ଆଇଡଲ ଏବେ ବନ୍ଦ ହେବନାହିଁ । ସୁପର ଡ୍ୟାନ୍ସର କାରଣରୁ ଶୋ’ର ସମୟରେ ପରିବର୍ତ୍ତନ କରାଯିବ । ଏବେ ରାତି ୮ଟାରେ ଶିଳ୍ପା ସେଟ୍ଟୀଙ୍କ ଶୋ ସୁପର ଡ୍ୟାନ୍ସର ଏଣ୍ଟରଟେନ୍ କରିବ ଏବଂ ରାତି ୯ଟା ୩୦ରେ ଇଣ୍ଡିଆନ ଆଇଡଲ ମନୋରଞ୍ଜନର ଗ୍ୟାରେଣ୍ଟି ଦେଉଛି ।
Comments are closed.