ବିରାଟଙ୍କ ବିନା ଭାରତ ଏସିଆ କପରେ ଉନ୍ନତ ପ୍ରଦର୍ଶନ କରିପାରିବ : ସୌରଭ


ଏସିଆ କପରେ ଭାରତର ପ୍ରଥମ ମୁକାବିଲା ହଂକଂ ସହିତ ରହିଛି । ହଂଗକାଂଗ ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ଭାରତ ଅଭ୍ୟାସ ମ୍ୟାଚ ଭଳି ଖେଳିବା ପାଇଁ ମନୋବଳାଇଥିବାବେଳେ ୧୯ ସେପ୍ଟେମ୍ବରରେ ହେବାକୁ ଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ଭେଟିବ । ଚଳିତ ଏସିଆ କପରେ ଭାରତର ଷ୍ଟାର ଖେଳାଳୀ ତଥା ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ପ୍ରଦାନ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ବଦଳରେ ରୋହିତଙ୍କୁ ଅଧିନାୟକତା ଦାୟିତ୍ୱକୁ ହସ୍ତାନ୍ତର କରାଯାଇଛି । ଏହି ସମୟରେ ବର୍ତ୍ତମାନ ବିରାଟଙ୍କ ଅନୁପସ୍ଥିତି ଯୋଗୁଁ ଦଳରେ କେଉଁ ପରିସ୍ଥିତ ପଡିବ ସେ ସଂପର୍କରେ ସୌରଭ ଗାଙ୍ଗୁଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସୌରଭ କହିଛନ୍ତି ଯେ, ଏସିଆ କପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ବେଶ ଉନ୍ନତ କରିବ ଏବଂ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ବିରାଟଙ୍କ ବିନା ଦଳକୁ ବିଶେଷ କିଛି ଅସୁବିଧାକୁ ସାମନା କରିବାକୁ ପଡିବ ନାହିଁ ବୋଲି ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି । ଗତ କାଲି ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ଠାରୁ ୬-୫ ହାରରେ ଆଗରେ ରହିଛି ।
କୋହଲି କହିଛନ୍ତି ଯେ, “ବିରାଟଙ୍କ ଅନୁପସ୍ଥିତି ଯୋଗୁଁ ଦଳରେ କିଛି ଖାସ ପ୍ରଭାବ ପଡିବ ନାହିଁ କାରଣ ଟିମ ବେଶ ଭଲ ରହିଛି । ପାକିସ୍ତାନ ମଧ୍ୟ ନିଜ ପ୍ରଦର୍ଶନରେ ସୁଧାର ଆଣିଛି । ”
ଚୟନ ହୋଇଥିବା ଭାରତୀୟ ଟିମର ଖେଳାଳୀ ମାନେ ହେଲେ, ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ(ଉପ-ଅଧିନାୟକ), ଲୋକେଶ ରାହୁଲ, ଅମ୍ବାତି ରାଇଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡିୟା, କୁଲଦୀପ ଯାଦବ, ୟୁଜବିନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରିତା ବମରା, ଶର୍ଦୁଲ ଠାକୁର ।


Share It

Comments are closed.