ଇଣ୍ଡିଜକୁ ମାତ୍ ଦେବା ପାଇଁ ଭାରତୀୟ ଦଳକୁ ଗୁରୁମନ୍ତ୍ର ଦେଲେ ଦ୍ରାବିଡ
ଓପନର ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି । କିନ୍ତୁ ଟି୨୦ ଫର୍ମାଟରେ ଇଣ୍ଡିଜକୁ ତା ନିଜ ମାଟିରେ ହରାଇବା ସେତେ ସହଜ ନୁହେଁ । ଏହା କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଭଲ ଭାବେ ଜାଣିଛନ୍ତି । ତେଣୁ ଅଭ୍ୟାସ ବେଳେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ ।
ରାହୁଲ ଦୀର୍ଘ ୧୫ ମିନିଟ ଧରି ଖେଳାଳିଙ୍କୁ ଇଣ୍ଡିଜ ବିପକ୍ଷରେ କଣ ରଣନୀତି ରହିବ ସେନେଇ ବୁଝାଇଛନ୍ତି । ସିରିଜରେ କିପରି ଭଲ ଖେଳିହେବ ସେନେଇ ଟିପ୍ସ ମଧ୍ୟ ଦେଇଛନ୍ତି । ଏହାସହ ଟି୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ କହିଛନ୍ତି ଦ୍ରାବିଡ ।
We are back!
Hustle continues 💪🏻
T20I prep begins 👍🏻#TeamIndia | #WIvIND pic.twitter.com/snuX3tEvfa
— BCCI (@BCCI) July 28, 2022
ଭାରତୀୟ କ୍ରିକେଟ୍ ବୋର୍ଡ ଇନଷ୍ଟାଗ୍ରାମରେ ଦ୍ରାବିଡଙ୍କ କ୍ଲାସ୍ ନେଉଥିବା ଫଟୋ ସେୟାର କରିଛି । ଯେଉଁଥିରେ ଆମେ ଫେରି ଆସିଛୁ । ଟି୨୦ ପାଇଁ ପ୍ରସ୍ତୁତି ଆରମ୍ଭ ବୋଲି ଲେଖାଯାଇଛି ।
ବଡ ବିପର୍ଯ୍ୟୟ ଘଟାଇପାରେ ଇଣ୍ଡିଜ
ଇଣ୍ଡିଜ ଟିମ୍ ଦିନିକିଆରେ ହାରିଥିଲେ ବି ଟି୨୦ରେ ଦଳର ପ୍ରଦର୍ଶନ ଭଲ ରହିଛି । ଦଳ ଏହି ବର୍ଷ ୮ଟି ଟି୨୦ ଖେଳିଛି । ଏଥିରୁ ୫ଟିରେ ଜିତିଥବା ବେଳେ ଦୁଇଟିରେ ପରାସ୍ତ ହୋଇଛି । ଦଳ ପାଖରେ ଭଲ ହିଟର ଅଛନ୍ତି । ଜସପ୍ରିତ ବୁମରାହ ଓ ୟୁଜବେନ୍ଦ୍ର ଚହଲଙ୍କ ଅନୁପସ୍ଥିତିରେ ଯୁବ ବୋଲିଂ ବାହିନୀ କିପରି ଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
Comments are closed.