ଇଣ୍ଡିଆନ୍ ଆଇଡଲ୍ ୧୨ରେ ବାଜି ମାରିଲେ ପାହାଡି ଇଲାକାର ପୁଅ ପୱନଦୀପ ରାଜନ୍, ସମସ୍ତଙ୍କୁ ପଛରେ ପକାଇ ହାତେଇଲେ ଟାଇଟଲ

Share It

ସୋନି ଟିଭିରେ ପ୍ରସାରିତ ସିଙ୍ଗିଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ର ଗ୍ରାଣ୍ଡ୍ ଫାଇନାଲ୍ ଶେଷ ହୋଇଛି । ଅଗଷ୍ଟରେ ୧୫ ରେ ଇଣ୍ଡିଆନ୍ ଆଇଡଲ୍ ଏହାର ଦ୍ୱାଦଶ ବିଜେତା ପାଇଛି । ପୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍ ୧୨ ର ବିଜେତା ହୋଇଛନ୍ତି । ସେ ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ଟ୍ରଫି, ୨୫ ଲକ୍ଷ ଟଙ୍କା ଏବଂ କାର୍ ଦିଆଯାଇଛି ।

ଫାଇନାଲରେ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ପୱନଦୀପଙ୍କ ବ୍ୟତୀତ ଅରୁଣିତା କାଞ୍ଜୀଲାଲ, ସାୟଲି କାମ୍ବଲେ, ମହମ୍ମଦ ଦାନିଶ, ନିହାଲ ଏବଂ ଶନମୁଖପ୍ରିୟା ଥିଲେ। ଦ୍ୱିତୀୟ ସ୍ଥାନରେ ଅରୁଣିତା, ତୃତୀୟରେ ସାୟଲି କାମ୍ବଲେ, ଚତୁର୍ଥରେ ମହମ୍ମଦ ଦାନିଶ,ପଞ୍ଚମରେ ନିହାଲ ଏବଂ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଥିଲେ। ଏହା ପ୍ରଥମ ଥର ଥିଲେ ଯେ ଟପ୍ ୫ ପରିବର୍ତ୍ତେ ଟପ୍ ୬ ପ୍ରତିଯୋଗୀ ଫାଇନାଲ୍ ରେସ୍‌ରେ ପହଞ୍ଚିଥିଲେ ।

୧୨ ଘଣ୍ଟା ଧରି ଚାଲିଥିବା ଫାଇନାଲ୍ ଏପିସୋଡରେ କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମଲହୋତ୍ରା ପହଞ୍ଚିଥିଲେ । ଏମାନଙ୍କ ବ୍ୟତୀତ ଦି ଗ୍ରେଟ୍ ଖଲି ମଧ୍ୟ ଶୋ’ରେ ଅତିଥି ଭାବରେ ଯୋଗ ଦେଇଥିଲେ। ଶୋ’ର ବିଚାରପତି ହିମେଶ ରେଶମିଆ, ସୋନୁ କକ୍କର ଏବଂ ଅନୁ ମଲିକ ଥିଲେ। ଆଦିତ୍ୟ ନାରାୟଣ ଏହି ଶୋ’କୁ ହୋଷ୍ଟ କରିଥିଲେ।


Share It

Comments are closed.