ମଜବୁତ ସ୍ଥିତିରେ ଭାରତ, ଇଂଲଣ୍ଡଠାରୁ ୪୪୧ ରନ୍ ଆଗରେ ବିରାଟ ସେନା

Share It

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ । ମ୍ୟାଚର ତୃତୀୟ ଦିନରେ ଭାରତର ପଲ୍ଲା ଭାରି ରହିଛି । ତୃତୀୟ ଦିନରେ ଦଳ ବ୍ୟାଟିଂ ବିପର‌୍ୟ୍ୟୟର ସାମ୍ନା କରିଥିଲା । ପରେ ବିରାଟ କୋହଲି ଓ ଆର ଅଶ୍ୱିନ ସ୍ଥିତି ସମ୍ଭାଳିଥିଲେ ।

ଭାରତ ପ୍ରଥମ ଇନିଂସରେ ୩୨୯ ରନ୍ କରିଥିଲା । ଜବାବରେ ଇଂଲଣ୍ଡର ପୁରା ଟିମ୍ ପ୍ରଥମ ଇନିଂସରେ ୧୩୪ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଭାରତ ୧୯୫ ରନରେ ଆଗୁଆ ରହିଥିଲା ।

ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ମାତ୍ର ୧୩୪ରେ ଅଲଆଉଟ୍ ହୋଇଯାଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର‌୍ୟ୍ୟୟର ସାମ୍ନା କରିଥିଲା । ତୃତୀୟ ଦିନରେ ଭାରତର ସ୍କୋର ୫୪-୧ରୁ ଆରମ୍ଭ ହୋଇଥିଲା । ପରେ ଭାରତ ତୃତୀୟ ଦିନରେ ଆଉ ୫ଟି ଓ୍ୱିକେଟ୍ ହରାଇ ସାରିଛି । ଦ୍ୱିତୀୟ ଦିନ ଆରମ୍ଭର ଭାରତକୁ ୨ ଟି ବଡ ଝଟକା ଲାଗିଥିଲା । ପ୍ରଥମେ ଚେତେଶ୍ୱର ପୂଜାରା ଓ ପରେ ପ୍ରଥମ ଇନିଂସରେ ଆକର୍ଷଣୀୟ ଶତକ ଲଗାଇଥିବା ରୋହିତ ଦ୍ୱିତୀୟ ଇନିଂସରେ ୨୬ ରନ୍ କରି ପ୍ୟାଊିଲିୟନ ଫେରିଥିଲେ ।

ପୂଜାରା ୭, ଋଷଭ ପନ୍ତ ୮, ଆଜିଙ୍କ୍ୟ ରାହାଣେ ୧୦, ଅକ୍ଷର ପଟେଲ ୭ ରନ୍ କରି ଆଉଟ୍ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ଏକାକି ସଙ୍ଘର୍ଷ କରିଥିଲେ । ସେ ଅଶ୍ୱିନଙ୍କ ସହ ମିଶି ଭଲ ପାର୍ଟନରସିପ୍ କରିଥିଲେ । ସେ ୬୨ ରନ୍ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର୍ ଅଶ୍ୱିନ ୭୦ ରନରେ କ୍ରିଜରେ ଅଛନ୍ତି । ଏବେସୁଦ୍ଧା ଭାରତ ୨୨୩ ରନ୍ କରିଥିବା ବେଳେ ୪୧୮ ରନରେ ଆଗୁଆ ରହିଛି ।

ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲେଚ୍ ୩ଟି ଓ ମୋଇନ୍ ଅଲ୍ଲୀ ୪ଟି ଓ୍ୱିକେଟ୍ ନେଇଛନ୍ତି ।


Share It

Comments are closed.