ଅଧିନାୟକତ୍ୱକୁ ନେଇ ଘନେଇବାରେ ଲାଗିଛି ବିରାଟ-କୋହଲିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ
ମେନ୍ ଇନ୍ ବ୍ଲୁରେ ଫାଟ ! ଏହା ଆମେ କହୁନୁ ଖୋଦ୍ ସାମ୍ନାକୁ ଆସୁଛି। କ୍ୟାପ୍ଟେନସିପକୁ ଚାଲିଛି ଶୀତଳ ଯୁଦ୍ଧ। ଟିମ୍ ଇଣ୍ଡିଆର ଏହି ଯୁଦ୍ଧକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଆଲୋଚକଙ୍କୁ ଖୋରାକ ଯୋଗାଉଛି ରୋହିତ ବିରାଟ କଳିକୁ ସାମଲୋଚନା କରିବା ଲାଗି।
ବିସିସିଆଇ ନିକଟରେ ଦିନିକିଆ କ୍ୟାପ୍ଟେନରୁ ବିରାଟ କୋହଲୀଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି । ଯାହା ପରେ ଏବେ ଟିମ୍ ଇଣ୍ଡିଆରେ କିଛି ବିବାଦ ସାମ୍ନାକୁ ଆସୁଛି । ସୂଚନାଯୋଗ୍ୟ ଯେ, ବିରାଟ କୋହଲି ବିସିସିଆଇର ଏହି ନିଷ୍ପତ୍ତିରେ ଏବେ ପର୍ଯ୍ୟନ୍ତ ଖୁସି ନ ଥିବା ଦେଖା ଦେଇଛନ୍ତି । ଏହାସହ ସେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ସିରିଜରୁ ନିଜ ନାଁକୁ ହଟାଇ ଦେଇଛନ୍ତି । ‘ଦ ଟାଇମ୍ସ ଅଫ ଇଣ୍ଡିଆ’ର ସୂଚନା ମୁତାବକ କୋହଲୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରୁ ନିଜ ନାଁକୁ ଫେରାଇ ନେଇଛନ୍ତି । ବିରାଟ ନିଜକୁ ଉପଳବ୍ଧ ନାହାନ୍ତି ବୋଲି କହିଛନ୍ତି। ଏପରି ହେଲେ ଭାରତୀୟ ଦଳ ଆଗାମୀ ଦିନରେ ବିରାଟଙ୍କ ବିନା ଦିନିକିଆ ସିରିଜରେ ପଡ଼ିଆକୁ ଓହ୍ଲାଇବ।
ଏଥିରୁ ସ୍ପଷ୍ଟ ଜଣାପଡୁଛି କି ବିରାଟ ରୋହିତଙ୍କ କ୍ୟାପ୍ଟେନସିପରେ ଖେଳିବାକୁ ଚାହୁଁନାହାନ୍ତି । ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ୨୬ଡିସେମ୍ବରରୁ ଆରମ୍ଭ ହେବ। ଏହି ଗସ୍ତ ସମୟରେ ୩ଟି ଟେଷ୍ଟ ସିରିଜ ଏବଂ ଦିନିକିଆ ସିରିଜ ଖେଳିବାର ସୂଚୀ ରହିଛି । ୧୯ଜାନୁଆରୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଓ୍ବାନଡେ ମ୍ୟାଚ୍ ଖେଳାଯିବ। ଅନ୍ୟପଟେ ଏକ ରିପୋର୍ଟ ଅନୁସାରେ କୋହଲୀ ନିଜ ଝିଆ ବାମିକାର ପ୍ରଥମ ଜନ୍ମଦିନ ପାଳିବାକୁ ସମୟ ବାହାର କରୁଛନ୍ତି।
୧୧ଜାନୁଆରୀରେ ଝିଅ ବାମିକାଙ୍କ ପ୍ରଥମ ଜନ୍ମଦିନ । ଏଥିପାଇଁ ବିରାଟ ଟେଷ୍ଟ ସିରିଜ ସରିବା ପରେ ନିଜ ପରିବାର ସହ ଛୁଟି ମନାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ସାଉଥ ଆଫ୍ରିକା ସହ ଶେଷ ଟେଷ୍ଟ ମ୍ୟାଚ ୧୧ଜାନୁଆରୀରୁ ଆରମ୍ଭ ହେବାକୁ ଥିବାବେଳେ ଦିନିକିଆ ସିରିଜ ୧୯ଜାନୁଆରୀରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ଲାଗି ଟିମ୍ ଘୋଷଣା ହୋଇନାହିଁ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ଟି ଟି-୨୦ମ୍ୟାଚ୍ ଖେଳାଯିବାକ ଥିଲା। ମାତ୍ର ଓମିକ୍ରନ ଲାଗି ୧୭ଡିସେମ୍ବରରୁ ୨୬ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ପଡ଼ିଲା। ଏହି କାରଣରୁ ଟି-୨୦ମ୍ୟାଚ୍ ହଟାଇ ଦିଆଗଲା।
ଗତ ମାସରେ ବିରାଟ କୋହଲୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ସିରିଜ ଲାଗି ବିଶ୍ରାମ ଦିଆଯାଇଥିଲା । ସେହିଭଳି ମୁମ୍ବାଇ ଟେଷ୍ଟ ମ୍ୟାଚ୍ ଫେରିବା ପୂର୍ବରୁ କାନପୁର ଟେଷ୍ଟରେ ବି ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଯେଉଁଥିରେ ଭାରତ ବହୁତ ଭଲ ପ୍ରଦର୍ଶନ କରି ଜିତିଥିଲା। ଏହା ପୂର୍ବରୁ ସେ ୨୦୨୧ ଟି-୨୦ ବିଶ୍ବକପରେ ଭାରତର ନେତୃତ୍ୱ କରିଥିଲେ। ଯାହାକି ଭାରତ ଲାଗି ଧଳା ବଲରେ କ୍ୟାପ୍ଟେନର ଶେଷ ମ୍ୟାଚ୍ ଥିଲା। ରୋହିତ ଏବେ ଯାଏ ୧୦ଟି ଦିନିକିଆ ମ୍ୟାଚରେ ଭାରତର ଅଧିନାୟକ ରହିସାରିଛନ୍ତି। ଭାରତ ମଧ୍ୟ ତାଙ୍କ ନେତୃତ୍ୱରେ ଏସିଆ କପ୍ ଟ୍ରଫି ଜିତି ସାରିଛି।
ବିରାଟଙ୍କ ଏହି ବିଶ୍ରାମକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଟି-୨୦ ବିଶ୍ବକପ୍ ୨୦୨୧ପରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ତିନି ମ୍ୟାଚର ଟି-୨୦ସିରିଜ ଏବଂ ଗୋଟିଏ ଟେଷ୍ଟରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏଥିରୁ ପ୍ରଶ୍ନ ଉଠୁଛିକି ବିରାଟ କାହିଁ ପଛ ଘୁଞ୍ଚା ଦେଉଛନ୍ତି । ଏହାକୁ ନେଇ ଏବେ ବିସିସିଆଇ ଲାଗି ଅଡୁଆ ବଢିଛି।
ସେହିଭଳି ହେବାକୁ ଥିବା ୩ଟି ଟେଷ୍ଟ ସିରିଜରୁ ରୋହିତ ଅସୁସ୍ଥତା କାରଣରୁ ବାଦ୍ ପଡ଼ିଛନ୍ତି । ତାଙ୍କର ଆଘାତ ଗୁରୁତର ଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ବି ଖେଳିପାରିବେନି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏବେ ଚିନ୍ତାର ବିଷୟକି ଦିନିକିଆ ସିରିଜରେ କ୍ୟାପ୍ଟେନସିପ କିଏ କରିବ ? ଅନୁମାନ କରାଯାଉଛି କି ବିରାଟ ହାତରୁ କ୍ୟାପ୍ଟେନସିପ ନେଇଯିବାକୁ ସେ ଉପଲବ୍ଧ ହେବେ ନାହିଁ। ଏପରିକି ଏବେ ଯାଏ ଟିମ୍ ଇଣ୍ଡିଆ ତା’ର ପ୍ଲେଇଂ ଇଲେଭେନ ସୂଚୀ ପ୍ରକାଶ କରିନାହିଁ।
Comments are closed.