ପ୍ରେମ ଆଗରେ ହାର ମାନିଲା ସୀମା, ପାଦରେ ଚାଲି ବିଦେଶରୁ ଭାରତରେ ଶ୍ୱଶୁର ଘରେ ପହଞ୍ଚିଲା କନ୍ୟା

Share It

ପ୍ରେମ ଆଗରେ ହାର ମାନିଲା ସୀମା। ସାତ ଜନ୍ମର ବନ୍ଧନ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଗୁରୁବାର ଦିନ ଭାରତ-ନେପାଳ ସୀମାରେ ଥିବା ଜୁଲନିପୁରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଭାରତୀୟ ବର ନେପାଳୀ କନିଆ ଘରେ ଚାଲି ଚାଲି ଆସି ପହଂଚିବା ପରେ ବିବାହ କରିଥିଲେ। ବିବାହ ଶେଷ ହେବା ପରେ ହିଁ କନିଆକୁ ଚାଲି ଚାଲି ନେଇ ସୀମାରେ ପହଞ୍ଚିଲେ। ସେଠାରୁ ଦମ୍ପତି ନିଜ ଘରକୁ ଗାଡିରେ ଯାଇଥିଲେ। ଜିଲ୍ଲାର ରାମପୁର ମିରରେ ରହୁଥିବା ବରର ପିତା ପ୍ରଦୀପ ଚୌହାନ କହିଛନ୍ତି ଯେ, ନେପାଳର ନବଲପରାସିର ଗୋକୁଲ ନଗର ସୁସ୍ତା ଗାଁ ପାଲିକାରେ ରାଜେନ୍ଦ୍ର ଚୌହାନଙ୍କ ଝିଅଙ୍କ ସହ ତାଙ୍କ ପୁଅର ବିବାହ ସ୍ଥିର ହୋଇଥିଲା। କାର୍ଯ୍ୟସୂଚୀ ଅନୁଯାୟୀ, ଯେତେବେଳେ ବର ବିବାହ ପାଇଁ ସୀମାରେ ପହଞ୍ଚିଥିଲେ, କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ତାଙ୍କୁ ଗାଡିରେ ଭିତରକୁ ଯିବାକୁ ମନା କରାଯାଇଥିଲା। ଗାଡି ନଯିବାରୁ ବର ମଧ୍ୟ ନିଜ ଉପରୁ ବିଶ୍ୱାସ ହାରିନଥିଲେ। ଲକ୍ଷ୍ମୀପୁର ସୀମାରେ ପହଞ୍ଚିବା ପରେ ସେ ଗାଡି ଯୋଗେ ତାଙ୍କ ଘରେ ପହଞ୍ଚିଥିଲେ, ଯେଉଁଠାରେ ପରିବାର ଲୋକ ତାଙ୍କୁ ସ୍ୱାଗତ କରିଥିଲେ। ତେବେ ବର-କନିଆଙ୍କ ଏହିଭଳି ବିବାହକୁ ନେଇ ଚର୍ଚ୍ଚା ହେଉଛି।


Share It

Comments are closed.